ETV Bharat / sukhibhava

ବ୍ରିଟେନରେ ବୃଦ୍ଧି ପାଉଛି ସଂକ୍ରମଣ ମାମଲା, ସତର୍କ ରହିବାକୁ USHSAର ପରାମର୍ଶ

author img

By ETV Bharat Odisha Team

Published : Oct 16, 2023, 3:13 PM IST

covid cases in UK
covid cases in UK

ଶୀତଋତୁର ଆଗମନରେ ବ୍ରିଟେନରେ ବୃଦ୍ଧି ପାଇପାରେ ସଂକ୍ରମଣ ମାମଲା । ନୂଆ ଭାରିଆଣ୍ଟର ଭୟ ରହିଥିବା ବେଳେ ସତର୍କ ରହିବା ପାଇଁ USHSAର ପରାମର୍ଶ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କମୁଛି ତାପମାତ୍ରା ଆସିବାକୁ ଯାଉଛି ଶୀତ ଋତୁ । ଥଣ୍ଡାର ଆଗମନ ପୂର୍ବରୁ ମନରେ ପଶିଲାଣି ଛନକା । ବ୍ରିଟେନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବ୍ରିଟେନ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଡଭାଇଜରୀ ଜାରି କରିଛନ୍ତି । SARS-CoV-2 ସଂକ୍ରମଣ ବୃଦ୍ଧି ହେତୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ବ୍ରିଟେନର ହେଲଥ ସିକ୍ୟୁରିଟି ଏଜେନ୍ସି(USHSA)ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମେରୀ ରାମସେଙ୍କ କହିବା ଅନୁସାରେ, "ଶୀତକାଳୀଳ ଭୂତାଣୁ ବୃଦ୍ଧି ପାଇବା ସହିତ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି । ଏହି ସପ୍ତାହରେ ପଜିଟିଭ ହାର ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଶୀତ ଋତୁରେ ଆଗମନ ହେବାକୁ ଥିବା ବେଳେ ଲୋକେ ଅଧିକ ସମୟ ଘରେ ରହିବେ। ଫଳରେ ସଂକ୍ରମଣ ବ୍ୟାପିବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ । ତେଣୁ ସତର୍କତା ଜରୁରୀ ଅଟେ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ,"ଆମେ ପଜିଟିଭ ହାର ଉପରେ ନଜର ରଖିଛୁ । ସଂକ୍ରମଣ ଲକ୍ଷଣ ଦେଖାଗଲେ ଅନ୍ୟମାନଙ୍କ ସହିତ ଅଧିକ ମିଳାମିଶା କରନ୍ତୁ ନାହିଁ । ଯେତେବେଳେ କୋଭିଡର ଭୟାବହତା ରହିଥିଲା ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଠାରୁ ବର୍ତ୍ତମାନର ସଂଖ୍ୟା କମ ରହିଛି । କିନ୍ତୁ ସଚେତନତା ରହିବା ଜରୁରୀ ଅଟେ ।"

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଇଂଲଣ୍ଡରେ ଦୈନିକ ପ୍ରାୟ 2 ହଜାର 257 ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ମହାମାରୀ ଆସିବା ପୂର୍ବରୁ କେଭିଡ ଏବଂ ଫ୍ଲୁ ଟୀକାକରଣ ଆରମ୍ଭ କରାଯାଇଛି । ଇଂଲଣ୍ଡର 3.9 ମିଲିୟନ ଲୋକଙ୍କୁ ଶୀଘ୍ର ଟିକାକରଣ କରାଯିବ ବୋଲି କୁହାଯାଇଛି । ଯାହା ଶୀତକାଳୀନ ଫ୍ଲୁ ଠାରୁ ଲୋକଙ୍କୁ ସୁରକ୍ଷିତ କରିପାରିବ ।

ଏହା ମଧ୍ୟ ପଢନ୍ତୁ: New Covid Variant: ସିଙ୍ଗାପୁରରେ ଆଉ ଏକ ଲହର ଆଶଙ୍କା, ବଢୁଛି ସଂକ୍ରମଣ

କହିରଖୁଛୁ କି, ସେପ୍ଟେମ୍ବର ମାସର ଶେଷରୁ କୋଭିଡର ଲହର ଆରମ୍ଭ ହେଉଛି । ଶୀତ ଋତୁ ଶେଷ ହେବା ଯାଏଁ ଏହାର ପ୍ରକୋପ ଜାରି ରହିଥାଏ। ତେବେ ଓମିକ୍ରନର ସବ ଭାରିଆଣ୍ଟ BA.2.86 ମାମଲା ଅଗଷ୍ଟ ମାସରେ ସାମ୍ନାକୁ ଆସିଥିଲା। ଇସ୍ରାଏଲ, ଡେନ୍‌ମାର୍କ୍‌ ଏବଂ ଆମେରିକା ସମେତ ଅନେକ ଦେଶରେ ମାମଲା ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ଟିକାକରଣ ଆରମ୍ଭ ହୋଇଥିବା କାରଣରୁ ନୂଆ ଭାରିଆଣ୍ଟ ଆସିଲେ ମଧ୍ୟ ଗମ୍ଭୀର ପରିସ୍ଥିତି ଆସିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶଷଜ୍ଞମାନେ କହିଛନ୍ତି। BA.2.86ର ପ୍ରଥମ ମାମଲା ଆମେରିକାର ମିସିଗନ୍ ୟୁନିଭର୍ସିଟିର ଲାବୋରେଟୋରୀ ଦ୍ୱାରା ରିପୋର୍ଟ କରାଯାଇଥିଲା । XBB ଭାରିଆଣ୍ଟର EG.5କୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏବେ ପୁଣି ଆଉ ଏକ ଭାରିଆଣ୍ଟ୍‌ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.