ETV Bharat / sukhibhava

ଅନୁସନ୍ଧାନ: କୋଭିଡ୍ ଟିକା ନେଇଥିବା ରକ୍ତ କର୍କଟ ରୋଗୀଙ୍କର ଦୃଢ ହୋଇଛି ଇମ୍ୟୁନିଟି

author img

By

Published : Mar 30, 2023, 1:30 PM IST

Etv Bharat
Etv Bharat

କୋଭିଡ୍ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଉପରେ ଏକ ଖୁସି ଖବର । ଅନୁସନ୍ଧାନ ଅନୁସାରେ କୋଭିଡ୍ ଟିକା ନେଇଥିବା ବ୍ଲଡ୍ କ୍ୟାନସର ରୋଗୀଙ୍କର ଇମ୍ୟୁନିଟି ଦୃଢ ହୋଇଛି । ଅଧିକ ପଢନ୍ତୁ

ସିଡନୀ: କୋଭିଡ ସଂକ୍ରମଣ, ଏହାର ପ୍ରଭାବ, ସୁସ୍ଥ ହେବା ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା, ଟିକା ଉଦ୍ଭାବନ, ଟୀକାକରଣର ପାର୍ଶ୍ବ ପ୍ରତିକ୍ରିୟା ଆଦି ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ଏହି କ୍ରମରେ ଏକ ନୂଆ ଖୁସିକର ତଥ୍ୟ ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ରିପୋର୍ଟ ଅନୁସାରେ, କୋଭିଡ୍ ଟିକା ନେଇଥିବା ରକ୍ତ କର୍କଟ(ବ୍ଲଡ୍ କ୍ୟାନସର) ରୋଗୀଙ୍କର ଇମ୍ୟୁନିଟି(ପ୍ରତିରକ୍ଷା ପ୍ରଣାଳୀ) ବୃଦ୍ଧି ପାଉଛି ।

ଏହା ମଧ୍ୟ ପଢନ୍ତୁ:- ହାର୍ଟ ସମସ୍ୟାକୁ ଦୂର କରିବା ପାଇଁ ଦେଶରେ ଉପଲବ୍ଧ ହେବ ଡିଜିଟାଲ୍ ପ୍ଲାଟଫର୍ମ

ଅନୁସନ୍ଧାନ ଅନୁସାରେ, ସବୁଠୁ କମ୍ ଇମ୍ୟୁନିଟି ଥିବା ବ୍ଲଡ୍‌ କ୍ୟାନସର ରୋଗୀ କୋଭିଡ ଟିକା ନେବାପରେ ସେମାନଙ୍କ ପ୍ରତିରକ୍ଷା ପ୍ରଣାଳୀ ଦୃଢ ହୋଇଛି । ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଏହି ଅନୁସନ୍ଧାନ କରାଯାଇଛି । ଅନୁସନ୍ଧାନକାରୀମାନେ ସୁସ୍ଥ ବ୍ୟକ୍ତିବିଶେଷଙ୍କ ତୁଳନାରେ ବିଭିନ୍ନ ରୋଗ ଏବଂ ହେମାଟୋଲୋଜି ରୋଗୀଙ୍କ ମଧ୍ୟରେ କୋଭିଡର ସମ୍ପୂର୍ଣ୍ଣ 3 ଡୋଜ୍ ଟିକାର ପ୍ରଭାବ ଉପରେ ବିଶ୍ଲେଷଣ କରିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ, ରକ୍ତ କର୍କଟ ରୋଗୀ ତିନି ଡୋଜ ଟୀକାକରଣ କରିବା ପରେ ପ୍ରତିରକ୍ଷା ପ୍ରଣାଳୀ ଦୃଢ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ରାତିରେ ନିଦ ନ ହେଲେ ଆଖିରେ ହୁଏ ଏହି ରୋଗ

ଏହି ଟିକା ଗୁଡ଼ିକ ରୋଗୀର ବି-ସେଲ୍ ସଂଖ୍ୟା ଏବଂ ଆଣ୍ଟିବଡି ପ୍ରତିକ୍ରିୟାକୁ ଖାତିର ନକରି ଭାଇରାଲ୍ ସଂକ୍ରମିତ କୋଷଗୁଡ଼ିକୁ ହତ୍ୟା କରୁଥିବା ଶ୍ବେତ ରକ୍ତ କଣିକା ଟି-ସେଲ୍‌କୁ ସ୍ତରକୁ ବୃଦ୍ଧି କରିଛି । ଟୀକାକରଣ ପରେ ସୃଷ୍ଟି ହେଉଥିବା ଏହି ଟି-କୋଷଗୁଡ଼ିକର ବୈଶିଷ୍ଟ୍ୟକୁ ମଧ୍ୟ ନିରୀକ୍ଷଣ କରିଛନ୍ତି ଅନୁସନ୍ଧାନକାରୀ ଟିମ୍ । ଏଥିରୁ ଜାଣିବାକୁ ପାଇଲେ ଯେ, ଏହି ଫଳାଫଳ ସୁସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି । ଅର୍ଥାତ୍ ଯେଉଁମାନେ ସଂକ୍ରମିତ କିମ୍ବା ଟୀକାକରଣ କରିଛନ୍ତି । ମାତ୍ର କର୍କଟ ରୋଗୀଙ୍କ କ୍ଷେତ୍ରରେ ଦେଖାଯିବା ବାସ୍ତବରେ ରୋମାଞ୍ଚକର ବୋଲି ଅନୁସନ୍ଧାନକାରୀ ଟିମ୍ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଯକ୍ଷ୍ମା ଗାଣିତିକ ମଡେଲ୍: WHO ତୁଳନାରେ 6 ମାସ ପୂର୍ବରୁ ଭାରତ ଦେବ ତଥ୍ୟ

ଏହି ଅନୁସନ୍ଧାନର ଫଳାଫଳ ସେଲ୍ ରିପୋର୍ଟ ମେଡିସିନ୍ ପତ୍ରିକାରେ ପ୍ରକାଶ ପାଇଛି । ଏହି ରୋଗ ସମୟରେ ଇନଫ୍ଲୁଏଞ୍ଜା ଏବଂ କୋଭିଡ ଆଦି ସଂକ୍ରାମକ ରୋଗ ସଂକ୍ରମଣ କରିବାର ଆଶଙ୍କା ଅଧିକ । ତେଣୁ ଏହି ଫଳାଫଳ ଉପରେ ଆହୁରି ଅନୁସନ୍ଧାନ କରିବାର ଆବଶ୍ୟକତା ଅନୁସନ୍ଧାନକାରୀ କହିଛନ୍ତି । ଏହି ଅନୁସନ୍ଧାନର ଫଳାଫଳ ରକ୍ତ କର୍କଟ ରୋଗୀଙ୍କ ସହ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.