ETV Bharat / sukhibhava

New Covid Variant: ସିଙ୍ଗାପୁରରେ ଆଉ ଏକ ଲହର ଆଶଙ୍କା, ବଢୁଛି ସଂକ୍ରମଣ

author img

By ETV Bharat Odisha Team

Published : Oct 9, 2023, 5:50 PM IST

New Covid Variant
New Covid Variant

ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସିଙ୍ଗାପୁରରେ ଆଉ ଏକ ଲହର ଆଶଙ୍କା କରାଯାଉଛି। ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବରେ କମିଛି କୋରୋନା ସଂକ୍ରମିତ ମାମଲା । ରିପୋର୍ଟ ଅନୁସାରେ ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଏହାର ବିପଦ କମି ନାହିଁ । ଗତ ମାସରେ ବ୍ରିଟେନ-ଆମେରିକା ସମେତ ଅନେକ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇଥିଲା । ତେବେ ରିପୋର୍ଟ ଅନୁସାରେ ସିଙ୍ଗାପୁରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି । କୋରୋନାର ଦୁଇଟି ଦୁଇ ଭାରିଆଣ୍ଟ କାରଣରୁ ମାମଲା ବୃଦ୍ଧି ପାଇଥିବା ଜଣାପଡିଛି । କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ କିଛି ଦିନ ହେବ ସିଙ୍ଗାପୁରରେ ଦୈନିକ ସଂକ୍ରମଣ ମାମଲା ଦୁଇ ହଜାର ଅତିକ୍ରମ କରି ଆସୁଥିଲା । ପ୍ରାୟ ତିନି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଏକ ହଜାର ରହୁଥିବା ବେଳେ ବର୍ତ୍ତମାନ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ଯେଉଁ କାରଣରୁ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ କୋରୋନା ଭାରିଆଣ୍ଟକୁ ନେଇ ସଚେତନ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ସିଙ୍ଗାପୁରରେ ନୂଆ ଦୁଇ ଭାରିଆଣ୍ଟ କାରଣରୁ ବୃଦ୍ଧି ପାଉଛି ମାମଲା: ସୂଚନାଅନୁସାରେ EG.5 ଭାରିଆଣ୍ଟ ଏବଂ ଏହାର ସବଭାରିଆଣ୍ଟ HK.3ଯୋଗୁଁ ମାମଲା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଏହା ଓମିକ୍ରନ୍ XBBର ସବ ଭାରିଆଣ୍ଟ ବୋଲି କୁହାଯାଇଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରୁ 75 ପ୍ରତିଶତ ମାମଲା ଏହି ଭାରିଆଣ୍ଟ କାରଣରୁ ବୋଲି ଜଣାପଡିଛି । ତେବେ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ହେଲେ ଆଉ ଏକ ସଂକ୍ରମଣ ଲହର ଆସିପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Another Coronavirus: ନୂଆ ରୂପରେ ଫେରିବ କୋରୋନା ଭାଇରସ ! ଚୀନ ଭାଇରୋଲିଜିଷ୍ଟଙ୍କ ଚେତାବନୀ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ କହିଛନ୍ତି ଯେ, ଦେଶରେ ସଂକ୍ରମଣ ବୃଦ୍ଧି କାରଣରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ କୋରୋନା ମାମଲାକୁ ଦେଖି ବର୍ତ୍ତମାନ ଏହାକୁ ଏକ ଏଣ୍ଡେମିକ୍ ରୋଗ ଭାବରେ ବିବେଚନା କରାଯାଉଛି । ଯଦିଓ ଏହି ଭାଇରସ କୌଣସି ବଡ ବିପଦ ସୃଷ୍ଟି କରୁନାହିଁ ତଥାପି ଆଗାମୀ ଦିନରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଥିବା ନେଇ ରିପୋର୍ଟରେ କୁହାଯାଇଛି ।

ନୂଆ ଭାରିଆଣ୍ଟର ପ୍ରକୃତି: EG.5 ଏବଂ HK.3 ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବିବେଚନା କରାଯାଉଛି। ତେବେ ଏହି ଭାରିଆଣ୍ଟର ପ୍ରକୃତି ବିଷୟରେ ଜାଣିବା ପାଇଁ ଅଧ୍ୟୟନ ଜାରି ରହିଛି । ତେବେ HK.3 ହେଉଛି ଏକ ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ବୋଲି ଜଣାପଡିଛି । ଏହା XBB.1.16 ଷ୍ଟ୍ରେନ୍ ଅପେକ୍ଷା 95 ପ୍ରତିଶତ ଅଧିକ ଦ୍ରୁତ ଗତିରେ ବିସ୍ତାର ହେବାର ଆଶଙ୍କା ରହିଥିବା ଜଣାପଡିଛି । ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥିଲେ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ରହିଥାଏ ବୋଲି କୁହାଯାଇଛି । କହିରଖୁଛି କି, ଏହା ପୂର୍ବରୁ ଥାଇଲ୍ୟାଣ୍ଡରେ HK.3ର ମାମଲା ଦେଖାଯାଇଥିଲା । କିନ୍ତୁ ଅବସ୍ଥା ଶୋଚନୀୟ ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.