ETV Bharat / state

ଜଗନ୍ନାଥପୁରରେ ବାଘ ଆତଙ୍କ, ସଜାଗ ବନବିଭାଗ - Tiger Terror

author img

By ETV Bharat Odisha Team

Published : May 16, 2024, 4:12 PM IST

Tiger Terror in Mayurbhanj: ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥପୁରରେ ବାଘ ଆତଙ୍କ । ଜାଲ ଓ ଟ୍ରାଙ୍କୁଲାଇଜ ଦ୍ବାରା ବାଘକୁ ଧରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ଅଧିକ ପଢନ୍ତୁ

TIGER TERROR
TIGER TERROR (ETV BHARAT ODISHA)

TIGER TERROR (ETV BHARAT ODISHA)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବାଘ ଆତଙ୍କ । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଗାଁ ଜଗନ୍ନାଥପୁରରେ ବାଘ ବୁଲୁ ଥିବାର ନେଇ ଜଣା ପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନବିଭାଗ ବାଘକୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଭୟରେ ଘରୁ ବାହାରକୁ ଆସୁନାହାନ୍ତି ଲୋକେ । ବାଘଟିକୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଜାଲ ଓ ଟ୍ରାଙ୍କୁଲାଇଜ ଦ୍ବାରା ବାଘକୁ ଧରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ଘରେ ପଶିଲା ବାଘ, ଧରିପାରିଲାନି ବନବିଭାଗ

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଜଗନ୍ନାଥପୁର ଗ୍ରାମରେ ବାଘ ପଶି ଆସିଥିବା ନେଇ ଖବର ପ୍ରଚାରିତ ହୋଇଯାଇଥିଲା । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଯେଉଁ ମାନେ ଘର ବାହାରେ ଚଳପ୍ରଚଳ କରୁଥିଲେ ସେ ସମୟରେ ବାଘ ରଡି ଶବ୍ଦ ଶୁଣି ଭୟଭୀତ ହୋଇ ଜୀବନ ବିକଳରେ ଏଣେ ତେଣେ ଦୌଡ଼ିଥିଲେ । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବାରୁ ବାଘକୁ କାବୁ କରିବା ପାଇଁ ବନ ବିଭାଗ କର୍ମଚାରୀ ପ୍ରୟାସ ଆରମ୍ଭ କରିଥିଲେ । ଗ୍ରାମର ବିଭିନ୍ନ ସ୍ଥାନରେ ବନବିଭାଗ କର୍ମଚାରୀ ମାନେ ଜାଲ ବିଛାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭଟଲି ଜଙ୍ଗଲରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ଘରୁ ପଦାକୁ ବାହାରୁ ନାହାନ୍ତି ଲୋକେ

କିଛିଦିନ ତଳେ ଉକ୍ତ ଗ୍ରାମ ନିକଟରେ ଏକ ବାଘ ଚଳପ୍ରଚଳ କରୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିବାର କହିଛନ୍ତି । ସେପଟେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କ ସମେତ ବନ ବିଭାଗର ସ୍ବତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ତେବେ ବାଘଟି କଲରାପତରିଆ ପ୍ରଜାତିର ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଖରା ଦିନ ଥିବାରୁ ଅଧିକାଂଶ ସମୟ ଜଙ୍ଗଲରେ ନିଆଁ ଲାଗି ଯାଉଥିବା ଦେଖିବାକୁ ମିଳୁଛି । ତେବେ ନିଆଁ ଯୋଗୁଁ ହେଉ ଅଥବା ଖାଦ୍ୟ ଅନ୍ୱେଷଣରେ ହେଉ, କଲରାପତରିଆ ବାଘଟି ଜନବସତି ମୁହାଁ ହୋଇଛି ବୋଲି ବନବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି । ଜାଲ ଓ ଟ୍ରାଙ୍କୁଲାଇଜ ଦ୍ବାରା ବାଘକୁ ଧରିବା ପାଇଁ ବନ ବିଭାଗ ଟିମ ଜଗନ୍ନାଥପୁର ଗ୍ରାମ ଅଞ୍ଚଳରେ ପ୍ରୟାସ ଜାରି ରଖିଛନ୍ତି । ଘକୁ ଉଦ୍ଧାର ପରେ ଶିମିଳିପାଳ ଅଭୟାରଣ୍ୟରେ ଛଡାଯିବା ନେଇ କୁହାଯାଇଛି ।


ଇଟିଭି ବାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.