ETV Bharat / sukhibhava

ହାର୍ଟ ସମସ୍ୟାକୁ ଦୂର କରିବା ପାଇଁ ଦେଶରେ ଉପଲବ୍ଧ ହେବ ଡିଜିଟାଲ୍ ପ୍ଲାଟଫର୍ମ

author img

By

Published : Mar 28, 2023, 11:51 AM IST

ଦେଶରେ ବୃଦ୍ଧି ପାଉଥିବା ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟାକୁ ଦୃଷ୍ଟିରେ ରଖି ସୋସାଇଟି ଅଫ୍ ଇଣ୍ଡିଆ(CSI) ଖୁବ୍‌ଶୀଘ୍ର ଏକ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି । ଯେଉଁଠାରେ ବିଭିନ୍ନ ହୃଦୟ ସମସ୍ୟା ଓ ଏହାର ସମାଧାନର ଉପାୟ ଉପଲବ୍ଧ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯୁବଠୁ ବୟସ୍କ ସମସ୍ତେ ଏହି ଜଟିଳ ରୋଗର ସମ୍ମୁଖୀନ ହେଇଛନ୍ତି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ଅନେକ ଲୋକ ହୃଦ୍‌ଘାତରେ ପ୍ରାଣ ହରାଉଥିବା ଭିଡିଓ ଭାଇରାଲ୍ ହେଉଛି । ଏହାକୁ ଦୃଷ୍ଟିରେ ରଖି ସୋସାଇଟି ଅଫ୍ ଇଣ୍ଡିଆ(CSI) ଖୁବ୍‌ଶୀଘ୍ର ଏକ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି । ଏହି ଡିଜିଟାଲ୍ ପ୍ଲାଟଫର୍ମ ବିଭିନ୍ନ ହୃଦୟ ସମସ୍ୟା ବିଷୟରେ ମାର୍ଗଦର୍ଶନ କରିବ । ଅଗଷ୍ଟ ଶେଷ ସୁଦ୍ଧା ଏହି ସୁବିଧା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଏଥିରେ ହୃଦ୍‌ରୋଗର ସମସ୍ୟା, କିପରି ପ୍ରତିରୋଧ କରିବେ, ହୃଦ୍‌ଘାତ ସମୟରେ କଣ କରିବେ, କଣ ନ କରିବେ ସେ ବାବଦରେ ବିଷୟରେ ସବିଶେଷ ତଥ୍ୟ ରହିବ । CSI ଡ.ବିଜୟ ବାଙ୍ଗ୍‌ କହିଛନ୍ତି ଯେ, ଅନୁସନ୍ଧାନ ଅନୁଯାୟୀ, ପ୍ରାୟ 64 ପ୍ରତିଶତ ରୋଗୀ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ଲୋଡନ୍ତି । ଆହୁରି ମଧ୍ୟ, ପ୍ରଥମ ଲକ୍ଷଣ ପରେ ପ୍ରାୟ 50 ପ୍ରତିଶତ ଲୋକେ ଇଣ୍ଟରନେଟ୍ ସର୍ଚ୍ଚ କରନ୍ତି । ଏହା ପରେ ଯାଇ ସେମାନେ ଡାକ୍ତରଙ୍କ ନିକଟକୁ ଯାଆନ୍ତି ।

ଏହା ମଧ୍ୟ ପଢନ୍ତୁ:- IIL ପ୍ରସ୍ତୁତ କରିଥିବା ମିଳିମିଳା-ରୁବେଲା ଟିକାକୁ ଅନୁମୋଦନ

ତେଣୁ ହୃଦ୍‌ଘାତ ସମ୍ବନ୍ଧୀୟ ସୂଚନା ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି । ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଶିକ୍ଷା ଦେବା ପାଇଁ ଏହି ପ୍ଲାଟଫର୍ମ ପ୍ରମୁଖ ଭୂମିକା ନିଭାଇବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମସ୍ୟା ହେତୁ ଦୁନିଆର ଅଧିକାଂଶ ଲୋକ ଅକାଳରେ ଆଖି ବୁଜୁଛନ୍ତି । ଏହି ସମାଧାନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ବିକାଶ କରୁଛୁ ।

SGPGIMS, କାର୍ଡିଓଲୋଜି ବିଭାଗର ଅଧ୍ୟାପକ ଡକ୍ଟର ସୁଦୀପ କୁମାର କହିଛନ୍ତି, ଖୁବ୍‌ଶୀଘ୍ର ମେସିନ୍ ଶିକ୍ଷା ଏବଂ କୃତ୍ରିମ ବୁଦ୍ଧି ଉପରେ ଆଧାରିତ ଡିଜିଟାଲ୍ ଉପକରଣଗୁଡ଼ିକ ହୃଦ୍‌ଘାତ ଏବଂ ସମ୍ଭାବ୍ୟ ଚିକିତ୍ସା ନିର୍ଣ୍ଣୟ କରିବାରେ ସକ୍ଷମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ବିକଶିତ ଦେଶ ଗୁଡ଼ିକରେ ଏହି ଉପକରଣ ଗୁଡ଼ିକ ଉପଲବ୍ଧ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ କେତେକ ସଫଳ ହୋଇଛନ୍ତି । ଖୁବ୍‌ଶୀଘ୍ର ଏହି ସୁବିଧା ମଧ୍ୟ ଭାରତରେ ଉପଲବ୍ଧ ହେବ । ଏହି ପ୍ଲାଟଫର୍ମ ଲ୍ୟାବ ରିପୋର୍ଟ ତଥ୍ୟ, ସ୍କାନ୍, ହୃଦ୍‌ଘାତର ପୂର୍ବ ରେକର୍ଡ ଏବଂ କ୍ଲିନିକାଲ୍ ଲକ୍ଷଣ ରେକର୍ଡ କରି ରୋଗର ନିରାକରଣ ତଥା ସମ୍ଭାବ୍ୟ ଚିକିତ୍ସାରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.