ରାଉରକେଲାରେ ସାରଦାଙ୍କ ଜୋରଦାର ପ୍ରଚାର, କହିଲେ ଏଥର ହେବ ନିଶ୍ଚିତ ବିଜୟ - BJD MLA Candidate Campaign

By ETV Bharat Odisha Team

Published : May 12, 2024, 5:31 PM IST

thumbnail
ROURKELA ASSEMBLY CONSTITUENCY (ETV Bharat Odisha)

BJD MLA Candidate Campaign: ରାଉରକେଲା: ଜୋରଦାର ହେଲା ବିଜେଡିର ପ୍ରଚାର । ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଚଳ ପ୍ରଚଳ ରାଉରକେଲା ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗୁଛି । ଏହାରି ମଧ୍ୟରେ ଆଜି(ରବିବାର) ଦିନ ରାଉରକେଲାର ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ପ୍ରଚାରକୁ ସମ୍ପୂର୍ଣ୍ଣ ରୂପରେ ତ୍ୱରାନ୍ୱିତ କରିଛନ୍ତି । ତେବେ ଏଥର ମଧ୍ୟ ସାରଦାଙ୍କୁ ଦଳ ରାଉରକେଲାର ମଙ୍ଗ ଧରାଇଛି । ସେ ସହରର ବିଭିନ୍ନ ସହି,ବସ୍ତି ଏବଂ କଲୋନୀରେ ପ୍ରଚାରକୁ କରିଛନ୍ତି । ତେବେ ସେ ଆଜି ବନ୍ଧମୁଣ୍ଡା ଅଞ୍ଚଳରେ ପ୍ରଚାର କରିଥିଲେ । ବନ୍ଧମୁଣ୍ଡା ସେକ୍ଟର ସି ଅଞ୍ଚଳରେ ଥିବା ସମସ୍ତ ଅଞ୍ଚଳ ଏବଂ ବସ୍ତିକୁ ଯାଇ ଲୋକଙ୍କୁ ସିଧାସଳଖ ଭୋଟ୍ ଭିକ୍ଷା କରିଛନ୍ତି ସାରଦା  ।

ସାରଦା କହିଛନ୍ତି ଯେ, ଏଥର ଯେଉଁଭଳି ସମର୍ଥନ ରହିଛି ବିଜେଡିର ଏକ ବିଶାଳ ଲହର ଆସୁଛି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଆମେ କହିବା ପୂର୍ବରୁ ଲୋକେ ଜାଣିଛନ୍ତି ଏବଂ ଏହାର ଲାଭ ମଧ୍ୟ ପାଉଛନ୍ତି । ଆମକୁ ବ୍ୟାପକ ସମର୍ଥନ ଦେଉଛନ୍ତି ଲୋକେ ଏବଂ ରାଜ୍ୟ ସରକାରଙ୍କ ବର୍ତ୍ତମାନର ରଣନୀତି ଏବଂ ଜନ କଲ୍ୟାଣକାରୀ ଯୋଜନା ଯୋଗୁଁ ଏଥର ବିଜୟୀ ହେବା ନିଶ୍ଚିତ । କେନ୍ଦ୍ର ସରକାର କେବଳ ବାଃ ବାଃ ନେଇଛନ୍ତି କିନ୍ତୁ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ବୈମାତୃକ ମନୋଭାବ ରଖି ଦେଖିଛନ୍ତି । କେବଳ ନିର୍ବାଚନ ଆସିଲେ କେନ୍ଦ୍ରକୁ ଓଡିଶା ଦେଖାଯାଏ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.