ETV Bharat / state

ଶୁକ୍ରବାର ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ହେବ ଏକାଧିକ ପ୍ରକଳ୍ପ

author img

By

Published : Mar 9, 2023, 12:16 PM IST

ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି(ଶୁକ୍ରବାର) ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଫଆଇଏଚ ହକି ପ୍ରୋ ଲିଗ ଉଦଘାଟନ କରିବେ । ଅଧିକ ପଢନ୍ତୁ

ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି(ଶୁକ୍ରବାର) ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ କରିବେ । ଏହାସହିତ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଛେଣ୍ଡ କଳିଙ୍ଗ ବିହାରରେ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ସମେତ ମୋଟ ୧୧ଟି ପ୍ରକଳ୍ପର ଉଦଘାଟନ କରିବେ । ଏହାସହିତ ୩୨ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଆସନ୍ତାକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ଅନେକ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିବେ । ନିଜର ଗସ୍ତ ସମୟରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ବଡଗାଁ, ବିଶ୍ରା, ଲେଫ୍ରିପଡା, ଲହୁଣୀପଡାରେ ଗୋଟିଏ ଗୋଟିଏ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବାଲିଶଙ୍କରାରେ ଦୁଇଟି ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିବେ । ଆହୁରି କେଉଁ କେଉଁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ ସେନେଇ ଏ ଯାଏଁ କୌଣସି ସୂଚନା ମିଳିପାରିନାହିଁ ।

ଏହାମଧ୍ୟ ପଢନ୍ତୁ: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ, ନାକେଦମ୍ ଅଗ୍ନିଶମ ବାହିନୀ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସଜେଇ ହୋଇଛି ଇସ୍ପାତ ନଗରୀ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପର ଉଦଘାଟନ କରିଥିଲେ । ଆସନ୍ତାକାଲି ପୁଣିଥରେ ସହରରୁ ଆସୁଛନ୍ତି । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ହକି ପ୍ରୋ ଲିଗ୍ ଆୟୋଜନ ପାଇଁ ନୂଆ ବୋହୂ ଭଳି ସଜେଇ ହୋଇଛି ପୁରା ସହର । ଆଲୋକରେ ଝଲସୁଛି ରାଉରକେଲା । ରାସ୍ତାକଡରେ ଲ୍ୟାମ୍ପ ଲାଇଟ ଲଗାଯାଇଛି । ରଙ୍ଗୀନ ଆଲୋକମାଳା ଓ ନାନା ଆକର୍ଷଣୀୟ ଚିତ୍ରରେ ସହରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ଛକ ଛକରେ ବିଭିନ୍ନ ପ୍ରକାର ୱାଟର ଫାଉଣ୍ଟେସନ ବ୍ୟବସ୍ଥା କରାଯାଇଛି ।

ପ୍ରକାଶଥାଉ କି, ବିର୍ସା ମୁଣ୍ଡା ଷ୍ଟାଡିୟମରେ FIH ହକି ପ୍ରୋ ଲିଗ୍ ମ୍ୟାଚ ଆୟୋଜନ ହେଉଛି । ଏହି ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଜର୍ମାନୀ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ । ପ୍ରଥମ ଦିନରେ ଭାରତ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.