ETV Bharat / sukhibhava

ପ୍ରତି ଅଧ ଘଣ୍ଟାରେ 3 ମିନିଟ୍ ଚାଲିଲେ ହ୍ରାସ ପାଇବ ଟାଇପ୍-1 ମଧୁମେହ ବିପଦ

author img

By

Published : Apr 27, 2023, 1:51 PM IST

Etv Bharat
Etv Bharat

ମଧୁମେହ ପରିଚାଳନା କ୍ଷେତ୍ରରେ ଆଉ ଏକ ଉପାୟ ଆବଷ୍କାର କଲେ ବୈଜ୍ଞାନିକ । ଅନୁସନ୍ଧାନ ଅନୁସାରେ ଯଦି ଜଣେ ଟାଇପ୍-1 ମଧୁମେହ ପୀଡିତ ବ୍ୟକ୍ତି ପ୍ରତି 30 ମିନିଟ୍‌ରେ 3 ମିନିଟ୍ ଚାଲନ୍ତି, ତେବେ ତାଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇବ । ଅଧିକ ପଢନ୍ତୁ

ଲଣ୍ଡନ: ଜୀବନଶୈଳୀରେ ପରିବର୍ତ୍ତନ ନାନା ରୋଗର କାରଣ ପାଲଟିଛି । ଏହି କାରଣରୁ ଅଧିକାଂଶ ଲୋକେ ଏବେ ମଧୁମେହରେ ପୀଡିତ । ଏହି ରୋଗ ଥରେ ହେଲେ ସାରା ଜୀବନ ରହିଥାଏ । ଏଥିପାଇଁ ଇନସୁଲିନ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଖାଦ୍ୟପେୟରେ କଟକଣା ବିପଦକୁ ସାମାନ୍ୟ ହ୍ରାସ କରିପାରେ । ଏହି କ୍ରମରେ ମଧୁମେହ ପରିଚାଳନା କ୍ଷେତ୍ରରେ ବୈଜ୍ଞାନିକମାନେ ଆଉ ଏକ ଚିକିତ୍ସା ଉପାୟ ଆବିଷ୍କାର କରିଛନ୍ତି । ସେମାନଙ୍କ କହିବା ଅନୁସାରେ ନିୟମିତ ପ୍ରତି 30 ମିନିଟରେ 3 ମିନିଟ୍ ଚାଲିବା ଫଳରେ ଟାଇପ୍-1 ଡାଇବେଟିସ୍ ରୋଗ ଆଶଙ୍କା ହ୍ରାସ ପାଇପାରେ ।

diabetes
diabetes

ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପ୍ରତି 30 ମିନିଟ୍ ବସି ରହି କାମ କରିବା ପରେ ଯଦି 3 ମିନିଟ୍ ଚାଲନ୍ତି ତେବେ ତାଙ୍କ ରକ୍ତରେ ଶର୍କରା ସ୍ତର ପରିଚାଳନା ହୋଇପାରିବ । ଟାଇପ୍-1 ଡାଇବେଟିସ୍ ହେଉଛି ଏକ କ୍ରନିକ୍ ଅବସ୍ଥା ଯେଉଁଥିରେ ଅଗ୍ନାଶୟ ଅଳ୍ପ କିମ୍ବା ଆଦୌ ଇନସୁଲିନ୍ ଉତ୍ପାଦନ କରେ ନାହିଁ । ଫଳରେ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଏ । ଏହାକୁ ପରିଚାଳନା ପାଇଁ ବ୍ୟାୟାମ ବ୍ୟୟମୁକ୍ତ ଏବଂ ସରଳ ଉପାୟ ବୋଲି କହିଛନ୍ତି ଅନୁସନ୍ଧାନକାରୀ । ପୂର୍ବରୁ ଖାଇ ସାରିବା ପରେ କିଛି ସମୟ ଚାଲିବା ଟାଇପ୍-2 ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ ପାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ:- Diabetes Diet: ଖାଇବା ପରେ 2 ମିନିଟ୍ ଚାଲିଲେ ବି ହ୍ରାସପାଏ ରକ୍ତରେ ଶର୍କରା ସ୍ତର

ମାତ୍ର ଏହି ଉପାୟ ଟାଇପ୍-1 ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ଜଣାପଡିନଥିଲା । ବର୍ତ୍ତମାନ ଏହି ସରଳ ବ୍ୟାୟାମ ଟାଇପ୍-1 ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ଜଣାପଡିଛି । ଏଥିପାଇଁ ଅନୁସନ୍ଧାନକାରୀ ଟିମ୍ 32 ଅଂଶଗ୍ରହଣକାରୀଙ୍କୁ ନେଇ ପରୀକ୍ଷା-ନୀରିକ୍ଷା କରିଛନ୍ତି । ଏହି ଅନୁସନ୍ଧାନରେ ଅଂଶଗ୍ରହଣକାରୀଙ୍କୁ ସମ୍ପୂର୍ଣ୍ଣ 7 ଘଣ୍ଟା ବସିବାକୁ କୁହାଯାଇଥିବା ଏବଂ ପରେ ପ୍ରତି 30 ମିନିଟ୍ ବ୍ୟବଧାନରେ 3 ମିନିଟ୍ କମ୍ ତୀବ୍ରତାରେ ଚାଲିବାକୁ କୁହାଯାଇଥିଲା । ସେମାନଙ୍କୁ ବସିବା ସମୟରେ ଏବଂ ଚାଲିବା ସମୟରେ ଏକ କଣ୍ଟିନିୟସ୍ ଗ୍ଲୁକୋଜ୍ ମନିଟରିଂ(CGM) ପିନ୍ଧିବାକୁ କୁହାଯାଇଥିଲା ।

ଏହି ଯନ୍ତ୍ର ଅଂଶଗ୍ରହଣକାରୀଙ୍କ ରକ୍ତରେ ଶର୍କରା ସ୍ତରକୁ ଟ୍ରାକ୍ କରିଥିଲା । ଅନୁସନ୍ଧାନ ସମୟରେ ଦେଖିବାକୁ ମିଳିଲା ଯେ, ବସିବା ଅପେକ୍ଷା କିଛି ସମୟ ଚାଲିବା ଫଳରେ ଟାଇପ୍-1 ମଧୁମେହ ରୋଗୀଙ୍କର ରକ୍ତରେ ଗ୍ଲୁକୋଜ୍(ଶର୍କରା) ସ୍ତର ହ୍ରାସ ପାଉଛି । ତେବେ ଚାଲିବା ଭଳି ଏକ ବ୍ୟୟମୁକ୍ତ ବ୍ୟାୟାମ ମଧୁମେହ ବିପଦକୁ ହ୍ରାସ କରିବାରେ ସହାୟକ ହୋଇପାରିବେ । ପ୍ରତ୍ୟେକ ବ୍ୟକ୍ତି ଯଦି ଏହି ଅଭ୍ୟାସ କରିପାରିବେ, ତେବେ ନିଶ୍ଚିତ ରୂପେ ରୋମୁକ୍ତ ରହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.