ETV Bharat / sukhibhava

Another Coronavirus: ନୂଆ ରୂପରେ ଫେରିବ କୋରୋନା ଭାଇରସ ! ଚୀନ ଭାଇରୋଲିଜିଷ୍ଟଙ୍କ ଚେତାବନୀ

author img

By ETV Bharat Odisha Team

Published : Sep 26, 2023, 12:03 PM IST

ଭବିଷ୍ୟତରେ କୋରୋନା ପରି ଆଉ ଏକ ଭୂତାଣୁ ଆସିପାରେ ବୋଲି ଚୀନର ଜଣାଶୁଣା ବୈଜ୍ଞାନିକ ତଥା ଭାଇରୋଲିଜିଷ୍ଟ ସି ଜିଙ୍ଗଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Another Coronavirus
Another Coronavirus

ହାଇଦ୍ରାବାଦ: କୋରୋନା ଭାଇରସର ନାମ ଶୁଣିଲେ ଆଜି ମଧ୍ୟ ସମସ୍ତଙ୍କ ଛାତିରେ ଛନକା ପଶେ । 2020-2021 ମସିହାରେ କୋରୋନା ଭାଇରସ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ନାମ ଶୁଣିବା ମାତ୍ରେ ହୃଦୟରେ ଭୟର ବାତାବରଣ ଖେଳି ଯାଉଥିଲା । ମହାମାରୀ କୋଟି କୋଟି ଲୋକଙ୍କୁ ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା କରିଦେଇଥିଲା । ଏଭଳି କୌଣସି ବ୍ୟକ୍ତି ନଥିଲେ ଯେଉଁମାନେ କି ମହାମାରୀରେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ହରାଇ ନଥିଲେ । ଏହି ଭାଇରସ ଏତେ ଭୟାନକ ଥିଲା ଯେ, ସାରା ବିଶ୍ବକୁ ଲକ୍‌ଡାଉନ୍‌ କରାଇବା ପାଇଁ ବାଧ୍ୟ ହୋଇଥିଲା । ଅର୍ଥନୀତି ସମ୍ପୂର୍ଣ୍ଣ ସ୍ଥିର ହୋଇଗଲା । ଲୋକଙ୍କୁ ନିଜ ଘରେ ରହିବାକୁ ପଡ଼ୁଥିଲା । ଏହା ବାସ୍ତବରେ ଏକ ଭୟାନକ ସମୟ ଥିଲା ଯାହାକୁ ଲୋକମାନେ ସହଜରେ ଭୁଲି ପାରୁନଥିବା ବେଳେ ଏବେ ଭାଇରସ ପୁଣି ଥରେ ନୂଆ ରୂପରେ ଆସିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯାହା କି ବିଶ୍ବବାସୀଙ୍କ ଭୟକୁ ଦ୍ବିଗୁଣିତ କରିଛି ।

ଚୀନ ବୈଜ୍ଞାନିକଙ୍କ ଦୃଢ଼ୋକ୍ତି: ଭବିଷ୍ୟତରେ କୋରୋନା ପରି ଆଉ ଭାଇରସ ଆସିପାରେ ବୋଲି ଚୀନର ଜଣେ ବୈଜ୍ଞାନିକ ସି ଜିଙ୍ଗଲି ଚେତାବନୀ ଦେଇଛନ୍ତି । ସେ ପଶୁଠାରୁ ମଣିଷକୁ ବ୍ୟାପୁଥିବା ଭାଇରସ ଉପରେ ରିସର୍ଚ୍ଚ କରୁଥିବାକୁ ତାଙ୍କୁ ବ୍ୟାଟଓ୍ବିମେନ କୁହାଯାଏ । ସେ ତାଙ୍କ ସହକର୍ମୀଙ୍କ ସହ ଅନୁସନ୍ଧାନ କରି ଏକ ରିପୋର୍ଟରେ କହିଛନ୍ତି ଯେ, ଯଦି କୋରୋନା ଭାଇରସ୍ ପୂର୍ବରୁ ଏହି ରୋଗ ବ୍ୟାପିଛି, ତେବେ ଭବିଷ୍ୟତରେ ଏହା ପୁଣି ମହାମାରୀ ଆଣିପାରେ । ତେଣୁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଚୀନ ବୈଜ୍ଞାନିକ ସି ଜିଙ୍ଗଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହୁ ମୁଖ୍ୟଙ୍କ ଚେତାବନୀ ପରେ ଚିନ୍ତା ବଢାଇଲା Disease X, ପଶୁଙ୍କ ପରେ ମଣିଷକୁ ବ୍ୟାପିବ

ରିସର୍ଚ୍ଚରେ ଖୁଲାସା: କୋରୋନା ଭାଇରସ୍ ପୁଣିଥରେ ଏହାର ନୂତନ ରୂପରେ ଆସିପାରେ ବୋଲି କୁହାଯାଇଛି । 2003 ମସିହାରେ SARS ଏବଂ 2019ରେ COVID-19 ମହାମାରୀ ସୃଷ୍ଟି କରିଥିବା କରୋନାଭାଇରସ୍ ଏବେ ମଧ୍ୟ ବିପଜ୍ଜନକ ରହିଛି । ଚୀନର ଅନୁସନ୍ଧାନକାରୀମାନେ 40ଟି କରୋନାଭାଇରସ୍ ପ୍ରଜାତି ଅଧ୍ୟୟନ କରିବା ପରେ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ଏକ ନୂତନ କରୋନାଭାଇରସ୍ ପୁନର୍ବାର ମାନବଜାତି ପାଇଁ କାଳ ସାଜିପାରେ । ଏଭଳି ପରିସ୍ଥିତିରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି 40ଟି କୋରୋନା ଭାଇରସ୍ ମଧ୍ୟରୁ 6ଟି ଏପରି ଅଛି ଯାହା ପୂର୍ବରୁ ଜଣା ପଡ଼ିଛି ଯେ ସେମାନେ ମଣିଷରେ ରୋଗ ବିସ୍ତାର କରିପାରନ୍ତି । ଅବଶିଷ୍ଟ 3ଟି କୋରୋନାଭାଇରସ୍ ବିଷୟରେ କୁହାଯାଇଛି ଯେ, ସେମାନେ କୁକୁର, ବିଲେଇ ଇତ୍ୟାଦି ପ୍ରାଣୀମାନଙ୍କଠାରେ ରୋଗ ବିସ୍ତାର କରିପାରିବେ । ତେବେ କୋରୋନା ମହାମାରୀ ଉହାନ ଲ୍ୟାବରୁ ବ୍ୟାପିଥିବା ନେଇ ଏନେଇ ରିପୋର୍ଟରେ କୁହାଯାଇଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲା । ଏଭଳି ସ୍ଥିତିରେ ଆଉ ଏକ ଭାଇରସକୁ ନେଇ ଭବିଷ୍ୟତବାଣୀ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.