ETV Bharat / state

କାଲି ହକି ପ୍ରୋ ଲିଗ, ଏଥର ନୂଆ ରଣନୀତିରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ

author img

By

Published : Mar 9, 2023, 10:46 PM IST

Captain Indian Hockey team holds press conference
Captain Indian Hockey team holds press conference

ଆସନ୍ତାକାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ । ଏଥର ନୂଆ ରଣନୀତିରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଅଧିକ ପଢନ୍ତୁ

ଏଥର ନୂଆ ରଣନୀତିରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ

ରାଉରକେଲା: ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାୟିବ ହକି ପ୍ରୋ ଲିଗ । ମାତ୍ର ଆଉ କିଛି ଘଣ୍ଟାର ଫରକ ଆରମ୍ଭ ହେବ ମହା ଲଢେଇ । ତେବେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ ଦଳ ଖେଳିବାକୁ ଯାଉଥିବା ବେଳେ ନୂଆ ରଣନୀତି ସହିତ ମୈଦାନକୁ ଓହ୍ଲାଇବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଚରମ ସୀମାରେ ପହଞ୍ଚିଥିବା ବେଳେ ଗ୍ରାଉଣ୍ଡ, ଦର୍ଶକଙ୍କ ସହିତ ଖେଳାଳି ମଧ୍ୟ ପ୍ରସ୍ତୁତ ରହିଛନ୍ତି ।

ମ୍ୟାଚ ନେଇ ଭାରତୀୟ ହକି ଦଳର କ୍ୟାପଟେନ ହରମନ ପ୍ରୀତ ସିଂ ସହ ଉପ ଅଧିନାୟକ ହାର୍ଦ୍ଦିକ ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଭାରତୀୟ ଦଳ ମ୍ୟାଚ ନେଇ ଖୁବ ଉତ୍ସାହିତ ଥିବା ସେ କହିଛନ୍ତି । ହକି ବିଶ୍ବକପରେ ଭାରତୀୟ ଦଳ ନିଜର କରିଥିବା ଭୁଲକୁ ସୁଧାରିବ । ଏଥର ମଧ୍ୟ ସବୁ ମ୍ୟାଚ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ ବୋଲି କହିଛନ୍ତି ଅଧିନାୟକ ହରମନ ପ୍ରୀତ ସିଂ । ନୂଆ ଷ୍ଟାଡିୟମରେ ନୂଆ ଫର୍ମରେ ଭାରତୀୟ ହକି ଦଳ ବିଶ୍ବକପରେ ଖେଳି ସାରିଛନ୍ତି ତେବେ ବର୍ତ୍ତମାନ ମଧ୍ୟ ସମସ୍ତ ମ୍ୟାଚ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ। ତେବେ ଏଥର ନୂଆ ରଣନୀତି ଟିମ ପାଇଁ ଏକ ନୂଆ ସୁଯୋଗ ଆଣିବ ବୋଲି ଆଶା ରହିଛି।

ପୂର୍ବର ଥିବା ଭୁଲକୁ ସୁଧାରି ଏକ ନୂଆ ରୂପ ନୂଆ ରଙ୍ଗରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ହକି ଦଳ। ଖୁବ ଉତ୍ସାହିତ ବର୍ତ୍ତମାନ ଭାରତୀୟ ଦଳ । ଜଣେ ଓଡ଼ିଆ ପୁଅ ନିଲମ ସଂଜୀପ ଖେସ ମଧ୍ୟ ଭାରତୀୟ ଦଳ ପାଇଁ ଏକ ନୂଆ କୋର ଟିମ ତିଆରି କରିବାରେ ସାହାଯ୍ୟ କରିବେ ଏବଂ ଆମେ ହୋମ ଟିମ ପାଇଁ ହୋମ କଣ୍ଡିସନ ସୁହାଇବ ଏବଂ ଆମେ ଆଗରୁ ଆସି ଏଠାରେ ପ୍ରାକ୍ଟିସ କରିଛୁ ଯେଉଁଥିପାଇଁ ଏହା ଆମ ପାଇଁ ଖୁବ ଲାଭଦାୟକ ହେବ। ହକି ପ୍ରୋ ଲିଗରେ ଜର୍ମାନୀ ଏବଂ ଅଷ୍ଟ୍ରେଲିଆକୁ କିଭଳି ଭଲ ଟକ୍କର ଦେବ ତାହା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଥମ ମ୍ୟାଚରେ ଜର୍ମାନୀକୁ ହରାଇ ନିଜର ମୁଭମେଣ୍ଟ ବନାଇବାକୁ ଚେଷ୍ଟା ରହିବ ବୋଲି କହିଛନ୍ତି କ୍ୟାପଟେନ।

ଏହା ବି ପଢନ୍ତୁ-Hockey Pro League: ହାର୍ଦ୍ଦିକଙ୍କ କମବ୍ୟାକ ଦଳ ପାଇଁ ଲାଭଦାୟକ କହିଲେ କ୍ରୀଡା ସମୀକ୍ଷକ

ଦଳରେ ଏଥର ସମସ୍ତ ଖେଳାଳି ଯୁବକ ଅଛନ୍ତି । ତେଣୁ ଖୁବ ଭଲ ପ୍ରଦର୍ଶନ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ ହକି ଦଳର ସଦସ୍ୟମାନେ। ପୂର୍ବରୁ ପ୍ରୋ ଲିଗ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲା ଯାହା ସେ ଆଗକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରହିବ। ଏଥର ଭଲ ପ୍ରଦର୍ଶନ କରିବା ସହ ଏକ ନୂଆ ଛାପ ଛାଡିବା ପାଇଁ ଆମେ ଆସିଛୁ। ତେଣୁ ଆମ ଦଳର ସମସ୍ତ ଖେଳାଳିଙ୍କ ଉପରେ ଆମର ଭରସା ରହିଛି । ସମସ୍ତେ ସୁସ୍ଥ ରହି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିବେ। ବର୍ତ୍ତମାନ ଯାଏ ଭାରତ ହକି ଦଳର କୌଣସି ଖେଳାଳି ଅନ ଫିଟ ନାହାନ୍ତି ବୋଲି କହିଛନ୍ତି ଅଧିନାୟକ ।

ତେବେ ଦଳରେ ସମସ୍ତେ ଫିଟ ଅଛନ୍ତି, ଯାହା ଭାରତୀୟ ଦଳ ପାଇଁ ଏକ ଭଲ ସଙ୍କେତ। ଏଥର ବଲ ପଯେସନ ନିଜ ଟିମ ପାଖରେ ରଖିବାକୁ ପଡିବ। ଅନ ଫିଲ୍ଡରେ ନୂଆ ରଣନୀତିରେ ମ୍ୟାଚ ଖେଳିବାକୁ ପଡିବ। ପ୍ଲାନ ଫେଲ ହେଲେ ମଧ୍ୟ ସଙ୍ଗେ ସଙ୍ଗେ ନୂଆ ପ୍ଲାନ ସହ ଖେଳରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ରହିବ। ପୂର୍ବ ଭୁଲ ଏବଂ ପୂର୍ବ କଥାକୁ ଭୁଲି ନୂଆ ପ୍ଲାନିଂରେ ମ୍ୟାଚ ଆରମ୍ଭ କରିବୁ ଏବଂ ଆଶା କରିଛୁ ପୂର୍ବ ଭଳି ଲୋକେ ଆମକୁ ସପୋର୍ଟ କରିବେ ଏବଂ ଆମ ମନୋବଳକୁ ଦୃଢ଼ କରିବେ ବୋଲି କହିଛି ଟିମ ଇଣ୍ଡିଆ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.