ETV Bharat / state

ନାଲିଆଖି ଦେଖାଇଲାଣି ଟମାଟୋ, 100 ଛୁଇଁଲା ଦର

author img

By

Published : Jun 27, 2023, 1:48 PM IST

Updated : Jun 27, 2023, 2:31 PM IST

ଟମାଟୋ ଟେନସନ । 100 ପାର ହେଲା ଟମାଟୋ କିଲୋ । ଗତ ସପ୍ତାହରେ 40ରୁ 50 ଟଙ୍କା ବିକ୍ରି ହେଉଥିଲା ଆଉ ଆଜି 100 ଛୁଇଁଛି । ଅଧିକ ପଢନ୍ତୁ

Tomato prices hike
ନାଲିଆଖି ଦେଖାଇଲାଣି ଟମାଟୋ

Tomato prices hike

କଟକ: ରାଜ୍ୟରେ ଟେନସନ ଦେଲାଣି ଟମାଟୋ । ଅଚାନକ ଦର ବୃଦ୍ଧି ପାଇଁ ଟେନସନରେ ଗ୍ରାହକ । ହାଣ୍ଡିଶାଳରେ ଟମାଟୋ ଦରକାରୀ ପରିବା । ବିନା ଟମାଟୋରେ ତରକାରୀର ସ୍ବାଦ ଆସେ ନାହିଁ । କିନ୍ତୁ ଅଚାନକ ଟମାଟୋ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏବେ ଖୁଚୁରା ବଜାରରେ ଟମାଟୋ ଦର 100 ଟଙ୍କା ଛୁଇଁଛି ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବଡବଡିଆ ବି ଏହାକୁ କିଣିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି । ଉଚ୍ଚା ଟମାଟୋ ଦର ପାଇଁ କିଲୋ ଜାଗାରେ 500 ତ ପୁଣି କିଏ 250 ନେଉଥିବା ଦେଖିବାକୁ ମିଳିିଛି ।

ଗତ ସପ୍ତାହରେ 40ରୁ 50 ଟଙ୍କାରେ ବିକ୍ରି ହେଉଥିଲା ଆଉ ଆଜି 100 ପାର୍ କରିଛି । ଅଧିକାଂଶ ବଜାରରେ 100 ଟଙ୍କାରେ ବିକ୍ରି ହେଉଛି । କଟକର କିଛି ବଜାରେ 80ରୁ 100ଟଙ୍କା ରହିଛି ଟମାଟୋ କିଲୋ । କେଉଁଠି 60ରୁ 70 ଟଙ୍କା ମଧ୍ୟ ରହିଛି । ବାଧିଲେ ବି ଲୋକ ବାଧ୍ୟ ହୋଇ କିଲୋ ଜାଗାରେ 500ରୁ 250 ଟମାଟୋ ନେଉଛନ୍ତି । ଏହି ଦର 2 ମାସ ଯାଏ ରହିବ ବୋଲି କୁହାଯାଉଛି । ଚାହିଦା ଅନୁସାରେ ଯୋଗଣ କମ ହୋଇଥିବାରୁ ଅଚାନକ ଦର ବୃଦ୍ଧି ହୋଇଛି । ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ଓ ବ୍ୟବସାୟୀ । ଓଡ଼ିଶାର ବଡ଼ ପରିବା ମଣ୍ଡି ଛତ୍ର ବଜାରରେ ଟମାଟୋ ରେଟ 80 ଟଙ୍କା ରହିଛି । ବାହାରେ 100 ଉପରେ ବିକ୍ରି ହେଉଛି ।

ଛତ୍ର ବଜାର ବ୍ୟବସାୟୀ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ''ଟମାଟୋ ବେଙ୍ଗାଲୁରୁରୁ ଆସୁଛି । ଉତ୍ପାଦନ ହ୍ରାସ ଯୋଗୁଁ ଟମାଟୋ ରେଟ ବୃଦ୍ଧି ପାଉଛି । ଗତ ସପ୍ତାହରେ ଦର ଚଳନୀୟ ଥିଲା କିନ୍ତୁ ଆଜି ପୁରା ଆକାଶ ଛୁଆଁ ରହିଛି । ବେଙ୍ଗାଲୁରୁରୁ ଓଡିଶା ଆସିବା ଆମଦାନୀ କମିଛି । ଯାହାଫଳରେ ଏହି ରେଟ ବୃଦ୍ଧି ପାଉଛି । ଆଉ 15 ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିପାରେ ।''

ଏହା ବି ପଢନ୍ତୁ...ଆକାଶଛୁଆଁ ଦରଦାମ: ଟମାଟୋ କିଲୋ ୧୦୦, ବାଇଗଣ ୮୦

ଟମାଟୋ ଦର ବୃଦ୍ଧି ହେବାର ଅନେକ କାରଣ ରହିଛି । ରାଜ୍ୟରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ପଡୋଶୀ ରାଜ୍ୟରେ ଟମାଟୋ ଯୋଗଣା ହୋଇପାରୁନାହିଁ । ଖାଲି ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଖାଉଟିଙ୍କୁ ଘାରିଛି ଟମାଟୋ ଟେନସନ । ବେଙ୍ଗାଲୁରୁ, କାନପୁରରେ ମଧ୍ୟ ଟମାଟୋ ଦର କିଲୋ ପିଛା 80ରୁ 100 ଟଙ୍କା ରହିଛି ।

ଇଟିଭି ଭାରତ, କଟକ

Last Updated : Jun 27, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.