ETV Bharat / sukhibhava

ପ୍ରତି 4ମିନିଟରେ ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ: ରିସର୍ଚ୍ଚ

author img

By ETV Bharat Odisha Team

Published : Sep 8, 2023, 5:33 PM IST

breast cancer
breast cancer

ଭାରତ ସମେତ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଡାକ୍ତରମାନେ ଜାଣିବାକୁ ପାଇଛନ୍ତି ଯେ ପ୍ରତି 4 ମିନିଟରେ ଜଣେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି। ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବ୍ରେଷ୍ଟ କ୍ୟାନ୍ସର(Breast Cancer) ବା ସ୍ତନ କର୍କଟ ଆଉ ଏକ ଜଟିଳ ସମସ୍ୟା। ଅନେକ ମହିଳା ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗ ବିଷୟରେ ଅବଗତ ହୋଇ ଚିକିତ୍ସା ଦ୍ବାରା ଆରୋଗ୍ୟ ହେଉଥିବା ବେଳେ ଅନେକ ମହିଳା ସ୍ତନ କର୍କଟ ବିଷୟରେ ଜାଣିନପାରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଏହାରି ଭିତରେ ସ୍ତନ କର୍କଟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ପ୍ରତି 4 ମିନିଟରେ ଜଣ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ନେଇ ରିପୋର୍ଟରେ କୁହାଯାଇଛି। ଗ୍ଲୋବୋକାନ୍ 2020 ଅଧ୍ୟୟନକୁ ଦର୍ଶାଇ କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭରସିଟିର ଏଣ୍ଡୋକ୍ରାଇନ୍ ସର୍ଜରୀ ବିଭାଗ ପ୍ରଫେସର ଆନନ୍ଦ ମିଶ୍ରା ଏହି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଭାରତରେ ଦିନକୁ ଦିନ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିକିତ୍ସା ପାଇଁ କ୍ୟାଲିଫାଇଡ ସର୍ଜନଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। "ପ୍ରକାଶଥାଉକି କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭରସିଟିର ବ୍ରେଷ୍ଟ ଅବଡେଟ 2023 ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଏହା ଦୁଇ ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଷ୍ଟେଜରେ କିଭଳି ବ୍ରେଷ୍ଟ କ୍ୟାନ୍ସରକୁ ଚିହ୍ନଟ କରାଯିବ ଏବେ ଅଙ୍କୋପ୍ଲାଷ୍ଟିକ ସଜରରୀ ଟେକନିକ ଉପରେ ଆଲୋଚନା କରାଯିବ ବେଲି ପ୍ରଫେସର ଆନନ୍ଦ ମିଶ୍ରା କହିଛନ୍ତି। ଅଙ୍କୋପ୍ଲାଷ୍ଟି ଥିମ ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା କରାଯିବ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Breast Cancer: ଆପଣ ମଧ୍ୟ ଚିହ୍ନି ପାରିବେ ସ୍ତନ କର୍କଟ, ଆପଣାନ୍ତୁ ଏହି ଟିପ୍ସ

ସମ୍ମିଳନୀ ଆୟୋଜକ ସଚିବ ଡାକ୍ତର କୁଲ ରଂଜନ ସିଂ କହିଛନ୍ତି, "ନୂତନ ଜ୍ଞାନକୌଶଳ ସ୍ତନ କର୍କଟ ଚିହ୍ନଟ କରିବାର ପଦ୍ଧତିକୁ ବଦଳାଇ ଦେଇଛି ଏବଂ ଚିକିତ୍ସା ରେଡିକାଲ ସର୍ଜରୀରୁ ବ୍ରେଷ୍ଟ କଞ୍ଜରଭିଙ୍ଗ ଅସ୍ତ୍ରୋପଚାରରେ ପରିବର୍ତ୍ତନ ହୋଇଛି। ଅଙ୍କୋପ୍ଲାଷ୍ଟିକ୍ ସ୍ତନ ସର୍ଜରୀରେ ନୂତନ ସର୍ଜିକାଲ୍ ଟେକନିକ ଅନ୍ତର୍ଭୁକ୍ତ ହୋଇଛି ଯାହା ସ୍ତନର ଆକୃତି ଏବଂ ସମୃଦ୍ଧତା ବଜାୟ ରଖିବା ସହିତ କର୍କଟ ଚିକିତ୍ସାକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ ସହିତ କର୍କଟ ସର୍ଜରୀର ନୀତିକୁ ଯୋଡିବାରେ ସାହାଯ୍ୟ କରୁଛି।"

ଏସସି ତ୍ରିବେଦୀ ମେମୋରିଆଲ ଟ୍ରଷ୍ଟ ହସ୍ପିଟାଲର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅମିତା ଶୁକ୍ଲା କହିଛନ୍ତି ଯେ ଭାରତରେ ମହିଳାମାନେ ଏହି ରୋଗ ସମ୍ବନ୍ଧୀୟ ଲକ୍ଷଣକୁ ଅଣଦେଖା କରନ୍ତି। ନିରାକରଣରେ ବିଳମ୍ବ ହେବାର ଏହା ଗୋଟିଏ କାରଣ ହୋଇପାରେ। ଦ୍ବିତୀୟତଃ ରୋଗ ପାଇଁ ଅସୁବିଧା ନଭୋଗିବା ପର୍ଯ୍ୟନ୍ତ ଭାରତୀୟ ମହିଳାମାନେ ଚିକିତ୍ସା ଠାରୁ ଦୂରେଇ ରହୁଛନ୍ତି।" ତେବେ ବ୍ରେଷ୍ଟ କ୍ୟାନ୍ସରକୁ ନେଇ ଏହି ଆକଳନ ଏକ ପ୍ରକାର ଚିନ୍ତାର ବିଷୟ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.