ETV Bharat / sukhibhava

Breast Cancer Awareness Month: ବଢୁଛି ମାମଲା, ସ୍ତନ କର୍କଟ ନେଇ ସଚେତନତା ଜରୁରୀ

author img

By ETV Bharat Odisha Team

Published : Oct 3, 2023, 12:54 PM IST

Breast Cancer Awareness Month
Breast Cancer Awareness Month

ଅକ୍ଟୋବର 1ରୁ 31 ଅକ୍ଟୋବର ପର୍ଯ୍ୟନ୍ତ ସାରା ବିଶ୍ୱରେ ସ୍ତନ କର୍କଟ ମାସ ପାଳନ କରାଯାଏ । ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ତନ କର୍କଟ ମାସ ପାଳନ କରାଯାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କର୍କଟ.. ଦିନକୁ ଦିନ ବୃଦ୍ଧି ପାଉଛି ରୋଗୀଙ୍କ ସଂଖ୍ୟା । ଏହାସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଭଳି ସମସ୍ୟା ଦେଖାଦେଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ପ୍ରକାରର ସ୍ତନ କର୍କଟରେ ଯଦି ଠିକ ସମୟରେ ନିରାକରଣ ଏବଂ ଚିକିତ୍ସା କରାଯାଏ, ତେବେ ରୋଗର ନିରାକରଣ ସମ୍ଭବ ହୋଇପାରିବ ଏବଂ ରୋଗକୁ ମାତ୍ ଦିଆଯାଇ ପାରିବ ।

ତେବେ ମହିଳାମାନଙ୍କ ଠାରେ ସ୍ତନ କର୍କଟ ସାଧାରଣ ହୋଇଗଲାଣି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ଚିନ୍ତାର ବିଷୟ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ । ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ । ତେଣୁ ସ୍ତନ କର୍କଟ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ସ୍ତନ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ । ଏହାକୁ ପିଙ୍କ ଅକ୍ଟୋବର ବୋଲି କୁହାଯାଇଛି । ଚଳିତ ମାସରେ ବିଶ୍ବର ବିଭିନ୍ନ ସଙ୍ଗଠନ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା, ଚିକିତ୍ସା ତଥା ଏହାସହ ଜଡିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଥାଆନ୍ତି ।

ପରିସଂଖ୍ୟାନ: ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗରେ କ୍ରମାଗତ ବୃଦ୍ଧି ଘଟିଛି । କିନ୍ତୁ ଅନେକ ଭାବନ୍ତି ଯେ, ଏହି କ୍ୟାନ୍ସର କେବଳ ମହିଳାମାନଙ୍କ ଠାରେ ଦେଖାଯାଏ । ତେବେ ପୁରୁଷମାନଙ୍କୁ ମଧ୍ୟ ଏହି କ୍ୟାନ୍ସର ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ ସ୍ତନ କର୍କଟ ସମ୍ବନ୍ଧୀୟ ମାମଲା ପୁରୁଷଙ୍କଠାରେ କ୍ୱଚିତ୍ ଦେଖାଯାଏ । ବିଶେଷକରି ଯଦି ଆମେ ଭାରତୀୟ ମହିଳାମାନଙ୍କ ସ୍ତନ କର୍କଟ ସମ୍ବନ୍ଧୀୟ ତଥ୍ୟକୁ ବିଚାର କରିବା, ତେବେ ଭାରତରେ ମହିଳାଙ୍କ ମୋଟ କର୍କଟ ରୋଗ ମଧ୍ୟରୁ 14 ପ୍ରତିଶତ ସ୍ତନ କର୍କଟ ରୋଗ ଅଟେ । ତେଣୁ ମହିଳାମାନଙ୍କ କ୍ଷେତ୍ରେର ସ୍ତନ କର୍କଟ ଏକ ସାଧାରଣ ବୋଲି ବିବେଚନା କରାଯାଏ ।

ଠିକ ସମୟରେ ନିରାକରଣ ଏବଂ ଚିକିତ୍ସାର ଅଭାବ ହେତୁ ବହୁ ସଂଖ୍ୟକ ମହିଳା ସ୍ତନ କର୍କଟରେ ପୀଡିତ ହୋଇ ପ୍ରାଣ ହରାଇଥାନ୍ତି । ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ଦ୍ୱାରା ଉପଲବ୍ଧ ତଥ୍ୟ ଅନୁଯାୟୀ, ପ୍ରତି 4 ମିନିଟରେ ଭାରତର ଜଣେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ସ୍ତନ କର୍କଟ ରୋଗ କେବଳ ସହରରେ ଦେଖାଯାଏ ଏହା ନୁହେଁ, ବରଂ ସ୍ତନ କର୍କଟ ରୋଗର ବୃଦ୍ଧି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖାଯାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, 2020 ମସିହାରେ ବିଶ୍ୱରେ 2.3 ମିଲିୟନ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ବର୍ଷ ସୁଦ୍ଧା ପ୍ରାୟ 685,000 ମହିଳାଙ୍କ ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସୋସାଇଟିର ତଥ୍ୟ ଅନୁଯାୟୀ, 2018 ମସିହାରେ ପ୍ରାୟ 1,62,468 ସ୍ତନ କର୍କଟ ରୋଗରେ ପୀଡିତ ହୋଇଥିଲେ । ସେଥିମଧ୍ୟରୁ 87,090 ମହିଳା ଏହି ରୋଗ ହେତୁ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି । ତେବେ ଆଶ୍ବସ୍ତିକର ବିଷୟ ହେଉଛି, ବିକାଶଶୀଳ ଦେଶମାନଙ୍କରେ 1980ରୁ 2020 ମଧ୍ୟରେ ସ୍ତନ କର୍କଟ ମୃତ୍ୟୁ ହାର ପ୍ରାୟ 40 ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ଉନ୍ନତ ଚିକିତ୍ସା ପଦ୍ଧତି ସାହାଯ୍ୟରେ ବାର୍ଷିକ ସ୍ତନ କର୍କଟ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରତି 4ମିନିଟରେ ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ: ରିସର୍ଚ୍ଚ

ବୃଦ୍ଧି ପାଉଛି ସଚେତନତା: ଡାକ୍ତର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ସାମାଜିକ ସଂଗଠନର ଉଦ୍ୟମ, ସୋସିଆଲ୍ ନେଟୱାର୍କିଂ ସାଇଟ ଏବଂ ଅନ୍ୟାନ୍ୟ ମାଧ୍ୟମ ଉପରେ ବିଭିନ୍ନ ସଚେତନତା ଅଭିଯାନ ଦ୍ବାରା ସ୍ତନ କର୍କଟ ବିଷୟରେ ସୂଚନା ଏବଂ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । ଯଦି ଠିକ ସମୟରେ ଚିହ୍ନଟ ହୁଏ ଏବଂ ରୋଗୀଙ୍କୁ ସଠିକ ଚିକିତ୍ସା ମିଳେ ତେବେ ଆରୋଗ୍ୟଲାଭ କରିପାରିବେ ବୋଲି ସଚେତନତା ବାର୍ତ୍ତା ବୃଦ୍ଧି ପାଇବାରେ ଲାଗିଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ବିଶେଷକରି ଯୁବତୀମାନଙ୍କ ମଧ୍ୟରେ ସ୍ତନ କର୍କଟ ସମ୍ବନ୍ଧୀୟ ଲକ୍ଷଣ ବିଷୟରେ ସଚେତନତା ବୃଦ୍ଧି ପାଇଛି । ଏଥିସହିତ ସ୍ତନ କର୍କଟ ପାଇଁ ଟେଷ୍ଟିଂ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳର ମହିଳାମାନଙ୍କ କ୍ଷେତ୍ରରେ ଏହି ସଚେତନତା ଅପେକ୍ଷାକୃତ ଅଧିକ ଦୃଶ୍ୟମାନ ହୋଇଥାଏ । ଏହି ଦିଗରେ ସଚେତନତା ବିସ୍ତାର କରିବା ପାଇଁ ନିରନ୍ତର ପ୍ରୟାସର ବହୁତ ଆବଶ୍ୟକତା ଅଛି । ଯାହାଦ୍ବାରା ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଲକ୍ଷଣ, ନିରାକରଣ ଏବଂ ଚିକିତ୍ସା ବିଷୟରେ ସର୍ବାଧିକ ସଚେତନତା ବିସ୍ତାର ସମ୍ଭବ ହୋଇପାରିବ ।

ସ୍ତନ କର୍କଟ ମାସର ଉଦ୍ଦେଶ୍ୟ ଏବଂ ମହତ୍ତ୍ବ: ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ କର୍କଟ ରୋଗକୁ ନେଇ ମଧ୍ୟ ଭୟ ଦେଖାଯାଉଛି । ଏଭଳି ପରିସ୍ଥିତିରେ କେବଳ ରୋଗର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ସଚେତନତା ବିସ୍ତାର କରିବା ନୁହେଁ, ବରଂ ଏହି ରୋଗ ସହ ଜଡିତ ପୌରାଣିକ ତଥା ଭୁଲ ଧାରଣାକୁ ହଟାଇବା ପାଇଁ ପ୍ରୟାସ ଜରରୀ ଅଟେ । ସଚେତନତା ବୃଦ୍ଧି ହେଲେ ରୋଗକୁ ମାତ ଦିଆଯାଇ ପାରିବ ।

ସୂଚନାଯୋଗ୍ୟ ଯେ, ସ୍ତନ କର୍କଟ ସଚେତନତା ମାସ ପ୍ରଥମେ 1985 ମସିହାରେ ଆମେରିକୀୟ କର୍କଟ ସମାଜ ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ଆରମ୍ଭ ହୋଇଥିଲା । ତେବେ ପ୍ରତ୍ୟେକ ବର୍ଷ ଏକ ଥିମ ନେଇ ଏହି ମାସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ ରହିଛି 'ଥ୍ରାଇଭ୍ 365' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.