ETV Bharat / sukhibhava

Immunity Boosters: ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ, ବୃଦ୍ଧି ପାଇବ ରୋଗ ପ୍ରତିରୋଧକ ଶକ୍ତି

author img

By ETV Bharat Odisha Team

Published : Sep 29, 2023, 4:37 PM IST

ବାରମ୍ବାର ରୋଗରେ ଆକ୍ରାନ୍ତ ହେଉଛନ୍ତି କି ? ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିଲେ ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ

Immunity Boosters
Immunity Boosters

ହାଇଦ୍ରାବାଦ: ଋତୁରେ ପରିବର୍ତ୍ତନ ହେବା ସହିତ ଅନେକ ପ୍ରକାର ରୋଗ ମଧ୍ୟ ହୋଇଥାଏ । ସାଧାରଣତଃ କିଛି ଲୋକ ଉଠିବା ପରେ ଚା' ଏବଂ କଫି ପିଇବାର ଖରାପ ଅଭ୍ୟାସ ରଖିଥାଆନ୍ତି । ଏହା ଶରୀର ଉପରେ ସୁପ୍ରଭାବ ପକାଇବା ବଦଳରେ କୁପ୍ରଭାବ ପକାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଉଠିବା ପରେ ଖାଲି ପେଟରେ ଏହି ସବୁ ପିଇବା ବଦଳରେ କେତେକ ଜରୁରୀ ଜିନିଷ ଗ୍ରହଣ କରନ୍ତୁ । ଯାହା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। କେବଳ ଏତିକି ନୁହେଁ ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ ।

ଅଁଳା: ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । ଏହାସହିତ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ମଧ୍ୟ ଅଧିକ ରହିଥାଏ । ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରଥମେ ଅଁଳାକୁ ବାଟି ଗରମ ପାଣିରେ ମିଶାନ୍ତୁ । ଏହାକୁ ଉଷୁମ ଥିବାବେଳେ କୁଳି କରିପାରିବେ । ଚର୍ମ ସମସ୍ୟା ହ୍ରାସ କରିବା ଏବଂ କେଶ ଝଡିବା ବନ୍ଦ କରିବା ସହିତ ଏହା ମାନସିକ ସ୍ତରରେ ଉନ୍ନତି ଆଣିବା ପାଇଁ ମଧ୍ୟ ଜଣାଶୁଣା ।

ମହୁ: ପ୍ରଥମେ ଗରମ ପାଣି ନେଇ ସେଥିରେ ମହୁ ଏବଂ ଲେମ୍ବୁରସ ମିଶାନ୍ତୁ । ଏହାକୁ ଖାଲିପେଟରେ ସକାଳୁ ଉଠି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏଥିରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ କ୍ଷତିକାରକ ବ୍ୟାକ୍ଟେରିଆ ସହ ଲଢିଥାଏ । ତେବେ ଏହା ବ୍ୟତୀତ ପ୍ରତିଦିନ ମହୁ ଖାଇବା ଦ୍ବାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ପନିପରିବା

ତୁଳସୀ: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଏହି ଦେବ ବୃକ୍ଷ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର ଅଟେ । 5ଟି ତୁଳସୀ ପତ୍ରକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ । ଯାହାକି ସଂକ୍ରମଣରୁ ଶୀଘ୍ର ସୁସ୍ଥ ରଖିଥାଏ । ଥଣ୍ଡା ଏବଂ କାଶ-କଫ ପାଇଁ ତୁଳସୀକୁ ମୁଖ୍ୟ ଔଷଧ ଭାବେ ବିବେଚନା କରାଯାଏ। ଏହାସହିତ ପ୍ରତିଦିନ ତୁଳସୀ ରସ ପିଇବା ଦ୍ବାରା ଚର୍ମ, କେଶ ଏବଂ ଦାନ୍ତ ସମସ୍ୟା ଦୂର ହୋଇଥାଏ ।

ରସୁଣ: ଏହାକୁ ପ୍ରାକୃତିକ ଆଣ୍ଚିବାୟୋଟିକ ହିସାବରେ ବିବେଚନା କରାଯାଏ । ରସୁଣରେ ଆଣ୍ଟି ମାଇକ୍ରୋବିଆଲ ଏବଂ ଆଣ୍ଟି ଭାଇରାଲ ଗୁଣ ରହିଥାଏ । ଏହା ଥଣ୍ଡା ଏବଂ କାଶ ବିରୋଧରେ ଲଢିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ । ଏହାସହିତ ରକ୍ତ ଶକ୍ତରା ସ୍ତରକୁ ନିୟନ୍ତ୍ରଣରେ ରଖିବା ସହିତ ଫୁସଫୁସ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ମଧ୍ୟ କମ ରହିଥାଏ। ତେଣୁ ପ୍ରତିଦିନ ରସୁଣ ଖାଇବା ଜରୁରୀ ବୋଲି କୁହାଯାଇଛି। ପ୍ରଥମେ ଦୁଇ ଖୋଳ ରସୁଣ ନେଇ ଖାଲିପେଟରେ ଚୋବାଇବା ପରେ ଉଷୁମ ପାଣି ପିଇବା ଉଚିତ । ଏହା ଦ୍ବାରା ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ହଜମ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.