ETV Bharat / state

ଝୁରୁଛି ଜନ୍ମମାଟି, ପଞ୍ଚଭୂତରେ ଲୀନ ହେଲେ ଶହୀଦ ଈଶ୍ୱର ଚନ୍ଦ୍ର ଦୋରା

author img

By ETV Bharat Odisha Team

Published : Nov 19, 2023, 9:27 PM IST

ଝୁରୁଛି ଜନ୍ମମାଟି , ପଞ୍ଚ ଭୂତରେ ଲୀନ ହେଲା ଶହୀଦ ଈଶ୍ୱର ଚନ୍ଦ୍ର ଦୋରା
ଝୁରୁଛି ଜନ୍ମମାଟି , ପଞ୍ଚ ଭୂତରେ ଲୀନ ହେଲା ଶହୀଦ ଈଶ୍ୱର ଚନ୍ଦ୍ର ଦୋରା

ଗାଁର ସୁନା ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବୀର ଶହୀଦ ଈଶ୍ୱର ଚନ୍ଦ୍ର ଦୋରା । ଅଧିକ ପଢନ୍ତୁ

ଝୁରୁଛି ଜନ୍ମମାଟି , ପଞ୍ଚ ଭୂତରେ ଲୀନ ହେଲା ଶହୀଦ ଈଶ୍ୱର ଚନ୍ଦ୍ର ଦୋରା

ଭବାନୀପାଟଣା: ପଞ୍ଚଭୂତରେ ଲୀନ ହେଲା ବୀର ଶହୀଦଙ୍କ ମରଶରୀର । ହଜାର ହଜାର ଲୋକଙ୍କ ସମାଗମ ସହ ସହିଦ ଈଶ୍ୱର ଚନ୍ଦ୍ର ଦୋରା ଆମର ରହେ ଧ୍ୱନିରେ ପ୍ରକମ୍ପିତ ହେଲା ଜନ୍ମ ମାଟି । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଥିଲେ । ଗତକାଲି ତାଙ୍କ ପାର୍ଥିବ ଶରୀର ଏକ ସ୍ୱତନ୍ତ୍ର ବିମାନ ଯୋଗ ଭୁବନେଶ୍ୱର ଅଣାଯାଇଥିଲା । ଏହା ପରେ ଆଜି(ରବିବାର) ନିଜ ଜନ୍ମମାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗାଁକୁ ଆଣାଯାଇଥିଲା । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ଈଶ୍ୱର ଚନ୍ଦ୍ର ଦୋରାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

ସୂଚନା ଯୋଗ୍ୟ, ଗତ ଦୁଇ ଦିନ ତଳେ ଶହୀଦ ଈଶ୍ୱର ଚନ୍ଦ୍ର ଦୋରା ତ୍ରିପୁରାରେ ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଗତକାଲି (ଶନିବାର)ଦିନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଗ୍ରତାଲାରୁ ଭୁବନେଶ୍ୱର ଅଭିମୁଖେ ଅଣାଯାଇଥିଲା । ଆଜି ସକାଳେ (ରବିବାର) ସେନାର ଏକ ସ୍ୱତନ୍ତ୍ର ଗାଡିରେ ନିଜ ଜନ୍ମମାଟି ବେଲଖଣ୍ଡି ଗାଁରେ ପହଞ୍ଚିଥିଲା । ସେଠାରେ ହଜାର ହଜାର ଶହୀଦଙ୍କ ପ୍ରିୟ ପରିଜନ ଏକ ବିରାଟ ଶୋଭାଯାତ୍ରାରେ ନେଇଥିଲେ । ପରେ ନିଜ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ .....ତ୍ରିପୁରାରେ ଓଡ଼ିଆ ଯବାନ ଈଶ୍ୱର ଚନ୍ଦ୍ର ଦୋରା ଶହୀଦ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

ସେ ଗତ ୨୦୧୯ ମସିହାରେ BSFରେ ନିଯୁକ୍ତ ହୋଇଥିଲେ । ଦୀର୍ଘ ବର୍ଷ ଧରି ଚାକିରିରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ଆସାମ ତ୍ରିପୁରା କାର୍ଯ୍ୟରତ ଥିଲେ । ସେ ଜଣେ ଚାଷୀ ପରିବାରର ହୋଇଥିବାବେଳେ ୧୯ ତାରିଖରେ ଗାଁକୁ ଫେରିବା ପାଇଁ ଛୁଟି ମଧ୍ୟ ପାଇଥିଲେ । ଏନେଇ ଗତ ୧୬ ତାରିଖ ଦିନ ନିଜ ସ୍ତ୍ରୀକୁ ଓ ମାଆ ସହ ଫୋନ ଯୋଗେ କଥା ହୋଇଥିଲେ । ଆଜି ନିଜ ଜନ୍ମ ମାଟି ଈଶ୍ୱର ଦୋରା ଆମର ରହେ ଧ୍ଵନୀରେ ପ୍ରକମ୍ପିତ ହୋଇଯାଇଥିଲା । ଘରେ ମୃତଦେହ ପହଞ୍ଚିବା ପରେ ସେଠାରୁ ଗାଁ ମୁଣ୍ଡରେ ଥିବା ଈଶ୍ୱରଙ୍କ ଚାଷ ଜମିରେ BSF ଓ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନାର ପ୍ରଦାନ କରାଯାଇଥିଲା । ସେପଟେ ସ୍ୱାମୀକୁ ହରାଇ ସ୍ତ୍ରୀ ଆଖିରୁ ଆଉ ଲୁହ ସୁଖୁ ନଥିବା ବେଳେ ୬ ବର୍ଷର ଝିଅ ବପାର ଆସିବା ବାଟକୁ ଅନାଇ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.