ETV Bharat / sports

Hockey Pro League: ହାର୍ଦ୍ଦିକଙ୍କ କମବ୍ୟାକ ଦଳ ପାଇଁ ଲାଭଦାୟକ କହିଲେ କ୍ରୀଡା ସମୀକ୍ଷକ

author img

By

Published : Mar 9, 2023, 1:30 PM IST

ରାତି ପାହିଲେ ଏଫଆଇଏଚ ହକି ପ୍ରୋ ଲିଗ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ବିଶ୍ବକପରେ ନିରାଶ କରଥିବା ଭାରତୀୟ ଦଳ ପ୍ରୋ ଲିଗ ପାଇଁ କଣ ରଣନୀତି ପ୍ରସ୍ତୁତି କରିଛି ଶୁଣନ୍ତୁ କଣ କହୁଛନ୍ତି କ୍ରୀଡା ସମୀକ୍ଷକ । ଅଧିକ ପଢନ୍ତୁ

ଭାରତ ରଣନୀତି ନେଇ କ୍ରୀଡା ବିଶେଷଜ୍ଞଙ୍କ ମତ
sports expert reaction on team india strategy

ହାର୍ଦ୍ଦିକଙ୍କ କମବ୍ୟାକ ଦଳ ପାଇଁ ଲାଭଦାୟକ କହିଲେ କ୍ରୀଡା ସମୀକ୍ଷକ

ରାଉରକେଲା: ଆସନ୍ତାକାଲିଠୁ(ଶୁକ୍ରବାର) ହକି ପ୍ରୋ ଲିଗ ଆରମ୍ଭ ହେବ । ରାଉରକେଲା ବିର୍ମା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରୋ ଲିଗ ମ୍ୟାଚ ଖେଳାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାତି ପାହିଲେ ପ୍ରୋ ଲିଗ୍‌ । ହକି ବିଶ୍ବକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଚୟନକର୍ତ୍ତାଙ୍କ ଦ୍ବାରା ଏହି ମୁକାବିଲା ପାଇଁ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଠନ ହୋଇଛି । ପ୍ରୋ ଲିଗ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା ।

ପ୍ରଥମ ମ୍ୟାଚରୁ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ପ୍ରଥମ ଦୁଇ କ୍ବାଟରରେ ଭାରତୀୟ ଦଳକୁ ଅଟକିଙ୍ଗ ଗେମ ଖେଳି ଗୋଲ କରିବାକୁ ପଡିବ। ଭାରତୀୟ ଦଳ ପ୍ରଥମ ହାଫରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଅଧିକ ଡିଫେଣ୍ଡ କରିବା ଫଳରେ ଲୁଜ୍‌ ପଏଣ୍ଟ ରହିଥାଏ । ଭାରତ ହାତରୁ ମ୍ୟାଚ ଖସିଯାଏ । ପ୍ରଥମ ହାଫରେ ଜୋରଦାର ଟକ୍କର ଦେବା ସହ ଶେଷ ପର୍ଯ୍ୟାୟରେ ମଧ୍ୟ ଜୋରଦାର ପ୍ରଦର୍ଶନ ଭଲ କରିବାକୁ ହେବ । ପ୍ରୋ ଲିଗରେ ହକି ବିଶ୍ବକପରେ ଆହତ ହୋଇ ବାଦ ପଡିଥିବା ଭାରତୀୟ ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଦଳକୁ ଫେରିଛନ୍ତି । ଯାହା ଭାରତ ଦଳ ପାଇଁ ଭଲ ହେବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା । ଅନ୍ୟ ପକ୍ଷରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ନିଲମ ସଂଜୀପ ଖେସଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଯଦି ଭାରତ ପ୍ରୋ ଲିଗ୍‌ରେ ଭଲ ପ୍ରଦର୍ଶନ କରେ ତେବେ ଅଗମୀ ଦିନରେ ଅଲମ୍ପିକ ଏବଂ ଏସିଆନ ଗେମ୍ସରେ ଭାରତର କନଫିଡେନ୍ସ ବଢିବ ।

ଏହା ବି ପଢନ୍ତୁ...ଶୁକ୍ରବାର ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ହେବ ଏକାଧିକ ପ୍ରକଳ୍ପ

ହକି ପ୍ରୋ ଲିଗ୍‌ ପାଇଁ 20 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଅମିତ ରୋହିଦାସଙ୍କୁ ବାଦ ଦିଆଯାଇଛି । ନୀଲମ ସଞ୍ଜୀପ ଖେସ ଜଣେ ମାତ୍ର ଓଡିଆ ଖେଳାଳି ଭାବେ ଦଳରେ ସାମିଲ ହୋଇଛନ୍ତି । ଏହା ସହିତ ଅନ୍ୟ କିଛି ନୂଆ ଚେହେରା ମଧ୍ୟ ସାମିଲ ଅଛନ୍ତି । ବିଶ୍ବକପରେ ଆହତ ହୋଇଥିବା ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ ଦଳକୁ ଫେରିଛନ୍ତି । ଏହା ଦଳ ପାଇଁ ଲାଭଦାୟକ ହୋଇପାରେ । ଦମଦାର ପ୍ରଦର୍ଶନ କରି ଭାରତୀୟ ହକି ଦଳ ବିଜୟୀ ହେବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା । ପ୍ରଥମ ଦିନ ଆର୍ଥାତ ଆସନ୍ତାକାଲି ଜର୍ମାନୀ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଏହାପରେ 12 ତାରିଖରେ ଅଷ୍ଟ୍ରେଲିଆ, 13 ତାରିଖରେ ଜର୍ମାନୀ ଓ 15 ତାରିଖରେ ପୁଣି ଅଷ୍ଟ୍ରେଲିଆକୁ ଭେଟିବ ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ଭାରତ ।

ପ୍ରକାଶଥାଉ କି, ସଦ୍ୟ ସମାପ୍ତ ହକି ବିଶ୍ବକପ ଲିଗ ପର୍ଯାୟରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ମାତ୍ର ପରବର୍ତ୍ତୀ ମୁକାବିଲାରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ବିଶ୍ବକପରେ ଅଭିଯାନ ଶେଷ ହୋଇଥିଲା । ବିଶ୍ବକପରେ ଭାରତ ନବମ ସ୍ଥାନରେ ରହିଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.