ETV Bharat / state

ସରକାରୀ ସ୍କୁଲରେ ଚାଲିଥିଲା ମଦ ବେପାର, ଚଢାଉ କରି ମଦ ନଷ୍ଟ କଲା ଅବକାରୀ ବିଭାଗ

author img

By ETV Bharat Odisha Team

Published : Dec 7, 2023, 8:07 AM IST

Etv Bharat
Etv Bharat

ଶିକ୍ଷାନୁଷ୍ଠାନରେ ମଦ ତିଆରି ସହ ଜମୁଥିଲା ବେମାର । ଚଢାଉ କରି ବିପୁଳ ପରିମାଣର ମଦ ଓ ବ୍ୟବହାର ସାମଗ୍ରୀ ଜବତ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

liquor seized in school

ରାଉରକେଲା: ମଦ ମାଫିଆଙ୍କ କବଜାରେ ସରାକାରୀ ସ୍କୁଲ । ଶିକ୍ଷାନୁଷ୍ଠାନରେ ଚାଲିଛି ମଦ ବେପାର । ସ୍କୁଲ ପରିସରରେ ତିଆରି ହେଉଥିଲା ମଦ ଓ ସେଠାରେ ବେପାର ମଧ୍ୟ ହେଉଥିଲା । ବିଭିନ୍ନ ସ୍ଥାନକୁ କରାଯାଉଥିଲା ସପ୍ଲାଇ । ଅତର୍କିତ ଚଢାଉ କରି ମାଡି ବସିଲା ଅବକାରୀ ବିଭାଗ। ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଏହାକୁ ନଷ୍ଟ କରାଯାଇଛି । ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ବନ୍ଧବାହାଲ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିଲା ମଦ କାରବାର ।

ସୂଚନା ଅନୁଯାୟୀ ପ୍ରାୟ ତିନି ବର୍ଷ ହେବ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଅଭାବରୁ ରାଜ୍ୟ ସରକାର ବନ୍ଦ କରି ଦେଇଥିଲେ । ସେହିଦିନ ଠାରୁ ସ୍କୁଲ ବନ୍ଦ ହୋଇ ରହିଛି । ଏହାପରେ ମଦ ମାଫିଆଙ୍କ ପାଇଁ ଏହା ଆଡ୍ଡା ସ୍ଥଳୀ ପାଲଟିଯାଇଛି ପ୍ରାୟ ଏକ ବର୍ଷ ହେବ ଏଠାରେ ଚାଲିଥିଲା ମଦ ବେପାର । ଅବକାରୀ ବିଭାଗର ନାକ ତଳେ ଏକ ସୁରକ୍ଷିତ ଜାଗା ଭିତରେ ଏହି ଦେଶୀ ମଦ ବେପାର ଚାଲି ଆସିଥିଲା । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ବୁଧବାର ଅପରାହ୍ନ ସମୟରେ ସ୍କୁଲ ନିକଟରେ ପହଞ୍ଚିଥିଲା ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ରାଉରକେଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ମଦ ନଷ୍ଟ

ସ୍କୁଲ ଗେଟରେ ତାଲା ପଡିଥିଲେ ମଧ୍ୟ ଭିତରକୁ ପ୍ରବେଶ କରିଥିଲେ ଓ ସର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ଟଏଲେଟ ଭିତରେ ବିପୁଳ ପରିମାଣର ଦେଶୀ ମହୁଲି ମଦ ଓ ମଦ ତିଆରିରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ସେଠାରେ ଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ । ଚଢ଼ାଉ ପରେ ଡ୍ରମ, ପଲିଥିନ, ବ୍ୟାଗ ଏବଂ ହାଣ୍ଡି ସହ ବିପୁଳ ପରିମାଣରେ ଜବତ ହୋଇଛି । ଏହି ଘଟଣାରେ ଅବକାରୀ ବିଭାଗ କାହାକୁବି ଗିରଫ କରିବାରେ ସଫଳ ହୋଇନାହିଁ। ଅବକାରୀ ବିଭାଗ ଚଢ଼ାଉ ପୂର୍ବରୁ ମଦ ତିଆରି କରି ବିକ୍ରି କରୁଥିବା ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ ।

ଗତ ଅକ୍ଟୋର ମାସରେ ରାଉରକେଲା ଅବକାରୀ ବିଭାଗ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ମହୁଲି ମଦ ନଷ୍ଟ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । 46ଟି ଡ୍ରମ ଓ ପଲିଥିନ୍ ବ୍ୟାଗ୍ ଜବତ କରିବା ସହ ଘଟଣାସ୍ଥଳରେ 18 ହଜାର କିଲୋଗ୍ରାମ୍ ଓଜନର ମହୁଲ ପୋଚ ନଷ୍ଟ କରାଯାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.