ETV Bharat / sukhibhava

ଦେଶରେ କଡ ଲେଉଟାଉଛି କୋରୋନା, ସୁରକ୍ଷିତ ରହିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଜଡିବୁଟି

author img

By ETV Bharat Odisha Team

Published : Dec 19, 2023, 3:48 PM IST

Immunity Boosters
Immunity Boosters

Herbal Immune-Boosters: ଦେଶରେ କରୋନା (COVID 19) ମାମଲା ପୁଣି ଚିନ୍ତାର କାରଣ ସାଜିଛି। ଏଭଳି ପରିସ୍ଥିତିରେ ନିଜକୁ ସୁରକ୍ଷିତ କରିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶୀତ ଋତୁ ଆସିବା ସହିତ ଅନେକ ରୋଗ ଏବଂ ସଂକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ବିଶେଷକରି ଏହି ଋତୁରେ କିଛି ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ, ଫଳରେ ଅନେକ ରୋଗ ବା ସଂକ୍ରାମକ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏହାରି ଭିତରେ ଗତ କିଛି ଦିନ ହେବ ଦେଶରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏପରି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଋତୁରେ ନିଜକୁ ସୁସ୍ଥ ରଖିବା ସହିତ କୋରୋନା କୋପରୁ ବର୍ତ୍ତିବାକୁ ହେଲେ ଖାଦ୍ୟରେ କେତେକ ମସଲା ଅନ୍ତର୍ଭୁକ୍ତ କରିବା ଆବଶ୍ୟକ।

  • ଡାଲଚିନ: ଭାରତୀୟ ଖାଦ୍ୟରେ ଅତ୍ୟଧିକ ବ୍ୟବହାର ହେଉଥିବା ମସଲା ମଧ୍ୟରୁ ଡାଲଚିନ ଅନ୍ୟତମ। ଏହାର ଖାଦ୍ୟର ସ୍ବାଦ ଏବଂ ସୁଗନ୍ଧକୁ ବୃଦ୍ଧି କରିଥାଏ। ଏହା ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ ବୋଲି ବିବେଚନା କରାଯାଏ। ଏଥିରେ ରହିଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଯାହା ରୋଗ ଏହଂ ସଂକ୍ରମଣରୁ ରକ୍ଷା କରିଥାଏ।
  • ହଳଦୀ: ଏଥିରେ ଅନେକ ଚମତ୍କାରିତା ଗୁଣ ଯୋଗୁଁ ଏହା ଅଧିକାଂଶ ଖାଦ୍ୟରେ ବ୍ୟବହୃତ ହୋଇଥାଏ। ଖାଦ୍ୟରେ ସ୍ବାଦ ବଢାଇବା ବ୍ୟତୀତ ଏହା ସ୍ବାସ୍ଥ୍ୟ ଉପକାରୀ ଅଟେ। ଶୀତ ଋତୁରେ ଶରୀରକୁ ସୁସ୍ଥ ରଖିବା ପାଇଁ ଏହା ଔଷଧ ଭଳି କାମ କରିଥାଏ। ହଳଦୀ ଶରୀରର ନ୍ୟୁରୋପ୍ରୋଟେକ୍ସନ୍ କ୍ଷମତାକୁ ବୃଦ୍ଧି କରିଥାଏ। ଯାହା ଭାଇରାଲ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ହଳଦୀ ଆଣ୍ଟିଅକ୍ସିଡେଣ୍ଟର ଏକ ଉତ୍ତମ ଉତ୍ସ ଏବ ଏହା ଶରୀରରେ ରୋଗକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ।
  • ଶୀଲାଜିତ: ଆୟୁର୍ବେଦରେ ବ୍ୟବହୃତ ହେଉଥିବା ଶୀଲାଜିତ ଏକ ଜରୁରୀ ମିନେରାଲ୍ସ ଅଟେ। ଯାହା ଶରୀରକୁ ଶକ୍ତି ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାସହିତ ପ୍ରଜନନ ଅଙ୍ଗକୁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ। ଅନ୍ୟପଟେ ୟୁରିନାରୀ ସିଷ୍ଟମ ଏବଂ କିଡନୀ ପାଇଁ ମଧ୍ୟ ଏହାକୁ ମହୌଷଧୀ ଭାବେ ବିବେଚନା କରାଯାଏ। ଏହି ଔଷଧ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ସହିତ ଶୀତ ଋତୁରେ ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିଥାଏ।

ଏହା ମଧ୍ୟ ପଢନ୍ତୁ: Immunity Boosters: ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ, ବୃଦ୍ଧି ପାଇବ ରୋଗ ପ୍ରତିରୋଧକ ଶକ୍ତି

  • ତୁଳସୀ: ତୁଳସୀ ହେଉଛି ଏକ ଏଭଳି ଉଦ୍ଭିଦ ଯାହା ପ୍ରାୟ ପ୍ରତ୍ୟେକ ଘରେ ରହିଥାଏ। ଆଧ୍ୟାତ୍ମିକ ଗୁରୁତ୍ୱ ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଜୀବାଣୁ, ଆଲର୍ଜି ଏବଂ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ। ତେଣୁ ବିଶେଷ କରି ଶୀତ ଋତୁରେ ତୁଳସୀ ଖାଇବା ଉଚିତ ବୋଲି କୁହାଯାଇଛି।
  • ଅଦା: ଲୋକମାନେ ପ୍ରାୟତଃ ଥଣ୍ଡା ପାଗରେ ଅଦା ଚା ପିଇବାକୁ ପସନ୍ଦ କରିଥାଆନ୍ତି। କେବଳ ଏହାର ସ୍ବାଦ ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ଉପକାରିତା ପାଇଁ ମଧ୍ୟ ଲୋକେ ଏହାକୁ ପସନ୍ଦ କରିଥାଆନ୍ତି। ବାସ୍ତବରେ, ଏହି ଋତୁରେ ଥଣ୍ଡା ଏବଂ କାଶର ସମସ୍ୟାକୁ ଏଡାଇବା ପାଇଁ ଅଦା ଏକ ଭଲ ବିକଳ୍ପ ଅଟେ। ଅଦାରେ ମିଳୁଥିବା ଜିଞ୍ଜରୋଲ ଗଳା ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.