ପୋଲିସ ପଞ୍ଝାରେ ହାଇୱେ ଲୁଟେରା, 5 ଗିରଫ

By ETV Bharat Odisha Team

Published : Dec 29, 2023, 7:44 AM IST

thumbnail

Highway Robbers Arrested: କଟକ: କମିଶନରେଟ ପୋଲିସକୁ ସଫଳତା । ଗିରଫ ହେଲେ ହାଇୱେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗର 5 ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଗୁଳି, ମାଗାଜିନ ସହ କାର ଓ ଗୋଟିଏ ସ୍ପିଡ ବାଇକକୁ ଜବତ କରିଛି କମିଶନରେଟ ପୋଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ କହିଛି । ପାଞ୍ଚ ଅଭିଯୁକ୍ତଙ୍କ ନାମରେ ଡର୍ଜନରୁ ଅଧିକ ଲେଖାଏଁ ମାମଲା ଥିବା ଜଣାଇଛନ୍ତି ଅତିରିକ୍ତ ଡିସିପି । ଏହି ଗ୍ୟାଙ୍ଗ ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଦିନ 10ଟାରୁ 2ଟା ମଧ୍ୟରେ ବାଇକରେ କରୁଥିଲେ ଲୁଟ୍ । କଟକରୁ ଭୁବନେଶ୍ବର ଯାଉଥିବା ମହିଳାମାନଙ୍କୁ ପିଛା କରି ରାହାଜାନି କରିବାରେ ସଫଳ ହେଉଥିଲେଏହି ଲୁଟେରା ଗ୍ୟାଙ୍ଗ ।  

ଏହା ମଧ୍ୟ ପଢ଼ନ୍ତୁ... ଆଲିଗଡ଼ରେ ନାବାଳିକାକୁ ଦୁଷ୍କର୍ମ, ବନ୍ଧା ହେଲା ୬୬ ବର୍ଷୀୟ ବୃଦ୍ଧ

ଜାତୀୟ ରାଜପଥରେ ସ୍ପିଡ ବାଇକ ଯୋଗେ ହେଲମେଟ ପିନ୍ଧି ଆସି ଆଖି ପିଛୁଳାକେ ବେକରୁ ଝାମ୍ପି ନେଉଥିଲେ ଚେନ । ସଦର ଥାନା ପୋଲିସ ଏଭଳି ଏକ ଅଭିଯୋଗ ପାଇବା ପରେ ବ୍ଲୁ ପ୍ରିଣ୍ଟ ଜରିଆରେ ଆରମ୍ଭ କରିଥିଲା ଖୋଳତାଡ । ତେବେ ଜାତୀୟ ରାଜପଥରେ ଲାଗିଥିବା କ୍ୟାମେରା ହିଁ ପୋଲିସକୁ ଦେଇଥିଲା ଲୁଟେରାଙ୍କ ସୁରାକ । ପରେ ହାଇୱେ ଲୁଟେରାର ମାଷ୍ଟରମାଇଣ୍ଡ ଶୁଭ୍ରାଂଶୁ ପରିଡା ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଶୁଭ୍ରାଂଶୁ ସହ ସମସ୍ତ ଅଭିଯୁକ୍ତଙ୍କ ନାମରେ ଡର୍ଜନରୁ ଅଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ଯେ, ’’ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଂଶୁ ନାମରେ ହିଁ ଟୁଇନସିଟିର ବିଭିନ୍ନ ଥାନାରେ 35ଟି ମାମଲା ରହିଛି । ଜାତୀୟ ରାଜପଥରେ ଲୁଟତରାଜ ମାମଲା ବୃଦ୍ଧି ପାଇବାରୁ କମିଶନରେଟ ପୋଲିସ ବେଶ ଯୋଜନା ମାନ କରି ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.