ETV Bharat / state

ରାଉରକେଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ମଦ ନଷ୍ଟ

author img

By ETV Bharat Odisha Team

Published : Oct 17, 2023, 8:52 AM IST

ରାଉରକେଲା ଅବକାରୀ ବିଭାଗର ଚଢ଼ାଉ। ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ମହୁଲି ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ରାଉରକେଲା ଅବକାରୀ ବିଭାଗର ଚଢ଼ାଉ
ରାଉରକେଲା ଅବକାରୀ ବିଭାଗର ଚଢ଼ାଉ

ରାଉରକେଲା ଅବକାରୀ ବିଭାଗର ଚଢ଼ାଉ

ରାଉରକେଲା: ଅବକାରୀ ବିଭାଗର ପୂଜା ପୂର୍ବରୁ ଚଢ଼ାଉ । ଦେଶୀ ମହୁଲି ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ମହୁଲି ମଦ ନଷ୍ଟ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି । ତେବେ 46ଟି ଡ୍ରମ ଓ ଅସଂଖ୍ୟ ପଲିଥିନ୍ ବ୍ୟାଗ୍ ଜବତ କରିବା ସହ ଘଟଣାସ୍ଥଳରେ 18 ହଜାର କିଲୋଗ୍ରାମ୍ ଓଜନର ମହୁଲ ପୋଚ ଅବକାରୀ ବିଭାଗ ନଷ୍ଟ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ବ୍ରହ୍ମପୁରରେ ଅବକାରୀ ଚଢାଉ: ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ୩ ଗିରଫ

ତେବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ବେଆଇନ ମଦ ବେପାର ଓ ବେଆଇନ କାର୍ଯ୍ୟକଳାପର ମୁକାବିଲା ପାଇଁ ଚଢ଼ାଉ ହୋଇଥିଲା । ରାଉରକେଲା ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ହୋଇଥିବା ଏହି ଅପରେସନରେ ଆଣ୍ଟି ପୋଚିଂ ଆଣ୍ଡ ରିଜର୍ଭ ଫୋର୍ସ, ଜଣେ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଏବଂ ଝାଡ଼ଖଣ୍ଡ ପୋଲିସ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବେଆଇନ କାର୍ଯ୍ୟ ପାଇଁ କୁଖ୍ୟାତ ଅଞ୍ଚଳ ଆଇଡି ପକେଟ୍ ବା ମହୁଲ ପୋଚ ତିଆରି ଏବଂ ବିକ୍ରି ହେଉଥିବା ସ୍ଥାନକୁ ଚଢ଼ାଉ କରିବା ଏବଂ ନଷ୍ଟ କରିବା ଏହି ଅପରେସନର ମୂଳ ଟାର୍ଗେଟ୍ ଥିଲା । ତେବେ ଏହି ଚଢାଉରେ 46ଟି ଡ୍ରମ ଓ ପଲିଥିନ୍ ବ୍ୟାଗ୍ ଜବତ କରିବା ସହ ଘଟଣାସ୍ଥଳରେ 18 ହଜାର କିଲୋଗ୍ରାମ୍ ଓଜନର ମହୁଲ ପୋଚ ନଷ୍ଟ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ

ସେହିପରି ଅବକାରୀ ବିଭାଗର ଏହି ସଫଳତା ପରେ ଅଞ୍ଚଳରେ ମଦ ଚୋରା ଚାଲାଣ ଏବଂ ବେଆଇନ ବ୍ୟବସାୟ ବିରୋଧରେ ଚାଲିଥିବା ଡ୍ରାଇଭ୍‌ରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାଜିଛି । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର ଜରେଇକେଲା ଥାନା ଅଧିନରେ ଏହି ଅପରେସନ ହୋଇଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସମନ୍ୱିତ କାର୍ଯ୍ୟ ଫଳପ୍ରଦତା ମିଶନର ସଫଳତାକୁ ପ୍ରମାଣିତ କରୁଛି । ତେବେ ଜବତ ହୋଇଥିବା ଡ୍ରମ ଓ ପଲିଥିନ ବ୍ୟାଗ୍‌ଗୁଡ଼ିକ ଅନେକ ସମୟରେ ଚୋରା ଚାଲାଣ ଓ ଚାଲାଣରେ ବ୍ୟବହୃତ ହୋଇଥାଏ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.