ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀ ବଡବାପାକୁ 20 ବର୍ଷ ଜେଲ

author img

By ETV Bharat Odisha Team

Published : Dec 23, 2023, 9:28 AM IST

Kendrapara Minor Rape Case: ଗତ ମେ'ରେ କେନ୍ଦ୍ରାପଡା ଜିଲ୍ଲାରେ ୧୦ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ । ଦୁଷ୍କର୍ମକାରୀ ବଡ଼ବାପାଙ୍କୁ ୨୦ ବର୍ଷ ଜେଲ୍ । ଅଧିକ ପଢନ୍ତୁ

କେନ୍ଦ୍ରାପଡା ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ
କେନ୍ଦ୍ରାପଡା ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ

କେନ୍ଦ୍ରାପଡା ନାବାଳିକା ଦୁଷ୍କର୍ମ ମାମଲା

କେନ୍ଦ୍ରାପଡା: ୭ ମାସ ଭିତରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ୨୦ ବର୍ଷ ଜେଲ୍ ଗଲା ଦୁଷ୍କର୍ମକାରୀ ବଡବାପା । ଗତ ମେ' ୧୯ ତାରିଖରେ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ଜଣେ ବଡବାପା ନିଜ ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା । ଶୁକ୍ରବାର କେନ୍ଦ୍ରାପଡା ସ୍ପେଶାଲ ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।

ଘଟଣା ଅନୁଯାୟୀ, ଚଳିତ ବର୍ଷ ମେ' ମାସ ୧୯ ତାରିଖରେ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାକୁ ତା'ର ବଡବାପା ଚକୋଲେଟ ଦେବା ବାହାନା କରି ଏକ କ୍ୟାବିନ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ମାଆ ଏହି ଅଭିଯୋଗ ଆଣିଥିଲେ । ୬୩ ବର୍ଷୀୟ ଅଭିଯୁକ୍ତ ପ୍ରହ୍ଲାଦ ବେହେରା ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାବିନ ପକାଇ ପାନ, ଚକୋଲେଟ ଓ ଖେଳଣା ବ୍ୟବସାୟ କରିଆସୁଥିଲା । ଘଟଣା ଦିନ ଅପରାହ୍ନରେ ପ୍ରହ୍ଲାଦ ନିଜ ଝିଆରୀକୁ ଚକୋଲେଟ ଲୋଭ ଦେଖାଇ କ୍ୟାବିନକୁ ଡାକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ତାକୁ(ଝିଆରୀ) ଓ ପୁରା ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲା । ହେଲେ ନାବାଳିକାର ଅବସ୍ଥା ଗୁରୁତର ହେବା ଦେଖି ମାଆ ପଚାରିବାରୁ ସେ ସବୁକଥା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ

ଏହାପରେ ନାବାଳିକାଙ୍କ ମାଆ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ପୋଲିସ ୩୯୨/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରହ୍ଲାଦକୁ ଗିରଫ କରିଥିଲା । ପରେ କେନ୍ଦ୍ରାପଡା ସ୍ପେଶାଲ ପୋକ୍ସୋ କୋର୍ଟରେ ଜିଆର କେଶ ନଂ ୪୬/୨୩ରେ ମାମଲା ବିଚାରଧୀନ ରହିଥିବା ବେଳେ ଅଭିଯୁକ୍ତ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରାଯାଇଥିଲା । ହେଲେ କୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ମାମଲାର ତ୍ୱରିତ ଶୁଣାଣି ହୋଇ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଶୁକ୍ରବାର ପୋକ୍ସୋ କୋର୍ଟ ଅଭିଯୁକ୍ତ ବଡବାପାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.