ETV Bharat / sukhibhava

ସ୍କିପିଂର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

author img

By

Published : Apr 27, 2023, 5:34 PM IST

ସମୟ ଅତିବାହିତ କିମ୍ବା କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଲୋକେ ସ୍କିପିଂକୁ ବାଛିଥାନ୍ତି । ହେଲେ ଜାଣନ୍ତି କି ଏହାର ଉପକାରିତା ସ୍ବାସ୍ଥ୍ୟ ପାଇଁ କେତେ ଅଛି । ସ୍କିପିଂର ସ୍ବାସ୍ଥ୍ୟ ଉପକାରିତା ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

Etv Bharat
Etv Bharat

ହାଇଦ୍ରାବାଦ: ସ୍କିପିଂ ଏକ କ୍ରୀଡା ପ୍ରତିଯୋଗିତା ସହ ଏକ ଉତ୍ତମ ବ୍ୟାୟାମ । ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପକାଇଥାଏ । ସ୍କିପିଂ ଖେଳିବା ଦ୍ବାରା ଉଚ୍ଚତା ବୃଦ୍ଧି ଏବଂ ଓଜନ ହ୍ରାସ ହୁଏ ବୋଲି ବିବେଚନା କରାଯାଏ । ହେଲେ ଏହାର ଆହୁରି ଅନେକ ଭଲ ଗୁଣ ରହିଛି । ଜାଣି ଆଶ୍ଚର୍ଯ୍ୟ ହେଲେ ସ୍କିପିଂ ମନୋବଳ ଦୃଢ କରିବା ସହ ହୃଦୟ ସ୍ବାସ୍ଥ୍ଯ ଏବଂ ଫୁସଫୁସ କ୍ଷମତାକୁ ମଧ୍ୟ ଉନ୍ନତ କରିଥାଏ । 2021ରେ ଏ ଉପରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ତେବେ ସ୍କିପିଂରେ ଅନ୍ୟାନ୍ୟ କି କି ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ...

ଓଜନ ନିୟନ୍ତ୍ରଣ ଓ ହୃଦୟ ସ୍ବାସ୍ଥ୍ୟ: ସ୍କିପିଂ କରିବା ଦ୍ବାରା କ୍ୟାଲୋରୀ ହ୍ରାସ ପାଇଥାଏ, ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ମାଂସପେଶୀକୁ ଶକ୍ତ କରିବା ସହ ପେଟର ଚର୍ବିକୁ ମଧ୍ୟ ହ୍ରାସ କରେ । 2013ରେ ହୋଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ଛଅ ସପ୍ତାହ ପାଇଁ ଦୈନିକ 10 ମିନିଟ୍ ଜମ୍ପ ବା ସ୍କିପିଂ କରିଥାନ୍ତି, ସେମାନଙ୍କ ହୃଦୟ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।

ଏହା ମଧ୍ୟ ପଢନ୍ତୁ:- ଏମ୍ସ ସମେତ ଏହି ସବୁ ହସ୍ପିଟାଲରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ହୋମିଓପାଥିର OPD-IPD

ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ସ୍କିପିଂ: ମସ୍ତିଷ୍କ କାର୍ଯ୍ୟକାରିତାର ଉନ୍ନତି ଆଣିବା ପାଇଁ ସ୍କିପିଂ ବେଶ୍ ସହାୟକ ହୋଇଥାଏ । ଯଦି ସଠିକ ଢଙ୍ଗରେ ଓ ବିଭିନ୍ନ ପ୍ରକାରର ସ୍କିପିଂ କରିବାରେ ପାରଙ୍ଗମ ତେବେ ଏହା ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହେବ । ଏଥିରୁ ସୃଷ୍ଟି ହେଉଥିବା ଫୁଟ୍‌ୱାର୍କ ଦ୍ବାରା ଜଣେ ବ୍ୟକ୍ତି ସତେଜ ଓ ଫୁର୍ତ୍ତି ଅନୁଭବ କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ:- କାହିଁକି ଖରାଦିନେ ହୁଏ ଘିମିରି, ଜାଣନ୍ତୁ କେମିତି କରିବେ ସମସ୍ୟାର ସମାଧାନ

ଅସ୍ତି ସ୍ବାସ୍ଥ୍ୟ ପାଇଁ ସ୍କିପିଂ: ସ୍କିପିଂ ହାଡକୁ ମଜବୁତ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କାକୁ କମ କରେ । 2017ରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଏଥିରୁ ଜଣାଯାଇଛି ଯେ, 11ରୁ 14 ବର୍ଷ ବୟସର ଝିଅମାନେ, ଯେଉଁମାନେ ସାପ୍ତାହିକ ସ୍କିପିଂରେ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ହାଡର ଘନତା ଅନ୍ୟମାନଙ୍କ ତୁଳନାରେ ଉନ୍ନତ ହୋଇଥିଲା ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.