ETV Bharat / state

ପଞ୍ଚଭୂତରେ ଲୀନ ଶହୀଦ ଯବାନ ଦୀପକ ଟେଟେ, ଝୁରୁଛି ଗାଁ କାନ୍ଦୁଛି ମାଆ

author img

By ETV Bharat Odisha Team

Published : Nov 23, 2023, 2:10 PM IST

martyred itbp jawan deepak tete cremated
martyred itbp jawan cremated

ମାଟି ମାଆ ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଶହୀଦ ହୋଥିବା ସୁନ୍ଦରଗଡ ମାଟିର ବୀର ପୁଅ ଦୀପକ ଟେଟେଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ଅଧିକ ପଢନ୍ତୁ

martyred itbp jawan deepak tete cremated

ରାଉରକେଲା: ସୁନ୍ଦରଗଡ଼ ମାଟିର ପୁଅ ଦୀପକକୁ ଝୁରୁଛି ଗାଁ ଆଉ କାନ୍ଦୁଛି ମାଆ । ସମ୍ପୂର୍ଣ୍ଣ ଜିଲ୍ଲା ସହ ଆଇଟିବିପି ଶହୀଦ ଯବାନ ଦୀପକଙ୍କୁ ଝୁରୁଛି । ଇଣ୍ଡୋ-ତିବେତା ପୋଲିସ ବାହିନୀରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଖୁରାପାଲି ଗ୍ରାମର ଦୀପକ ଟେଟେ ଶହୀଦ ହୋଇଥିଲେ । ତାଙ୍କ ପ୍ରାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଶୋକାକୁଳ ପରିବେଶରେ ବିଦାୟ ଦିଆଯାଇଛି । ୧୦ ବର୍ଷ ହେବ ଦୀପକ ଇଣ୍ଡୋ-ତିବେତାନ ପୋଲିସରେ କାର୍ଯ୍ୟ କରୁଥିବା ବେଳେ କିଛିଦିନ ହେବ ଇଣ୍ଡୋ ଚାଇନା ତିବତ ସୀମାରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଛତିଶଗଡ଼ରରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ସେ ସେଠାକୁ ଯାଇଥିଲେ ।

ଗତ ୧୬ତାରିଖ କାର୍ଯ୍ୟରତ ଅବସ୍ଥାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦ ତାରିଖ ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା । ବୁଧବାର ଅପରାହ୍ନରେ ପ୍ରଶାସନ ଓ ଆଇଟିବିପି ପକ୍ଷରୁ ଗାର୍ଡ ଓଫ ଅନର ଦିଆଯିବା ପରେ ଶୋକାକୁଳ ପରିବେଶରେ ଦୀପକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶହୀଦ ଦୀପକଙ୍କ ଅନ୍ତିମ ଯାତ୍ରାରେ ଅଞ୍ଚଳର ଶତାଧିକ ଜନସାଧାରଣ ଓ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ସାନ‌ଭାଇର ବାହାଘର ନିର୍ବନ୍ଧ ଉତ୍ସବକୁ ଆସି ପାରିନଥିଲେ ଦୀପକ ଛୁଟି ମିଳିଲେ ଘରକୁ ଆସିବାର ଯୋଜନା କରିଥିଲେ । ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥ ହୋଇ ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।

ଏହା ବି ପଢନ୍ତୁ...ଝୁରୁଛି ଜନ୍ମମାଟି, ପଞ୍ଚଭୂତରେ ଲୀନ ହେଲେ ଶହୀଦ ଈଶ୍ୱର ଚନ୍ଦ୍ର ଦୋରା

ଖୁରାପାଲି ଗ୍ରାମର ଦୀପକ କୁମାର ଟେଟେ(୩୩) ସବୁବେଳେ ପରିବାର, ଗାଁ ଓ ଦେଶକଥା ଭାବୁଥିଲେ । ତାଙ୍କ ବିୟୋଗରେ କାନ୍ଦୁଛି ମାଆ । ଝୁରୁଛି ଗାଁ । ଜନ୍ମମାଟି ସ୍ତବ୍ଧ । ବର୍ତ୍ତମାନ ଗାଁର ସମସ୍ତଙ୍କ ଆଖିରେ ଲୁହ । ଦେଶପାଇଁ କାମ କାର୍ଯ୍ୟ କରି ଶହୀଦ ହୋଇଛନ୍ତି ମାଟି ପୁଅ ଦୀପକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୁଧବାର ଗାଁ' ଶ୍ମଶାନରେ ଶହୀଦ ଦୀପକଙ୍କ ପାର୍ଥିବ ଶରୀରକୁ ଶେଷ ବିଦାୟ ଦିଆଯାଇଛି । ବୁଧବାର କଫିନ ସାମ୍ନାରେ ପ୍ରଥମେ ତାଙ୍କ ଧାର୍ମିକ ରୀତିନୀତି ଅନୁଯାୟୀ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ପରେ ଯବାନ ମାନେ ସାଲ୍ୟୁଟ୍ ଜଣାଇ କାନ୍ଧରେ କଫିନ ନେଇ ଶହଶହ ଲୋକଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲା । କିଛି ଦିନ ପରେ ଘରକୁ ଆସିବାର ଯୋଜନା କରିଥିଲେ ହେଲେ ଏପରି ଆସିବେ କାହାକୁ ବା ଜଣାଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.