ETV Bharat / state

ପକେଟ୍‌ ଜାଳୁଛି ଟମାଟୋ, ଇସ୍ପାତ ସହରରେ ଦର ସେଞ୍ଚୁରି ପାର୍‌

author img

By

Published : Jun 29, 2023, 11:56 AM IST

ରାଉରକେଲାରେ ଟମାଟୋର ଅଚାନକ ଦର ବୃଦ୍ଧି ପାଇଁ ଚିନ୍ତାରେ ଗ୍ରାହକ । ଅଧିକ ପଢନ୍ତୁ

tomato prices hike
tomato prices hike

ଆକାଶ ଛୁଆଁ ଟମାଟୋ ଦର

ରାଉରକେଲା: ସାରା ରାଜ୍ୟରେ ଟମାଟୋ ଦର ଆକାଶ ଛୁଆଁ । ବର୍ତ୍ତମାନ ବଜାରରେ ଟମାଟୋ କିଲୋ ପ୍ରତି 100 ଟଙ୍କା ପାର୍ ହୋଇଛି । ସେହିପରି ରାଉରକେଲାରେ ମଧ୍ୟ ଅଚାନକ ଦର ବୃଦ୍ଧି ପାଇଁ ଚିନ୍ତାରେ ଗ୍ରାହକ । ଏବେ ଖୁଚୁରା ବଜାରରେ ଟମାଟୋ ଦର 100 ଟଙ୍କା ଛୁଇଁବା ପରେ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବଡବଡିଆ ବି ଏହାକୁ କିଣିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି । ତେବେ ସପ୍ତାହେ ତଳେ ସହରରେ 30 ଟଙ୍କା କିଲୋରେ ଟମାଟୋ ମିଳୁଥିବା ବେଳେ ଏବେ କିଲୋ ପିଛା 100 ରୁ 110 ଟଙ୍କାରେ ପହଞ୍ଚିଛି ।

ତେବେ ଯୋଗାଣ ବିଭାଗ 80 ରୁ 90 ଟଙ୍କା ଟମାଟୋ କିଲୋ ହୋଇଥିବା କହୁଥିବା ବେଳେ ମାର୍କେଟରେ 100 ରୁ 110 ଯାଏ ବିକ୍ରି ହେଉଛି । ହଠାତ୍ ଏଭଳି ଦରବୃଦ୍ଧି ଓଡ଼ିଶାବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟକୁ ଆଘାତ ପକାଇଛି । ଯାହାକୁ ନେଇ ଚିନ୍ତାରେ ବର୍ତ୍ତମାନ ସାଧାରଣ ଲୋକ । ଯୋଗାଣ ବିଭାଗ ପକ୍ଷରୁ ଏହି ଅଭାବୀ ଦରବୃଦ୍ଧି ପାଇଁ ଟମାଟୋ ଫସଲରେ ବ୍ୟାପକ କ୍ଷତି ହୋଇଥିବା କୁହାଯାଉଛି । ଚଳିତ ବର୍ଷା ଋତୁର ଆରମ୍ଭରୁ ଟମାଟୋ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଅନ୍ୟପଟେ ଯୋଗାଣ ବିଭାଗଙ୍କ ସୂଚନା ଅନୁଯାୟୀ, ରାଜ୍ୟକୁ ଟମାଟୋ ବାହାର ରାଜ୍ୟରୁ ଆସୁଛି । ତେଣୁ ବର୍ଷା ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଟମାଟୋ ଚାଷରେ ବ୍ୟାପକ କ୍ଷତି ହୋଇଛି । ବର୍ତ୍ତମାନ ବର୍ଷା ସାଙ୍ଗକୁ ଅନ୍ୟାନ୍ୟ ପ୍ରତିକୂଳ ପାଗ ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ବଜାରରେ ଟମାଟୋର ଯଥେଷ୍ଟ ଅଭାବ ଦେଖାଦେଇଛି । ଟମାଟୋ ଚାଷରେ ରୋଗପୋକ ଲାଗିବା ଯୋଗୁଁ ଚାଷୀମାନେ ବହୁ କ୍ଷତି ସହିଛନ୍ତି । ଫଳରେ ଯୋଗାଣ କମିବା ଫଳରେ ବଜାର ଉପରେ ଏହାର ପ୍ରଭାବ ପଡ଼ିଛି । ହଠାତ୍ ଏହି ଦରବୃଦ୍ଧିର ପ୍ରଭାବ ସମଗ୍ର ରାଉରକେଲାବାସୀଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡିଥିବା ବେଳେ ଗ୍ରାହକମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ- ନାଲିଆଖି ଦେଖାଇଲାଣି ଟମାଟୋ, 100 ଛୁଇଁଲା ଦର

ଅନେକ ଘରର ମୁଖ୍ୟ ଉପାଦାନ ଟମାଟୋ କେବଳ ବିଭିନ୍ନ ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ ବରଂ ଏହା ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ପରିଗଣିତ ହେଉଛି । ଆକାଶଛୁଆଁ ଦରବୃଦ୍ଧି ଅନେକ ପରିବାରକୁ ସେମାନଙ୍କ ଖାଦ୍ୟ ପସନ୍ଦରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଛି । ସେହପରି ବିକ୍ରେତା ମଧ୍ୟ ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସହିତ ଅତ୍ୟଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହି ଟମାଟୋ ଅଭାବୀ ସଙ୍କଟକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଟମାଟୋ ଅଭାବୀ ବିକ୍ରିର ଉପରେ ନଜର ରଖାଯାଇଛି । ସେହପରି ଯଦି କେହି ଟମାଟୋ ଅଭାବୀ ବିକ୍ରି ଉପରେ ଅତ୍ୟଧିକ ଲାଭ କରି କଳାବଜାରୀ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.