ETV Bharat / sukhibhava

ଅନୁସନ୍ଧାନ: ନିୟମିତ ଦିନକୁ ମୁଠାଏ ୱଲନଟ୍ ଖାଇଲେ ଉନ୍ନତ ହେବ ମସ୍ତିଷ୍କ ସ୍ବାସ୍ଥ୍ୟ

author img

By

Published : Apr 28, 2023, 11:03 AM IST

walnut
walnut

ନିକଟରେ କରାଯାଇଥିବା ଅନୁସନ୍ଧାନ ଅନୁସାରେ, ଯଦି କିଶୋର ଅବସ୍ଥାରେ ଦିନକୁ ମୁଠାଏ କିମ୍ବା ସପ୍ତାହରେ ଅତି କମ୍‌ରେ ତିନିଥର ୱଲନଟ୍ ଖିଆଯାଏ, ତେବେ ଚେତନା ଓ ଦକ୍ଷତା ଯଥେଷ୍ଟ ଉନ୍ନତି ପାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଲଣ୍ଡନ: ୱଲନଟ୍‌ର ଅନେକ ଉପକାରିତା ବାବଦରେ ନିଶ୍ଚିତ ଅବଗତ ଥିବେ । ଏହା ଏପରି ଏକ ଡ୍ରାଏ ଫ୍ରୁଟ୍ସ, ଯେଉଁଥିରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଛୋଟ ପିଲାଠୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପର୍ଯ୍ୟନ୍ତ, ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ସ୍ବାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ । ଏହି କ୍ରମରେ ୱଲନଟ୍‌ର ଆଉ ଏକ ଉପକାରୀ ଗୁଣ ବାବଦରେ ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଅନୁସନ୍ଧାନ ଅନୁସାରେ, ଯଦି ଜଣେ ଝିଅ କିମ୍ବା ପୁଅ ଦିନକୁ ମୁଠାଏ କିମ୍ବା ସପ୍ତାହରେ ଅତି କମ୍‌ରେ ତିନିଥର ୱଲନଟ୍ ଖାଉଛନ୍ତି, ତେବେ ତାଙ୍କର ଚେତନା ଓ ଦକ୍ଷତା ଯଥେଷ୍ଟ ଉନ୍ନତି ପାଇବ ।

walnut
walnut

ସ୍ପେନର ଅନୁସନ୍ଧାନକାରୀ ଏହି ରହସ୍ୟ ଜାଣିବାକୁ ପାଇଛନ୍ତି । EClinicalMedicine ପତ୍ରିକାରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇ ଥିବାବେଳେ ଇନଷ୍ଟିଚ୍ୟୁଟ୍ ଡି'ଇନଭେଷ୍ଟିଗାସିଓ ସାନିଟାରିଆ ପେରେ ଭର୍ଜିଲ୍(IISPV) ଅନୁଷ୍ଠାନରେ ଅନୁସନ୍ଧାନ କରାଯାଇଥିଲା । ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ନିୟମିତ ଭାବରେ ୱଲନଟ୍‌ ଖାଇବା କିଶୋରମାନଙ୍କ ଜ୍ଞାନଗତ ବିକାଶରେ ଲାଭଦାୟକ ହୋଇପାରେ ଏବଂ ସେମାନଙ୍କର ମାନସିକ ପରିପକ୍ୱତା ପାଇଁ ସହାୟକ ହୋଇପାରେ ।

ପୂର୍ବ ଅଧ୍ୟୟନରେ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ୱଲନଟ୍‌ର ସୁପ୍ରଭାବ ଥିବା ଜଣାପଡିଥିଲା । ହେଲେ ଯୁବାବସ୍ଥାରେ ଜ୍ଞାନଗତ ବିକାଶ କ୍ଷେତ୍ରରେ ୱଲନଟ୍‌ର ପ୍ରଭାବ ବାବଦରେ ପୂର୍ବରୁ ପରୀକ୍ଷଣ କରାଯାଇ ନଥିଲା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ୱଲନଟ୍‌ରେ ଆଲଫା-ଲିନୋଲେନିକ୍ ଫ୍ୟାଟି ଏସିଡ୍(ALA) ଭରପୂର ଥାଏ, ଏହା ଏକ ପ୍ରକାର ଓମେଗା-3 ଯାହା ଯୁବାବସ୍ଥାରେ ମସ୍ତିଷ୍କ ବିକାଶରେ ମୌଳିକ ଭୂମିକା ଗ୍ରହଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ସ୍କିପିଂର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

କିଶୋରାବସ୍ଥା ହେଉଛି ଜୈବିକ ପରିବର୍ତ୍ତନର ଏକ ସମୟ । ଏହି ସମୟରେ ହରମୋନାଲ ଟ୍ରାନ୍ସଫର୍ମେସନ୍ ହୁଏ, ଯାହା ଫ୍ରଣ୍ଟାଲ୍ ଲୋବେ ସିନେପ୍ଟିକ୍ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଆମର ମସ୍ତିଷ୍କର ଏହି ଅଂଶ ହିଁ ସ୍ନାୟୁବିଜ୍ଞାନ ପରିପକ୍ୱତାକୁ ସକ୍ଷମ କରିଥାଏ, ଯେମିତିକି ଅଧିକ ଭାବପ୍ରବଣ ଏବଂ ଜ୍ଞାନଗତ କାର୍ଯ୍ୟ ବୃଦ୍ଧି ଇତ୍ୟାଦି । ନ୍ୟୁରନ୍ସ IISPVର ମୁଖ୍ୟ ଅନୁସନ୍ଧାନକାରୀ ଜୋର୍ଡି ଜୁଲଭେଜ୍ କହିଛନ୍ତି ଯେ, ଏହି ପ୍ରକାରର ଫ୍ୟାଟି ଏସିଡ୍ ଭଲ ପୋଷଣ ଯୋଗାଇବାରେ ସହାୟକ ହୋଇଥାନ୍ତି ।

ଏହି ଅନୁସନ୍ଧାନକାରୀ ଟିମ୍, ବର୍ସିଲୋନାରେ ଥିବା 12ଟି ବିଭିନ୍ନ ଉଚ୍ଚ ବିଦ୍ୟାଳୟର 11ରୁ 16 ବର୍ଷ ବୟସର ଏବଂ 700 ମାଧ୍ୟମିକ ବିଦ୍ୟାଳୟର ଛାତ୍ରଙ୍କୁ ନେଇ ପରୀକ୍ଷଣ କରିଥିଲେ । ଅନୁସନ୍ଧାନ ସମୟରେ କଣ୍ଟ୍ରୋଲ୍ ଗ୍ରୁପ୍‌ରେ ଥିବା ପିଲାମାନେ ୱଲନଟ୍‌ ଗ୍ରହଣ କରି ନଥିବାବେଳେ ପରୀକ୍ଷାମୂଳକ ଗୋଷ୍ଠୀରେ ଥିବା ପିଲା 30 ଗ୍ରାମ କର୍ଣ୍ଣଲ ଧାରଣ କରିଥିବା ୱଲନଟ୍‌ ଗ୍ରହଣ କରିଥିଲେ । ଯୁବ ଅଂଶଗ୍ରହଣକାରୀମାନଙ୍କୁ 6 ମାସ ପର୍ଯ୍ୟନ୍ତ ପ୍ରତିଦିନ ୱଲନଟ୍‌ ଖାଇବାକୁ କୁହାଯାଇଥିଲା ।

ଏହି ପରୀକ୍ଷଣରୁ ଜାଣିବାକୁ ମିଳିଲା ଯେ, କିଶୋର କିଶୋରୀମାନେ ଅତି କମ୍‌ରେ 100 ଦିନ ପାଇଁ ୱଲନଟ୍‌ ଖାଉଥିଲେ(ପ୍ରତ୍ୟେକ ଦିନ କ୍ରମାଗତ ଭାବରେ ନୁହେଁ) ସେମାନଙ୍କର ଧ୍ୟାନ କାର୍ଯ୍ୟ ବୃଦ୍ଧି ପାଇପାରିବ । ସେହିପରି ଯେଉଁମାନଙ୍କର ଧ୍ୟାନଗତ ତ୍ରୁଟି ଆଟେନ୍ସନ୍ ଡେଫିକ୍ଟ ହାଇପରଆକ୍ଟିଭିଟି ଡିସ୍‌ଅର୍ଡର୍(ADHD)ର କିଛି ଲକ୍ଷଣ ଥିଲା ସେମାନଙ୍କ ଆଚରଣରେ ଯଥେଷ୍ଟ ଉନ୍ନତି ହୋଇଥିଲା । ସେମାନେ ଶ୍ରେଣୀ ଗୃହରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଶିକ୍ଷକଙ୍କ ପ୍ରତି ଅଧିକ ଧ୍ୟାନ ଆକର୍ଷଣ କରିବା ସହ କମ୍ ହାଇପରଆକ୍ଟିଭ୍ ଅର୍ଥାତ୍ କମ୍ ଉତ୍ତେଜିତ ସ୍ବଭାବ ପ୍ରଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.