ETV Bharat / bharat

ଆଲିଗଡ଼ରେ ନାବାଳିକାକୁ ଦୁଷ୍କର୍ମ, ବନ୍ଧା ହେଲା ୬୬ ବର୍ଷୀୟ ବୃଦ୍ଧ

author img

By ETV Bharat Odisha Team

Published : Dec 28, 2023, 8:23 PM IST

Aligarh rape case
Aligarh rape case

Aligarh rape case: ଉତ୍ତରପ୍ରଦେଶ ଆଲିଗଡ଼ରେ ନାବାଳିକାକୁ ଦୁଷ୍କର୍ମ ଘଟଣା । ୬୬ ବର୍ଷୀୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ରେ ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ କଲା ୬୬ ବର୍ଷୀୟ ବୃଦ୍ଧ । ପୀଡ଼ିତା ଜଣକ ଜିଲ୍ଲୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ମାମଲାରେ ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଅର୍ଥର ଲୋଭ ଦେଖାଇ ଦୋକାନକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ବୃଦ୍ଧ ଜଣକ ପୀଡ଼ିତାଙ୍କ ଘର ନିକଟରେ ସିଲାଇ ଦୋକାନରେ କାମ କରେ । ସେ ମନ୍ଦ ଉଦ୍ଦେଶ୍ୟ ରଖି ପୀଡ଼ିତାଙ୍କୁ ୧୦୦ ଟଙ୍କା ନୋଟ ଦେବା କହି ଦୋକାନକୁ ଡାକି ନେଇ ଏଭଳି କାଣ୍ଡ ଭିଆଇଥିଲା । ପୀଡ଼ିତା ଜଣକ ମାଆର ମୃତ୍ୟୁ ଘଟିବା ପରେ ସେ ନିଜ ଜେଜେମାଆଙ୍କ ନିକଟରେ ରହୁଥିଲା । ପୀଡ଼ିତାର ବାପା ଏକ ଫ୍ୟାକ୍ଟିରେ କାମ କରୁଥିବାରୁ ବାହାରେ ରହିଥାନ୍ତି । ଅନ୍ୟପଟେ ପୀଡ଼ିତା ଜଣକ ଅନୁସୂଚିତ ଜାତିର ବୋଲି କହିଛି ପୋଲିସ ।

ଏହା ବି ପଢନ୍ତୁ- ସ୍କୁଲ ଭ୍ୟାନରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଡ୍ରାଇଭରକୁ ବାନ୍ଧିଲା ପୋଲିସ

ଆଜି (ଗୁରୁବାର) ନାବାଳିକା ଜଣକ ଘର ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ଅର୍ଥ ଲୋଭ ଦେଖାଇ ତାକୁ ଡାକିଥିଲା । ଏହାପରେ ପୀଡ଼ିତାଙ୍କ ଅବସ୍ଥା ଶୋଚନୀୟ ହେବା ପରେ ସେ ତାକୁ ଘରକୁ ପଠାଇ ଦେଇଥିଲା । ପୀଡ଼ିତାର ଅବସ୍ଥା ଦେଖି ତାର ଜେଜେମାଆ ଜାଣିବାକୁ ଚେଷ୍ଟା କରିବା ପରେ ସମସ୍ତ କଥା କହିଥିଲା ନାବାଳିକା । ଏହାପରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତର ଘରେ ପହଞ୍ଚିବା ପରେ ତାକୁ ଗିରଫ କରିଥିଲା । ଏହାପରେ ପୀଡ଼ିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ- ସଇତାନ ସାଜିଲା ବାପା, ଝିଅକୁ କଲା ଦୁଷ୍କର୍ମ !

ଏନେଇ ଅତରୌଲି ପୋଲିସ ଷ୍ଟେସନ ଅଧିକାରୀ ଅକମଲ ଖାନ କହିଛନ୍ତି, "ପୀଡ଼ିତାଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଜାରି ଥିବା ବେଳେ ଆଇନ ଅନୁଯାୟୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଏହା ପୂର୍ବରୁ ଆଲିଗଡ଼ରେ ଯୁବତୀକୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯୁବତୀଙ୍କୁ ଅଭିଯୁକ୍ତ ଦ୍ବୟ ଏକ ହୋଟେଲକୁ ନେଇ ଗଣଦୁଷ୍କର୍ମ କରିଥିଲେ । ହୋଟେଲ କର୍ମଚାରୀଙ୍କ ସୂଚନା ପରେ ପୋଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିବା ସର୍କଲ ଅଫିସର ରାକେଶ କୁମାର ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.