ETV Bharat / bharat

ସ୍କୁଲ ଭ୍ୟାନରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଡ୍ରାଇଭରକୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Dec 23, 2023, 10:56 PM IST

School van driver raped minor girl: ସ୍କୁଲ ଯିବା ବେଳେ ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ ।ଉତ୍ତରପ୍ରଦେଶର ରାୱତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଅଧିକ ପଢନ୍ତୁ

minor girl raped
ସ୍କୁଲ ଭ୍ୟାନରେ ଦୁଷ୍କର୍ମ

ଲକ୍ଷ୍ନୌ: ବିଶ୍ବାସଘାତ ସାଜିଲା ଡ୍ରାଇଭର । ସ୍କୁଲ ଭ୍ୟାନରେ ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ । ଉତ୍ତରପ୍ରଦେଶର ରାୱତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନିଷ୍ଠୁର ଡ୍ରାଇଭର । ଛାତ୍ରୀ ଜଣକ ପଢୁଥିବା ସ୍କୁଲ ଭ୍ୟାନ ଡ୍ରାଇଭର ନାଁରେ ଆସିଛି ଏଭଳି ଅଭିଯୋଗ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନାବାଳିକା ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡିଛି । ଅଭିଯୋଗ ସତ ହୋଇଥିବା ନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଦୁଷ୍କର୍ମର ଶିକାର ହେବା ପରେ ସ୍କୁଲରେ ପହଞ୍ଚି ଛାତ୍ରୀ ଜଣକ ପ୍ରଥମେ ପ୍ରଧାନଶିକ୍ଷକଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲେ । ହେଲେ ପ୍ରଧାନଶିକ୍ଷକଙ୍କ ଏହି କଥାକୁ ହାଲୁକା ଭାବେ ନେଇଥିଲେ । ପରେ ଛାତ୍ରୀ ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ଘଟଣା ସମ୍ପର୍କରେ କହିଥିଲେ ।

ଏନେଇ ଶନିବାର ଦିନ ପରିବାରଲୋକେ ରାୱତପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଯିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିଲା ଜଣାପଡିଥିଲା । ଏହାପରେ ଭ୍ୟାନ ଚାଳକକୁ ଗିରଫ କରିଛି ପୋଲିସ । ଏହାସହ ଘଟଣାକୁ ଗମ୍ଭୀରତାର ସହ ନେଇନଥିବାରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ମଧ୍ୟ ପ୍ରଧାନଶିକ୍ଷକ ଜଣଙ୍କ କିପରି ଏଭଳି ଭାବେ ବେପରୁଆ ହୋଇପାରିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଏହା ମଧ୍ୟ ପଢନ୍ତୁ...ସମ୍ପର୍କରେ କଳଙ୍କ ଲଗାଇଲା ସଇତାନ ମାମୁଁ, 10 ବର୍ଷୀୟ ଭାଣେଜୀକୁ କଲା ଦୁଷ୍କର୍ମ

ଏହା ମଧ୍ୟ ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀ ବଡବାପାକୁ 20 ବର୍ଷ ଜେଲ

ସେପଟେ ଏହି ମାମଲାକୁ ଅତି ଗୁରୁତର ସହ ନେଇଛି ପୋଲିସ । କେବଳ ଏହି ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି ନା ଅନ୍ୟମାନଙ୍କୁ ମଧ୍ୟ ଏଭଳି ନିର୍ଯାତନା ଦିଆଯାଇଛି ସେନେଇ ପୋଲିସ ତନାଘନା କରୁଛି । ଏଥିପାଇଁ ସାଇଣ୍ଟିଫିକ ଟିମ୍ ସେହି ଭ୍ୟାନରେ ପରୀକ୍ଷା ନୀରିକ୍ଷା କରୁଛନ୍ତି । ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ ନିଆଯାଇଥିବାବେଳେ ଭ୍ୟାନରେ ଛାନଭିନ କରୁଛି ଟିମ୍ । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.