ETV Bharat / state

ସମ୍ପର୍କରେ କଳଙ୍କ ଲଗାଇଲା ସଇତାନ ମାମୁଁ, 10 ବର୍ଷୀୟ ଭାଣେଜୀକୁ କଲା ଦୁଷ୍କର୍ମ

author img

By ETV Bharat Odisha Team

Published : Dec 23, 2023, 7:18 AM IST

Deogarh Rape Case: ଯୌନ ଲାଳସାରେ ସଂପର୍କକୁ ଭୁଲିଗଲା ମାମୁଁ । ନିଜ ନାବାଳିକା ଭାଣେଜିକୁ ବଳପୂର୍ବକ କଲା ଦୁଷ୍କର୍ମ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଆଗକୁ ପଢ଼ନ୍ତୁ,

ମାମୁଁ ସାଜିଲା ପିଶାଚ
ମାମୁଁ ସାଜିଲା ପିଶାଚ

ଦେବଗଡ଼: ପିଶାଚ ସାଜିଲା ମାମୁଁ । ମାମୁଁ ଭାଣେଜିର ପବିତ୍ର ସମ୍ପର୍କରେ ଲାଗିଲା ଦାଗ । ଯୌନ ଲାଳସାରେ ସଂପର୍କକୁ ଭୁଲିଗଲା ମାମୁଁ । ନିଜ ନାବାଳିକା ଭାଣେଜିକୁ ବଳପୂର୍ବକ କଲା ଦୁଷ୍କର୍ମ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏନେଇ ବାରକୋଟ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାମୁଁ ଫେରାର ।

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବାରକୋଟ ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟ ନାବାଳିକାକୁ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ୧୯ ତାରିଖ ଦିନ ସଂଧ୍ୟା ସମୟରେ ପୀଡିତାଙ୍କ ମା’ ତାଙ୍କୁ ଗ୍ରାମରେ ଥିବା ଦୋକାନରୁ ଆଳୁ ଆଣିବା ପାଇଁ କହିଥିଲେ । ତେବେ ପୀଡିତା ନାବାଳିକା ଆଳୁ ଆଣି ଘରକୁ ଫେରିବା ବାଟରେ ଅଭିଯୁକ୍ତ ମାମୁଁ ନିକଟସ୍ଥ କେନ୍ଦୁପତ୍ର ଫଡ଼ିକୁ ଟେକିନେଇ । ତାପରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା କରିଦେବି ବୋଲି ଧମକ ଦେଇଥିଲା‌ । ତେବେ ଯନ୍ତ୍ରଣା ସହ୍ୟ କରିନପାରି ଶିଶୁ କନ୍ୟାଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ ସବୁକଥା କହିଥିଲା । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଫେରାର ଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ... ଘୁଷୁରୀ ପାଇଁ ଗଡିଲା ମୁଣ୍ଡ, ମଠ ମହନ୍ତଙ୍କୁ ବୀଭତ୍ସ ହତ୍ୟା

ପୀଡିତାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ କନ୍ୟାର ବାପା ଜିଲ୍ଲା ବାହାରେ କାମ କରୁଛନ୍ତି । ପରେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାପରେ ବାରକୋଟ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଗ୍ରାମରୁ ଫେରାର ଥିବା ଜଣାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.