ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ରୋଡ ସୋ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - VK Pandian Road Show In Khurda

By ETV Bharat Odisha Team

Published : May 12, 2024, 11:00 PM IST

thumbnail
VK Pandian Road Show In Khurda (ETV Bharat)

VK Pandian Road Show In Khurda: ଖୋର୍ଦ୍ଧା: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ପ୍ରଚାର ସେତିକି ଜମୁଛି । ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ପୁଳା ପୁଳା ପ୍ରତିଶୃତି ଦେଉଛନ୍ତି ବିଭିନ୍ନ ଦଳ ପ୍ରାର୍ଥୀ । ସେହିଭଳି ଆଜି ରବିବାର ବିଳମ୍ବିତ ସନ୍ଧ୍ୟାରେ ଖୋର୍ଦ୍ଧାରେ 5ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ବିଶାଳ ରୋଡ ସୋ କରି ବିଜୁ ଜନତା ଦଳ ପାଇଁ ପ୍ରଚାର କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଖୋର୍ଦ୍ଧା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଆଜି ଏକ ସ୍ବତନ୍ତ୍ର ବସ ଯୋଗେ ପାଣ୍ଡିଆନ ପ୍ରଚାର କରିଥିବା ବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଜୁନ 9ରେ ନେବେ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ ପାଇଁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । 

ଏହା ମଧ୍ୟ ପଢନ୍ତୁ ... ମୁଖ୍ୟମନ୍ତ୍ରୀଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି: ଧର୍ମେନ୍ଦ୍ର - Dharmendra Again Targets Naveen

ସେହିଭଳି ଆସନ୍ତା ଜୁଲାଇ ମାସରୁ ରାଜ୍ୟର ନବେ ପ୍ରତିଶତ ଲୋକଙ୍କୁ ବିଜୁଳି ଦେୟ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ । ପାଣ୍ଡିଆନଙ୍କ ଏହି ରୋଡ଼ ସୋ ମୁକୁନ୍ଦପ୍ରସାଦ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ସ୍ବାଗତ ପାଇଁ ପାଇକ ଆଖଡା, ସାମରିକ କଳା, ଯୋଡି ଶଙ୍ଖ, ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ଖୋର୍ଦ୍ଧା ସହର । ବିଜେଡିର ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପାଣ୍ଡିଆନଙ୍କ ଉପରକୁ ପୁଷ୍ପ ବର୍ଷା କରିଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ରୋଡ଼ ସୋ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ତେବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପାଣ୍ଡିଆନଙ୍କ ଏହି ପ୍ରଚାର କେତେ ସହାୟକ ହେବ ତାହା ନିର୍ବାଚନ ପରେ ଜଣାପଡିବ ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.