ETV Bharat / sukhibhava

Diabetes Cases In Children: କୋରୋନା ପରେ ଛୁଆଙ୍କ ମଧ୍ୟରେ ବୃଦ୍ଧି ପାଇଛି ଟାଇପ୍-1 ମଧୁମେହ

author img

By

Published : Jul 4, 2023, 12:58 PM IST

କୋରୋନା ପରେ ଛୁଆଙ୍କ ମଧ୍ୟରେ ବୃଦ୍ଧି ପାଇଛି ଟାଇପ୍-1 ମଧୁମେହ । ଏନେଇ ଏକ ଅନୁସନ୍ଧାନରୁ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Diabetes Cases In Children
Diabetes Cases In Children

ହାଇଦ୍ରାବାଦ: ଏକ ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ-19 ମହାମାରୀ ପରେ ଶିଶୁ ଏବଂ କିଶୋରମାନଙ୍କରେ ଟାଇପ -1 ଡାଇବେଟିସ ରୋଗ ବୃଦ୍ଧି ପାଇଛି। ଏହା ପିଲାମାନଙ୍କ ଉପରେ ଗୁରୁତର ପରିଣାମ ଦେଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଜାମା ନେଟୱାର୍କ ଓପନରେ ପ୍ରକାଶିତ ଏହି ଅଧ୍ୟୟନ ଏଭଳି ତଥ୍ୟ ପ୍ରକାଶିତ ହୋଇଛି । 19 ବର୍ଷରୁ କମ୍ 1,02,984 ଯୁବକଙ୍କୁ ନେଇ 42ଟି ରିପୋର୍ଟ ଉପରେ ଆଧାରିତ କରାଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି ।

ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ, ଟାଇପ୍ 1 ଡାଇବେଟିସ୍ ହାର ପ୍ରଥମ ବର୍ଷ ତୁଳନାରେ 1.14 ଗୁଣ ଅଧିକ ରହିଛି । କୋଭିଡ ମହାମାରୀ ଆରମ୍ଭ ହେବାର ଦ୍ୱିତୀୟ ବର୍ଷରେ ଏହା 1.27 ଗୁଣ ଅଧିକ ଅଟେ । ଶିଶୁ ଏବଂ କିଶୋରମାନଙ୍କରେ ଟାଇପ୍-୨ ମଧୁମେହ ରୋଗରେ ମଧ୍ୟ ବୃଦ୍ଧି ଘଟିଛି । ଅଧ୍ୟୟନରେ ଡାଏବେଟିସ କେଟୋଏସିଡୋସିସ୍ (DKA)ର ଅଧିକ ହାର ମଧ୍ୟ ମିଳିଥିଲା । ମହାମାରୀ ପୂର୍ବ ଅପେକ୍ଷା ଏହି ହାର 1.26 ଗୁଣ ଅଧିକ ରହିଥିଲା । ଟାଇପ୍-1 ଡାଇବେଟିସ୍ ସବୁଠାରୁ ସାଧାରଣ ଏବଂ ଭୟଙ୍କର, ଯାହା ଜୀବନ ପ୍ରତି ବିପଦ ହୋଇପାରେ । ଶରୀରରେ ରକ୍ତ ଶର୍କରାକୁ ଶକ୍ତି ଭାବରେ ବ୍ୟବହାର କରିବା ପାଇଁ କୋଷଗୁଡ଼ିକରେ ପର୍ଯ୍ୟାପ୍ତ ଇନସୁଲିନ୍ ନଥିବାବେଳେ ଏହା ବିକଶିତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:ପ୍ରତି ଅଧ ଘଣ୍ଟାରେ 3 ମିନିଟ୍ ଚାଲିଲେ ହ୍ରାସ ପାଇବ ଟାଇପ୍-1 ମଧୁମେହ ବିପଦ

କାନାଡାର ଟରୋଣ୍ଟୋ ୟୁନିଭର୍ସିଟିର ଏକ ଅନୁସନ୍ଧାନକାରୀ ଟିମ୍‌ କହିଛି ଯେ, "ମଧୁମେହ ରୋଗରେ ପୀଡିତ ଶିଶୁ ଏବଂ କିଶୋରମାନଙ୍କ ସଂଖ୍ୟା ବୃଦ୍ଧିକୁ ରୋକିବାର ଆବଶ୍ୟକତା ରହିଛି । ମହାମାରୀ ସମୟରେ ଆମେ ଶିଶୁ ଏବଂ କିଶୋରମାନଙ୍କଠାରେ ମଧୁମେହର ଲକ୍ଷଣ ପାଇଥିଲୁ, ଏହା ଚିନ୍ତାଜନକ । ଏହା ରୋଗୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ । ଏହି କାରଣରୁ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଥାଏ । ଏଥି ସହିତ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମାମଲାରେ ବୃଦ୍ଧି ହେବାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ, କିଛି ତତ୍ତ୍ବ ଅଛି ଯେଉଁଥିରେ କୁହାଯାଇଛି ଯେ କୋଭିଡ ସଂକ୍ରମଣ ପରେ ପିଲାମାନଙ୍କଠାରେ ମଧୁମେହ ହେବାର ଆଶଙ୍କା ବୃଦ୍ଧିପାଇଛି । ପିଲାମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚାପ ମଧ୍ୟ ଏହାର କାରଣ ହୋଇପାରେ ।"

କହିରଖୁଛୁ କି, ମଧୁମେହ ପରିଚାଳନା କ୍ଷେତ୍ରରେ କିଛି ଦିନ ପୂର୍ବରୁ ଆଉ ଏକ ଉପାୟ ଆବଷ୍କାର କରିଥିଲେ ବୈଜ୍ଞାନିକ । ନିୟମିତ ପ୍ରତି 30 ମିନିଟରେ 3 ମିନିଟ୍ ଚାଲିବା ଫଳରେ ଟାଇପ୍-1 ଡାଏବେଟିସ୍ ରୋଗ ଆଶଙ୍କା ହ୍ରାସ ପାଇପାରେ ବୋଲି କୁହାଯାଇଥିଲା । ଅନୁସନ୍ଧାନକାରୀ ଜାଣିବାକୁ ପାଇଥିଲେ ଯେ, ଯଦି ଜଣେ ବ୍ୟକ୍ତି ପ୍ରତି 30 ମିନିଟ୍ ବସି ରହି କାମ କରିବା ପରେ ଯଦି 3 ମିନିଟ୍ ଚାଲନ୍ତି ତେବେ ତାଙ୍କ ରକ୍ତରେ ଶର୍କରା ସ୍ତର ପରିଚାଳନା ହୋଇପାରିବ । ଟାଇପ୍-1 ଡାଏବେଟିସ୍ ହେଉଛି ଏକ କ୍ରନିକ୍ ଅବସ୍ଥା ଯେଉଁଥିରେ ଅଗ୍ନାଶୟ ଅଳ୍ପ କିମ୍ବା ଆଦୌ ଇନସୁଲିନ୍ ଉତ୍ପାଦନ କରେ ନାହିଁ । ଫଳରେ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଏ । ଏହାକୁ ପରିଚାଳନା ପାଇଁ ବ୍ୟାୟାମ ବ୍ୟୟମୁକ୍ତ ଏବଂ ସରଳ ଉପାୟ ବୋଲି କହିଛନ୍ତି ଅନୁସନ୍ଧାନକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.