ETV Bharat / state

ତ୍ରିପୁରାରେ ଓଡ଼ିଆ ଯବାନ ଈଶ୍ୱର ଚନ୍ଦ୍ର ଦୋରା ଶହୀଦ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

author img

By ETV Bharat Odisha Team

Published : Nov 17, 2023, 4:00 PM IST

Updated : Nov 17, 2023, 9:13 PM IST

Odia BSF jawan martyred in Tripura: ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି । ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

bsf jawan from odisha martyred
ତ୍ରିପୁରାରେ ଓଡ଼ିଆ ଯବାନ ଶହୀଦ

ତ୍ରିପୁରାରେ ଓଡ଼ିଆ ଯବାନ ଶହୀଦ

ଭବାନୀପାଟଣା: ତ୍ରିପୁରାରେ ଓଡ଼ିଆ ଯବାନ ଶହୀଦ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି । ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ଓଡ଼ିଆ ଯବାନ ପ୍ରାଣ ହରାଇଛନ୍ତି । ତେବେ ଶହୀଦ ଯବାନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଈଶ୍ୱର ଚନ୍ଦ୍ର ଦୋରା । ସେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା BSFରେ କାର୍ଯ୍ୟରତ ଥିଲେ । BSF ଯବାନ ଈଶ୍ୱର ଚନ୍ଦ୍ର ଦୋରା ରାଜସ୍ଥାନରେ ବର୍ତ୍ତମାନ ନିଯୁକ୍ତ ଥିବାବେଳେ ଡେପୁଟେସନରେ ତ୍ରିପୁରାକୁ ଯାଇଥିଲେ । ସେଠାରେ ଆଜି କାର୍ଯ୍ୟରତ ଥିବା ସମୟରେ ଗାଡି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ଯବାନଙ୍କ ଜନ୍ମ ମାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗାଁ ବୋଲି ଜଣାପଡିଛି । ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ସେ 2009 ମସିହାରେ ଚାକିରି ପାଇଥିଲେ ଏବଂ 2013ରୁ ଓଡ଼ିଶା ବାହାରେ ରହୁଥିଲେ । ଘରେ ତାଙ୍କର ମାଆ, ବାପା , 2ଭାଇ, 2 ଭାଉଜଙ୍କ ସମେତ ସ୍ତ୍ରୀ ଏବଂ 5ବର୍ଷର ଜଣେ ଝିଅ ରହିଛି । ଏନେଇ ଶହୀଦ ଯବାନଙ୍କ ବାପା କହିଛନ୍ତି, "ଗତକାଲି (ଗୁରୁବାର) ରାତି 8ଟାରେ ଫୋନ ମାଧ୍ୟମରେ ଘର ଲୋକଙ୍କ ସହ କଥା ହୋଇଥିଲେ । ରାତି 2ରୁ 3ଟା ମଧ୍ୟରେ ଘରକୁ ଏବଂ ନିଜ ଅଫିସକୁ ସେ ସୁରକ୍ଷିତ ଥିବା କଥା ମେସେଜ ମଧ୍ୟ କରିଥିଲେ । ହେଲେ ତାପରେ ଆଉ ତାଙ୍କ ଫୋନ ଲାଗି ନଥିଲା । ସକାଳ 8ଟା30 ରେ ତାଙ୍କ ଅଫିସରୁ ଈଶ୍ୱର ଆଉ ନାହାନ୍ତି ବୋଲି ଖବର ଆସିଥିଲା । ତାଙ୍କ ଦେହରେ ଗୁଳି ବାଜିଛି ଏବଂ ସେ ପାଣି ଭିତରେ ପଡ଼ି ମୃତ୍ୟୁବରଣ କରିଛନ୍ତି ବୋଲି କମାଣ୍ଡେଣ୍ଟ ଫୋନ କରି କହିଥିଲେ । ପୋଷ୍ଟମୋର୍ଟମ ପରେ ଖବର ଦିଆଯିବ ବୋଲି କୁହାଯାଇଥିଲା । ମୃତଦେହ କେତେବେଳେ ଆସିବ ସେନେଇ କୌଣସି ଖବର ଦିଆଯାଇନାହିଁ।"

କିଛି ଦିନ ତଳେ ମେଘାଳୟରେ ଜଣେ ଓଡିଆ ଯବାନ ଶହୀଦ ହୋଇଥିଲେ । ସେ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ଅଞ୍ଚଳର ପ୍ରତାପ ରଞ୍ଜନ ପରିଡା । ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ । ପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟରତ ଥିଲେ ।

ଏହା ବି ପଢନ୍ତୁ...ଅଧା ରହିଲା ସବୁ ସ୍ୱପ୍ନ ! ଶହୀଦ ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ

ଏହା ବି ପଢନ୍ତୁ...ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର

ସେହିପରି ଅକ୍ଟୋବରରେ ସିକ୍କିମରେ ହୋଇଥିବା ବନ୍ୟାରେ ଢେଙ୍ଗାନାଳର ଅଞ୍ଚଳର ଯବାନ ସରୋଜ ଦାସ ଶହୀଦ ହୋଇଥିଲେ । ସିକ୍କିମ ବନ୍ୟାରେ ୨୩ ନିଖୋଜ ଯବାନଙ୍କ ମଧ୍ୟରେ ରହିଥିଲେ ଓଡିଆ ପୁଅ ସରୋଜ । ଯବାନ ଶହୀଦ ହୋଇଥିବା ଖବର ଘରେ ପହଞ୍ଚିବା ପରେ ଘରେ କାନ୍ଦବୋବାଳିରେ ଫାଟିପଡିଥିଲା ଗାଁ । ତେବେ ପୁଣି ଥରେ ଆଉ ଏକ ଦୁଃଖଦ ଖବର ଆସିଛି । ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ଶହୀଦ ହେବା ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Nov 17, 2023, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.