ETV Bharat / sukhibhava

ଡେଙ୍ଗୁରୁ ସୁସ୍ଥ ହେବା ପରେ ଏହି ସବୁ ଖାଦ୍ୟ ଉପରେ ଦିଅନ୍ତୁ ଧ୍ୟାନ, ବଢିବ Platelets

author img

By

Published : Oct 15, 2022, 2:12 PM IST

ସାଧାରଣତଃ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ରକ୍ତରେ ପ୍ଲେଟଲେଟ ହ୍ରାସ ପାଇଥାଏ, ଯାହା ଏକ ମୁଖ୍ୟ ସମସ୍ୟା । ତେବେ କେଉଁ ଖାଦ୍ୟ ଖାଇବା ଦ୍ବାରା ପ୍ଲେଟ୍‌ଲେଟ୍(Platelets) ବଢିବା ସହ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ ଜାଣନ୍ତୁ ।

Etv Bharatଡେଙ୍ଗୁରୁ ସୁସ୍ଥ ହେବା ପରେ ଏହିସବୁ ଖାଦ୍ୟ ଉପରେ ଦିଅନ୍ତୁ ଧ୍ୟାନ, ବୃଦ୍ଧି ପାଇବ Platelets
Etv Bharatଡେଙ୍ଗୁରୁ ସୁସ୍ଥ ହେବା ପରେ ଏହିସବୁ ଖାଦ୍ୟ ଉପରେ ଦିଅନ୍ତୁ ଧ୍ୟାନ, ବୃଦ୍ଧି ପାଇବ Platelets

ହାଇଦ୍ରାବାଦ: ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଡେଙ୍ଗୁ(Dengue) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଏହି ମାସ ଗୁଡ଼ିକରେ ଡେଙ୍ଗୁ ମ୍ୟାଲେରିଆର ଅଧିକାଂଶ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ଏପିରିକି ଏହି କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ । ଚଳିତ ବର୍ଷ ମଧ୍ୟ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ସହ ଆମ ରାଜ୍ୟ ଓଡିଶାରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ଡେଙ୍ଗୁ ଜ୍ୱର ଏଡିସ୍ ମଶା ଦ୍ବାରା ବ୍ୟାପିଥାଏ । ଡେଙ୍ଗୁ ଜ୍ବର ହେଲେ ରକ୍ତରେ ପ୍ଲେଟ୍‌ଲେଟ୍ ହ୍ରାସ ପାଇବା ସହ ଶରୀର ବହୁତ ଦୁର୍ବଳ ହୋଇଯାଏ । ସେଥିପାଇଁ ଜ୍ୱର ସମୟରେ ଏବଂ ପରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତିରକ୍ଷା ପ୍ରଣାଳୀ ଦୃଢ ଥିଲେ ଡେଙ୍ଗୁକୁ ରୋକାଯାଇ ପାରିବ । ଏଥିପାଇଁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । କେଉଁ ଖାଦ୍ୟ ଖାଇବା ଦ୍ବାରା ପ୍ଲେଟ୍‌ଲେଟ୍ ବଢିବା ସହ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ, ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ତରଳ ପଦାର୍ଥ ଖାଇବା: ଡେଙ୍ଗୁ ଆକ୍ରାନ୍ତ ସମୟରେ ତରଳ ପଦାର୍ଥ ପିଇବା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଗରମ କାଢା, ହର୍ବାଲ୍ ଟି ଏବଂ ସୁପ୍ ପିଇବା ଉଚିତ୍ । ଏହା ସହିତ ଲେମ୍ବୁ, ବଟରମିଲ୍କ କିମ୍ବା ଲସି, ନଡିଆ ପାଣି ଇତ୍ୟାଦି ଥଣ୍ଡା ତରଳ ପଦାର୍ଥ ପ୍ଲେଟ୍‌ଲେଟ୍କୁ ଯଥେଷ୍ଟ ଉନ୍ନତ କରିଥାଏ । ଏଗୁଡିକ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିଥାଏ ।

ଫଳ ଖାଆନ୍ତୁ: ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାମୁନ, ନାସପାତି, ବେରି, ଚେରି, ଅମୃତଭଣ୍ଡା, ଆପଲ୍ ଏବଂ ଡାଳିମ୍ବ ପରି ଋତୁକାଳୀନ ଫଳ ଖାଆନ୍ତୁ । ଏଗୁଡିକ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି । ବିଶେଷ କରି ଭିଟାମିନ୍ ଏ, ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବରର ଥିବା ଖାଦ୍ୟ ଅଧିକ ସେବନ କରନ୍ତୁ ।

ସବୁଜ ପନିପରିବା: ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଚୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ଆମର ନିୟମିତ ଖାଦ୍ୟରେ ଆମେ ସବୁଜ ପନିପରିବା ଖାଇବା ଉଚିତ୍ । ଏହା ଆମ ଅନ୍ତଃ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଭିଟାମିନ୍ ଏ, ସି ପରି ସବୁଜ ପନିପରିବାରେ ଥିବା ବିଭିନ୍ନ ଭିଟାମିନ୍ ଏବଂ ଜିଙ୍କ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ଖଣିଜ ପଦାର୍ଥ ଭଲ ଆଣ୍ଟିଅକ୍ସିଡାଣ୍ଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ ।

ମସଲା: ଆମ ରୋଷେଇ ଘରେ ଥିବା କିଛି ମସଲା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ହଳଦୀ, ଅଦା, ରସୁଣ, କଳା ଲଙ୍କା, ଡାଲଚିନି ଏବଂ ବାଦାମ ଭଳି ମସଲା ଆଣ୍ଟିଫଙ୍ଗାଲ, ଆଣ୍ଟିଭାଇରାଲ୍, ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟି-ବ୍ୟାକ୍ଟେରିଆ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହି ମସଲା ସହିତ ପ୍ରସ୍ତୁତ ଖାଦ୍ୟ ଆମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭଲ ।

ପ୍ରୋବାୟୋଟିକ୍ସ: ଡେଙ୍ଗୁ ପରେ ଶରୀରକୁ କ୍ରୋନିକ୍ ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୋବୋଟିକ୍ସକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ଏଥିପାଇଁ ଦହି, ବଟରମିଲ୍କ, ପନିର ଏବଂ ସୋୟାବିନ୍ ବାଛନ୍ତୁ । ପ୍ରୋବାୟୋଟିକ୍ସ ଭଲ ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ଯାହା ଆମ ହଜମ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.