ETV Bharat / state

ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ, ଟିକସ ଫାଙ୍କି ବନ୍ଧାହେଲେ ବ୍ୟବସାୟୀ

author img

By ETV Bharat Odisha Team

Published : Sep 29, 2023, 6:57 AM IST

ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ
ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ

ସେଣ୍ଟ୍ରାଲ ଜିଏସଟି ବିଭାଗ ହାତରେ ଧରା ପଡିଲା ଜିଏସଟି ଠକ । ଫେକ୍‌ କମ୍ପାନୀ ଜରିଆରେ କୋଟିକୋଟି ଟଙ୍କାର ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ

ରାଉରକେଲା: ସେଣ୍ଟ୍ରାଲ୍‌ ଜିଏସଟି ବିଭାଗ ହାତରେ ଧରା ପଡ଼ିଲା ଠକ ବ୍ୟବସାୟୀ । ଫେକ୍‌ କମ୍ପାନୀ କରି କୋଟିକୋଟି ଟଙ୍କାର ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗରେ ଗିରଫ କରିଛି କେନ୍ଦ୍ରୀୟ ସଂସ୍ଥା । ଅଭିଯୁକ୍ତ ଜଣକ ହେଲେ ରାକେଶ କାନୋଡ଼ିଆ । ତାଙ୍କ ନିକଟରୁ ୧୨ଟି କମ୍ପାନୀ ସହ କାରବାର କରିଥିବା ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ଜିଏସଟି ବିଭାଗ । ରାକେଶ ଜିନିଷପତ୍ର ବିକ୍ରି ନକରି ଏସବୁ କମ୍ପାନୀ ସହ କାଗଜପତ୍ରରେ ମୋଟ ୫୫ କୋଟି ଟଙ୍କାର କାରବାର ଦର୍ଶାଇଥିଲେ । ଏ ଘଟଣାରେ ମୋଟ ୮ କୋଟି ୭୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ରାକେଶ ବରସୁଆଁ ବଜାରରେ ଟ୍ୟୁବ୍, ଟାୟାର, ମୋବିଲ, ସିମେଣ୍ଟ ଓ ଲୁହା ରଡ୍ ବ୍ୟବସାୟ କରନ୍ତି । ସେ ତାଙ୍କ ବଡ଼ଭାଇ ରାଜେଶ କୁମାର କାନୋଡିଆଙ୍କ ନାଁରେ 'ମେର୍ସସ ଧନବର୍ଷି ଏଣ୍ଟରପ୍ରାଇଜେସ୍' ନାଁରେ ଏକ ନକଲି କମ୍ପାନୀ ଖୋଲିଥିଲେ । ଅଫିସ୍‌ ଠିକଣା ନାଗାଲାଣ୍ଡ ଓ ଆସାମ ଥିବାବେଳେ ସୁନ୍ଦରଗଡ଼ରେ କମ୍ପାନୀ ଚାଲିଥିଲା । ବରସୁଆଁରେ କମ୍ପାନୀର ମ୍ୟାନେଜର ଥିଲେ ଟ୍ରକ ଡ୍ରାଇଭର ମନୋଜ କୁମାର ଠାକୁର । ଜିଏସଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା । ନକଲି ବିଲ୍ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି ଟିମ୍ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କା ବଜାରର ରାକେଶ କୁମାର କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟିମ୍ ।

ଏହି ନକଲି କମ୍ପାନୀ ଜରିଆରେ ଜିନିଷପତ୍ର ବିକ୍ରି ନକରି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କାର କାରବାର ଦର୍ଶାଇଥିଲେ ଅଭିଯୁକ୍ତ । ଗତ କିଛି ମାସ ଧରି ଏହି ନକଲି କମ୍ପାନୀ ୧୨ରୁ ଅଧିକ କମ୍ପାନୀ ସହ ୫୫ କୋଟି ଟଙ୍କାର କାରବାର କରଇଥିଲା । କିନ୍ତୁ ଏମାନଙ୍କୁ କୌଣସି ସାମଗ୍ରୀ ବିକ୍ରି କରିନଥିବା ଯାଞ୍ଚରୁ ଜଣାପଡ଼ିଥିଲା । ଗୁପ୍ତ ସୂଚନା ଆଧାରରେ ଗତକାଲି କେନ୍ଦ୍ରୀୟ ଜିଏସଟି ଟିମ୍ ବରସୁଆଁଠାରେ ଥିବା ଏହି ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ କରିଥିଲା ଏବଂ ରାକେଶ କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ବି ପଢନ୍ତୁ...GST ଫାଙ୍କିଥିବା ଅଭିଯୋଗ, ଢେଙ୍କାନାଳ ଓଝା ଟ୍ରେଡର୍ସ ଉପରେ ଚଢ଼ାଉ

ତେବେ ଜିଏସ୍‌ଟି ବିଭାଗ ବର୍ତ୍ତମାନ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ୯ହଜାର ୭୪୨ଟି ନକଲି ବିଲ୍‌ରେ ୧ହଜାର ୭୯୨ କୋଟି ଟଙ୍କାର ଠକେଇ ହୋଇଛି । ଏଥିରୁ ରାଉରକେଲାରେ କେବଳ ୫୦୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି ବୋଲି ସୂଚନା ରହିଛି । ବିଗତ ଦିନରେ ୨ହଜାର ୫୦୦ କୋଟିର ନକଲି ବିଲ୍ ଜରିଆରେ ୫୦୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ହୋଇଛି । ଆଜି ପର୍ଯ୍ୟନ୍ତ ଜିଏସ୍‌ଟି ୱିଙ୍ଗ୍‌ ରାଜ୍ୟର ୨୮ ଜଣ ଠକଙ୍କୁ ଗିରଫ କରି ଜେଲ ପଠାଇଛି । ସେମାନଙ୍କ ମଧ୍ୟରୁ କେବଳ ୧୫ ଜଣ ରାଉରକେଲାର ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.