ETV Bharat / state

କଟକରେ ମୋଦିଙ୍କ ସୁରକ୍ଷା ପାଇଁ 30 ପ୍ଲାଟୁନ ଫୋର୍ସ, SPG କଲେ ସମୀକ୍ଷା - SECURITY ARRANGEMENT FOR PM VISIT

author img

By ETV Bharat Odisha Team

Published : May 19, 2024, 3:42 PM IST

Security Arrangement: ଆସନ୍ତାକାଲି କଟକରେ ମୋଦିଙ୍କର କାର୍ଯ୍ୟକ୍ରମ ରହିଛି । ଏହାକୁ ନଜରରେ ରଖି କିପରି ରହିଛି ସୁରକ୍ଷା ବ୍ୟବସ୍ଥା ଜାଣନ୍ତୁ ।

Security Arrangement
Security Arrangement (ETV Bharat Odisha)

Security Arrangement (ETV Bharat Odisha)

କଟକ: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି କଟକରେ ମୋଦିଙ୍କର କାର୍ଯ୍ୟକ୍ରମ ରହିଛି । କଟକ ଉପର ବାଲିଯାତ୍ରା ପଡ଼ିଆରେ ଜନ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଦିନ 11ଟା 30 ସମୟରେ ସଭା ସ୍ଥଳରେ ଯୋଗଦେବେ ମୋଦି । ସେଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ରହିବେ 30 ପ୍ଲାଟୁନ ପୋଲିସ ଫୋର୍ସ । 7 ଜଣ ଆଡିସିନାଲ ଡିସିପି, 22 ଜଣ ଏସିପି, 45 ଜଣ ଆଇଆଇସି ଓ ଅନ୍ୟାନ୍ୟ 100ରୁ ଊର୍ଦ୍ଧ୍ବ ପୋଲିସ ଅଫିସର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ରହିବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରକାଶ ଆର । ତେବେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଆଜି ଆଜି ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ପାଇଁ କାରକେଡ୍ ରିହରସାଲ ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରା ତଳ ପଡ଼ିଆରୁ ଉପର ପଡ଼ିଆ ସଭା ସ୍ଥଳ ଯାଏଁ ରିହରସାଲ କାର୍ଯ୍ୟକ୍ରମ ହୋଇଥିଲା ।

କଟକ ଡିସିପିଙ୍କ ସମେତ ଏସପିଜି ଟିମ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତଳ ବାଲିଯାତ୍ରା ପଡି଼ଆଠାରୁ ସଭା ସ୍ଥଳ ପର୍ଯ୍ୟନ୍ତ ସମସ୍ତ ସାଧାରଣ ଯାତ୍ରୀ ଗମନାଗମନ ଉପରେ ରୋକ ଲାଗିବ । ଏହାସହ ଟ୍ରାଫିକ ପଏଣ୍ଟ, ରୁଟ୍ ଲାଇନିଂ ସଭା ସ୍ଥଳର ସୁରକ୍ଷାକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଇଛି । ଏହାସହ ଡ୍ରୋନ ଉପରେ କଟକଣା ଜାରି କରାଯାଇଥିବା କହିଛନ୍ତି କଟକ ଡିସିପି ପ୍ରକାଶ ଆର । ବାଲିଯାତ୍ରା ଉପର ପଡି଼ଆରେ ସ୍ୱତନ୍ତ୍ର ବିମାନ ଯୋଗେ ଓହ୍ଲାଇବା ପରେ ସମାଜ ଅଫିସ ପାଖ ଗୋପବନ୍ଧୁ ପାର୍କ ନିକଟରୁ ଆରମ୍ଭ କରିଥିଲେ ରୋଡ୍ ସୋ' ।

ଏହା ବି ପଢନ୍ତୁ...ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, କାଲି ମହାପ୍ରଭୁଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ ସୋ’ - PM Modi Odisha Visit

ପ୍ରତ୍ୟେକ ବଡ଼ ଛକ ଯେପରିକି ବକ୍ସି ବଜାର, ଦରଘା ବଜାର, ତିନି କୋଣିଆ ବଗିଚା, ଚୌଧୁରୀ ବଜାର ଆଦି ଅଞ୍ଚଳରେ ରୋଡ୍ ସୋ' କରିଥିଲେ ଗୃହମନ୍ତ୍ରୀ । ତେବେ ଅମିତ ଶାହଙ୍କ ଗସ୍ତ କଟକର ବିଜେପି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ଆଶାବାଦୀ ବିଜେପି । ଆସନ୍ତା 25 ତାରିଖରେ କଟକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାପୂର୍ବରୁ କେନ୍ଦ୍ର ହେଭିୱେଟ କଟକ ମୁହାଁ ହୋଇଛନ୍ତି । ଆଉ ରାଜ୍ୟରେ ବିଜେପିକୁ ଆହୁରି ମଜବୁତ କରିବା ପାଇଁ ପୂର୍ବରୁ ଅମିତ ଶାହ କଟକବାସୀଙ୍କୁ ଆହ୍ୱାନ କରିଥିଲେ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.