ଭଟଲି ଜଙ୍ଗଲରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ଘରୁ ପଦାକୁ ବାହାରୁ ନାହାନ୍ତି ଲୋକେ

By ETV Bharat Odisha Team

Published : Feb 2, 2024, 10:41 PM IST

thumbnail

ବରଗଡ଼: ପୁଣି ଆତଙ୍କ ଖେଳାଇଛି ବାଘ । ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଜଙ୍ଗଲରେ ଆଜି ପୁଣି ଦେଖାଯାଇଛି ଏକ କଲରାପତରିଆ ବାଘ । କିଛି ଦିନ ତଳେ ଭଟଲି ଜଙ୍ଗଲ ଭିତରେ ଗଙ୍ଗେଇ ଗ୍ରାମ ନିକଟରେ ଲୋକେ ଏକ ବାଘ ବୁଲୁଥିବାର ଏବଂ ବାଘର ପାଦଚି଼ହ୍ନ ଦେଖିଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆଜି ପୁଣି ଭଟଲି ରେଞ୍ଜ ଅନ୍ତର୍ଗତ ଦେଚୁଆଁ ରିଜର୍ଭ ଫରେଷ୍ଟ ସମରଦର୍ହା ନିକଟରେ କଲରାପତରିଆ ବାଘ ଦେଖାଯାଇଥିବା ବେଳେ କିଛି ଘଣ୍ଟା ପରେ ବାଦପାଳି ଗ୍ରାମ ନିକଟରେ ଗ୍ରାମବାସୀ ବାଘ ଦେଖିଥିବା ସୂଚନା ମିଳିଛି ।

ତେବେ ଉଭୟ ସ୍ଥାନରେ ସେହି ଗୋଟିଏ ବାଘକୁ ଲୋକେ ଦେଖିଛନ୍ତି ଅଥବା ଉଭୟ ଗ୍ରାମରେ ଭିନ୍ନ ଭିନ୍ନ ଦୁଇଟି ବାଘ ଦେଖାଯାଇଥିଲା ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ l ଅନ୍ୟପଟେ ବାଘଟି ଖାଦ୍ୟ ଅନ୍ୱେଷଣରେ ଦେଖାଯାଇଛି ଏବଂ ଗୋଟିଏ ବାଘ ଗୋଟିଏ ଦିନରେ 20 କିଲୋମିଟର ପର୍ଯ୍ୟନ୍ତ ବିଚରଣ କରିଥାଏ, ତେଣୁ ଉଭୟ ଗ୍ରାମରେ ଦେଖାଯାଇଥିବା ବାଘ ଗୋଟିଏ ହୋଇଥିବ ବୋଲି ବନଖଣ୍ଡ ବିଭାଗର ପକ୍ଷରୁ କୁହାଯାଇଛି  l ଏହା ଏକ କଲରାପତରିଆ ବାଘ ହୋଇଥିବା ବେଳେ ଉଭୟ ଗ୍ରାମରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି l ଜଙ୍ଗଲ ଭିତରେ ରହିଥିବା ଚାଷ ଜମିକୁ ଯିବାକୁ ଗ୍ରାମବାସୀ ଭୟ କରୁଥିବା ବେଳେ ସନ୍ଧ୍ୟା ହେଲେ ଲୋକେ ଭୟରେ ଘର ଭିତରୁ ପଦାକୁ ଗୋଡ଼ କାଢୁନାହାନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ବରଗଡରେ ବୁଲୁଛି ବାଘ, ସତର୍କ କଲା ବନବିଭାଗ

ଇଟିଭି ଭାରତ, ବରଗଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.