ETV Bharat / sukhibhava

ଯକ୍ଷ୍ମା ଗାଣିତିକ ମଡେଲ୍: WHO ତୁଳନାରେ 6 ମାସ ପୂର୍ବରୁ ଭାରତ ଦେବ ତଥ୍ୟ

author img

By

Published : Mar 29, 2023, 1:35 PM IST

ଯକ୍ଷ୍ମା ସଂକ୍ରମଣ ଆକଳନ କରିବା କ୍ଷେତ୍ରରେ ଭାରତ "ଇନ୍-କଣ୍ଟ୍ରି ଡାଇନାମିକ୍ ମେଥ୍‌ମେଟିକାଲ୍ ମୋଡେଲ୍" ଉନ୍ମୋଚନ କରିବାରେ ବିଶ୍ୱର ପ୍ରଥମ ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଟ୍ୟୁବରକ୍ୟୁଲେସିସ୍ ବା ଯକ୍ଷ୍ମା ପ୍ରତିହତ କ୍ଷେତ୍ରରେ ଭାରତର ବିଭିନ୍ନ ପ୍ରକାର ପଦକ୍ଷେପ ଜାରି ରହିଛି । ଏହିକ୍ରମରେ ଯକ୍ଷ୍ମା ସଂକ୍ରମଣ ଆକଳନ କରିବା କ୍ଷେତ୍ରରେ ଭାରତ "ଇନ୍-କଣ୍ଟ୍ରି ଡାଇନାମିକ୍ ମେଥ୍‌ମେଟିକାଲ୍ ମୋଡେଲ୍" ବିକାଶ କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଏହା ଦ୍ବାରା ପ୍ରତିବର୍ଷ ମାର୍ଚ୍ଚ ସୁଦ୍ଧା ଦେଶରେ ଯକ୍ଷ୍ମା ରୋଗ ଆକଳନ ସୂଚନା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ।

ଏହା ମଧ୍ୟ ପଢନ୍ତୁ:- ନିମ୍ନମାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ, 18 ସଂସ୍ଥାର ଲାଇସେନ୍ସ ରଦ୍ଦ

ଏହି ମଡେଲ୍ ରୋଗର ପ୍ରାକୃତିକ ଇତିହାସ, ସଂକ୍ରମଣର ସ୍ଥିତି, ସ୍ୱାସ୍ଥ୍ୟ ସେବା, ଚିକିତ୍ସା, ଆରୋଗ୍ୟ ଏବଂ କେତେ ଜଣ ଏଥିରେ ପ୍ରାଣ ହରାଇଛନ୍ତି ଜାଣିବା ପାଇଁ ଆଧାର ନିର୍ମାଣ କରାଯାଇଛି । ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଜାରି କରୁଥିବା ପରିସଂଖ୍ୟାନର ଛଅ ମାସ ପୂର୍ବରୁ ଯକ୍ଷ୍ମା ବାବଦରେ ସମ୍ପୂର୍ଣ୍ଣ ଆକଳନ କରିବାରେ ସାହାଯ୍ୟ କରିବେ । ଏହି ସୁବିଧା ଫଳରେ WHO ପ୍ରତିବର୍ଷ ଅକ୍ଟୋବରରେ ଆକଳନ କରୁଥିବା ବେଳେ ଭାରତ ଏଣିକି 6 ମାସ ପୂର୍ବରୁ ଯକ୍ଷ୍ମାର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବ ।

ଏହା ମଧ୍ୟ ପଢନ୍ତୁ:-ଯକ୍ଷ୍ମାରୁ ଉପଶମ ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଏହି ଗାଣିତିକ ମଡେଲ ସହିତ ଭବିଷ୍ୟତରେ ଭାରତ ମଧ୍ୟ ରାଜ୍ୟସ୍ତରରେ ଏଭଳି ଆକଳନ କରିପାରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି । WHO ଦ୍ବାରା ଆକଳନ କରାଯାଇଥିବା 210 ବଦଳରେ ଭାରତରେ ଯକ୍ଷ୍ମା ରୋଗ ହାର 196 ଏବଂ 2021 ମସିହାରେ 4.94 ଲକ୍ଷ ପରିବର୍ତ୍ତେ ସଂକ୍ରାମକ ରୋଗରେ ମୃତ୍ୟୁ 3.20 ଲକ୍ଷ । 2022 ପାଇଁ ସଂପୂର୍ଣ୍ଣ ମାମଲା ସଂଖ୍ୟା ଭାରତର ନିଜସ୍ୱ ମଡେଲ ବ୍ୟବହାର କରି ଜାଣିବାକୁ ପାଇଛି । ସେହିପରି 2022 ରେ WHO ଦ୍ବାରା ଆକଳନ କରାଯାଇଥିବା 29.50 ଲକ୍ଷ ତୁଳନାରେ ଦେଶରେ ଯକ୍ଷ୍ମା ମାମଲା 27.70 ଲକ୍ଷରେ ରହିଛି ।

ଏହା ମଧ୍ୟ ପଢନ୍ତୁ:- World TB Day 2023: କେବଳ ଫୁସ୍‌ଫୁସ୍‌ ନୁହେଁ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ଯକ୍ଷ୍ମା

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଯକ୍ଷ୍ମା ଆକଳନ କରିବାରେ ଆମେ ବିଶ୍ୱର ଏକମାତ୍ର ଦେଶ । ନିକଟରେ ବାରାଣାସୀରେ ଷ୍ଟପ୍ ଟିବି ଶିଖର ସମ୍ମିଳନୀରେ ଦଶେ ପ୍ରକାଶ କରିଥିବା ଯକ୍ଷ୍ମା ସଂଖ୍ୟାକୁ ସମଗ୍ର ବିଶ୍ବ ଗ୍ରହଣ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବାରାଣସୀରେ ଆୟୋଜନ ହୋଇଥିବା ଏହି ବୈଠକରେ 40 ଟି ଦେଶର 198 ପ୍ରତିନିଧି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.