Cyclone Gulab: ଆସନ୍ତା ୩ ଦିନ ହାଇଦ୍ରାବାଦରେ ପ୍ରବଳ ବର୍ଷା

By

Published : Sep 27, 2021, 7:58 PM IST

thumbnail

ହାଇଦ୍ରାବାଦ: ବାତ୍ୟା 'ଗୁଲାବ' ପ୍ରଭାବରୁ ଗତ ୨୪ ଘଣ୍ଟା ଧରି ତେଲେଙ୍ଗାନା ହାଇଦ୍ରାବାଦରେ ପ୍ରବଳ ବର୍ଷା ଲାଗି ରହିଛି । ଜରୁରୀ ନଥିଲେ ଘରୁ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ସ୍ଥିତି ସମ୍ଭାଳିବା ପାଇଁ ହାଇଦ୍ରାବାଦ ପୋଲିସ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ ଲୋକଙ୍କୁ ଆଲର୍ଟ କରାଇଛି । ପ୍ରବଳ ବର୍ଷା ଯୋଗୁଁ ପାଣିରେ ଫସି ରହିଥିବା ଲୋକମାନେ ହେଲ୍ପ ଲାଇନ ନଂ 040 23202813ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ହାଇଦ୍ରାବାଦରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ମେହବୁବବାଦ ସରକାରୀ ହସ୍ପିଟାଲର ICU ୱାର୍ଡରେ ଛାତ ଭୁଶୁଡି ପଡିଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.