ETV Bharat / sukhibhava

Blood Clotting After Covid Vaccination: କୋଭିଡ ଟୀକାକରଣ ପରେ ବାନ୍ଧୁଛି ବିରଳ ରକ୍ତ ଜମାଟ

author img

By

Published : Oct 28, 2022, 7:31 PM IST

Blood Clotting After Covid Vaccination: କୋଭିଡ ଟୀକାକରଣ ପରେ ବାନ୍ଧୁଛି ବିରଳ ରକ୍ତ ଜମାଟ
Blood Clotting After Covid Vaccination: କୋଭିଡ ଟୀକାକରଣ ପରେ ବାନ୍ଧୁଛି ବିରଳ ରକ୍ତ ଜମାଟ

କୋଭିଡ ଟୀକାକରଣ ପରେ ବାନ୍ଧୁଛି ବିରଳ ରକ୍ତ ଜମାଟ । ବୈଜ୍ଞାନିକମାନେ ନିକଟରେ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ, COVID-19 ବିରୋଧରେ ହୋଇଥିବା ଟୀକାକରଣ ପରେ ଏକ ବିରଳ ରକ୍ତ ଜମାଟ ବାନ୍ଧିବା ଅବସ୍ଥା ହେବାର ଆଶଙ୍କା ଅଧିକ(Blood clotting after covid vaccination) । ଅଧିକ ପଢନ୍ତୁ

ନ୍ୟୁୟର୍କ: କୋଭିଡ ଟୀକାକରଣ ପରେ ବାନ୍ଧୁଛି ବିରଳ ରକ୍ତ ଜମାଟ । କୋଭିଡ ଟୀକାକରଣ ପରେ ରକ୍ତ ଜମାଟ ବାନ୍ଧିବା ଭଳି ଭୟଙ୍କର ସମସ୍ୟା ସୃଷ୍ଟି ହେଉଛି(Blood clotting after covid vaccination) । ବୈଜ୍ଞାନିକମାନେ ନିକଟରେ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ, COVID-19 ବିରୋଧରେ ହୋଇଥିବା ଟୀକାକରଣ ପରେ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (Thrombocytopenia, TTS) ସହିତ ଥ୍ରୋମ୍ବୋସିସ୍(Thrombosis) ନାମକ ଏକ ବିରଳ ରକ୍ତ ଜମାଟ ବାନ୍ଧିବା ଅବସ୍ଥା ହେବାର ଆଶଙ୍କା ଅଧିକ ।

ଅଧ୍ୟୟନରେ ଏହା କୁହାଯାଇଛି ଯେ, ପାଞ୍ଚଟି ୟୁରୋପୀୟ ଦେଶ ଏବଂ ଆମେରିକାର ସ୍ୱାସ୍ଥ୍ୟ ତଥ୍ୟ ଉପରେ ଆଧାର କରି ଏହି ଅଧ୍ୟୟନରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା ପାଇବା ପରେ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ସହିତ ଥ୍ରୋମ୍ବୋସିସ୍ ହେବାର ଆଶଙ୍କା ରହିଛି । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ(BMG) ରେ ପ୍ରକାଶିତ ଏହି ଅଧ୍ୟୟନରେ ପିଫାଇଜର-ବାୟୋଟେକ ଟିକା ତୁଳନାରେ ଜନସେନ / ଜନସନ ଆଣ୍ଡ ଜନସନ ଟିକା ଦ୍ବାରା ଏହି ସମସ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ: WHO Report: କୋଭିଡ ବଢାଇଲା ଯକ୍ଷ୍ମାରୋଗୀଙ୍କ ସଂଖ୍ୟା, ଗୋଟିଏ ବର୍ଷରେ ସର୍ବାଧିକ ଆକ୍ରାନ୍ତ

ଅନୁସନ୍ଧାନକାରୀ ସୂଚାଇ ଦେଇଛନ୍ତି ଯେ, ଏହି ସିଣ୍ଡ୍ରୋମ ବହୁତ କ୍ୱଚିତ୍, କିନ୍ତୁ ପରବର୍ତ୍ତୀ ଟୀକାକରଣ ଅଭିଯାନ ଏବଂ ଭବିଷ୍ୟତରେ ଟିକା ବିକାଶ ପାଇଁ ଯୋଜନା କରିବାବେଳେ ଦେଖାଯାଇଥିବା ବିପଦକୁ ବିଚାର କରାଯିବା ଉଚିତ । ଅଧ୍ୟୟନ ଅନୁଯାୟୀ, ଏହା ଅତ୍ୟନ୍ତ ବିରଳ ଏବଂ ସାଧାରଣ ରକ୍ତ ଜମାଟ ବାନ୍ଧିବା ଅବସ୍ଥାଠାରୁ ଭିନ୍ନ । ଯେପରିକି ଗଭୀର ଶିରା ଥ୍ରୋମ୍ବୋସିସ୍ (DVT) କିମ୍ବା ଫୁସଫୁସ ଜମାଟ ବାନ୍ଧିବା ଇତ୍ୟାଦି ।

ଏହା ମଧ୍ୟ ପଢନ୍ତୁ: Vitamin D ଅଭାବରୁ ହୋଇପାରେ ଅକାଳ ବିୟୋଗ

ଆଡେନୋଭାଇରସ୍-ଆଧାରିତ COVID ଟିକାଗୁଡ଼ିକର ଏକ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଭାବରେ TTS ଅନୁସନ୍ଧାନ କରାଯାଉଛି । ଯାହା କରୋନାଭାଇରସ୍ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ ଦୁର୍ବଳ ଭୂତାଣୁ ବ୍ୟବହାର କରିଥାଏ । କିନ୍ତୁ ଅଧ୍ୟୟନରେ ବିଭିନ୍ନ ପ୍ରକାରର ଟୀକାକରଣର ତୁଳନାତ୍ମକ ନିରାପତ୍ତା ଦର୍ଶାଯାଇଛି । କିନ୍ତୁ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଡେଙ୍ଗୁରୁ ସୁସ୍ଥ ହେବା ପରେ ଏହି ସବୁ ଖାଦ୍ୟ ଉପରେ ଦିଅନ୍ତୁ ଧ୍ୟାନ, ବଢିବ Platelets

ଏଥିପାଇଁ ଏକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ TTS କିମ୍ବା ଥ୍ରୋମ୍ବୋମ୍ବୋଲିକ୍ ଆଡେନୋଭାଇରସ୍-ଆଧାରିତ COVID ଟିକା ବ୍ୟବହାର ସହିତ mRNA- ଆଧାରିତ COVID ଟିକା ସହ ତୁଳନା କରିବାକୁ ସ୍ଥିର କରିଥିଲେ । ଅଧ୍ୟୟନ ଲେଖକମାନେ କହିଛନ୍ତି ଯେ, "ଆମର ଜ୍ଞାନ ଅନୁଯାୟୀ, mRNA ଆଧାରିତ COVID-19 ଟିକା ତୁଳନାରେ ଆଡେନୋଭାଇରସର ତୁଳନାତ୍ମକ ନିରାପତ୍ତାର ଏହା ହେଉଛି ପ୍ରଥମ ବହୁରାଷ୍ଟ୍ରୀୟ ବିଶ୍ଳେଷଣ । ଟିକାର ମାତ୍ରା ଯୋଗୁଁ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.