ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ

By ETV Bharat Odisha Team

Published : Dec 16, 2023, 10:57 PM IST

thumbnail

ଫୁଲବାଣୀ : ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଶନିବାର ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଅନୀତା ସାହୁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ସଦର ଥାନା ଅଞ୍ଚଳ କୁଟୁନିପଡା (ବିଶିପଡା)ର ନାଗାର୍ଜ୍ଜୁନ ବିଶୋଇ (୨୭) ।

ମିଳିଥିବା ସୁଚନା ଅନୁସାରେ ପିଡ଼ୀତା (୧୪) ୨୦୨୨ ମେ ୧୯ରେ ସକାଳ ସାଢ଼େ ୬ ଟାରେ ବିଦ୍ୟାଳୟ ଯାଉଥିଲେ । ଅଭିଯୁକ୍ତ ନାଗାର୍ଜୁନ ବିଦ୍ୟାଳୟରେ ଛାଡ଼ି ଦେବାକୁ କହି ଫୁଲବାଣୀ ସହରକୁ ନେଇ ଆସିଥିଲେ  । ଏହାସହ ସାରା ଦିନ ଫୁଲବାଣୀର ବିଭିନ୍ନ ସ୍ଥାନ ବୁଲାଇ ଥିଲେ । ରାତି ପାଖାପାଖି ସାଢ଼େ ୯ ଟାରେ ନାବାଳିକାଙ୍କୁ ସ୍ଥାନୀୟ ହନୁମାନ ମନ୍ଦିର ପାହାଡ଼କୁ  ନେଇ ଦୁଷ୍କର୍ମ କରିଥିଲେ । ସକାଳ ସାଢ଼େ ୪ ଟାରେ ପୀଡିତାଙ୍କୁ ଛାଡି ଦେବା ସହ ଏକଥା କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । 

ସେପଟେ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାଆ  ଖବର ପାଇ ଭୁବନେଶ୍ୱରରୁ ଆସି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୭୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ବିଚାପତି ୧୩ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପୋକ୍‌ସୋ କୋର୍ଟ ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ନାବାଳିକା ଛାତ୍ରୀ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଦଣ୍ଡ

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.