ETV Bharat / state

ଜବର ଦଖଲ ଉଚ୍ଛେଦକୁ ନେଇ ତାତିଲେ ଗ୍ରାମବାସୀ

author img

By

Published : Nov 7, 2019, 4:24 AM IST

ଜବର ଦଖଲ ଉଚ୍ଛେଦକୁ ନେଇ ତାତିଲେ ଗ୍ରାମବାସୀ

ସୁବର୍ଣ୍ଣପୁର ଜିଲ୍ଲା ଚଡେଇପଙ୍କ ପଞ୍ଚାୟତର ଲଖନପୁରରେ ଜବର ଦଖଲ ଉଚ୍ଛେଦକୁ ନେଇ ଆନ୍ଦୋଳନରେ ଗ୍ରାମବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ସୁବର୍ଣ୍ଣପୁର: ଜିଲ୍ଲା ଚଡେଇପଙ୍କ ପଞ୍ଚାୟତର ଲଖନପୁର ଗ୍ରାମବାସୀ ବୁଧବାର ସନ୍ଧ୍ୟାରେ ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜଙ୍ଗଲ ଜମିରେ ରହି ଆସୁଥିବା ପ୍ରାୟ 70ଟି ପରିବାରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ନୋଟିସ ଦିଆଯିବା ପରେ ଗ୍ରାମବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଜବର ଦଖଲ ଉଚ୍ଛେଦକୁ ନେଇ ତାତିଲେ ଗ୍ରାମବାସୀ

ସୂଚନାନୁଯାୟୀ, ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟରୁ ରାଜସ୍ବ ନିରୀକ୍ଷକଙ୍କୁ ଗୁରୁବାର ଜବର ଦଖଲ ଉଚ୍ଛେଦ ହେବା ନେଇ ଏକ ଚିଠି ଆସିଥିଲା । ଏହା ଜାଣିବା ପରେ ଦୀର୍ଘଦିନରୁ ରହି ଆସୁଥିବା ଏଠାକାର ଲୋକେ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଲଖନପୁର ଗାଁ ଲୋକେ ଦୀର୍ଘ ଦିନରୁ ଏହି ଜଙ୍ଗଲ ଜମିରେ ଘର କରି ରହି ଆସୁଥିବା ବେଳେ ଏହି ଜାଗାକୁ ଖାଲି କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରୀ ଜମିରୁ ଜବର ଦଖଲ ଉଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି । ଏହାକୁ ବିରୋଧ କରି ଗ୍ରାମବାସୀ ଆନ୍ଦୋଳନ କରିବା ସହିତ ଉଚ୍ଛେଦକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ହେଲେ ଆନ୍ଦୋଳନ ପରେ ବି ପ୍ରଶାସନ ନରମି ନଥିବା ବେଳେ ଗୁରୁବାର ଜିଲ୍ଲା ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଲେ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଚଡେଇପଙ୍କ ପଂଚାୟତର ଲଖନପୁର ଗ୍ରାମବାସୀ ଆଜି ସନ୍ଧ୍ୟାରେ ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।
ଚଡେଇପଙ୍କ ପଂଚାୟତର ଲଖନପୁର ଗ୍ରାମରେ ଦୀର୍ଘ ଦିନରୁ ରହି ଆସୁଥିବା ଗ୍ରାମବାସୀ ଆଜି ଏହି ଆନ୍ଦୋଳନ କରିଛନ୍ତି।ଜଙ୍ଗଲ ଜମିରେ ରହି ଆସୁଥିବା ପ୍ରାୟ 70ଟି ପରିବାରକୁ ପ୍ରଶାସନ ପକ୍ଷରୁ ଉଛେଦ କରିବା ପାଇଁ ନୋଟିସ ଦିଆଯିବା ପରେ ଗ୍ରାମବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନ କୁ ଉତୁରିଛନ୍ତି।Body:ଆସନ୍ତାକାଲି ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟରୁ ରାଜସ୍ୱ ନିରୀକ୍ଷକଙ୍କୁ ଜବର ଦଖଲ ଉଛେଦ ପାଇଁ ଡେଙ୍ଗୁରା ମାଧ୍ୟମରେ ଗାଁ ଲୋକଙ୍କୁ ଜଣେଇ ଦେବା ପାଇଁ ଚିଠି ହେବାପରେ ଗାଁ ଲୋକେ ସନ୍ଧ୍ୟାରେ ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।Conclusion:ଲଖନପୁର ଗାଁ ଲୋକେ ଦୀର୍ଘ ଦିନରୁ ଏହି ଜଙ୍ଗଲ ଜମିରେ ଘରବାରି କରି ରହି ଆସୁଥିବା ବେଳେ ଏହି ଯାଗାକୁ ଖାଲି କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରୀ ଜମିରୁ ଜବର ଦଖଲ ଉଛେଦ ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।ପ୍ରଶାସନ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।ଏହାକୁ ବିରୋଧ କରି ଗ୍ରାମବାସୀ ଆନ୍ଦୋଳନ କରିବା ସହିତ ଉଚ୍ଛେଦ କୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।ଆସନ୍ତାକାଲି ଜିଲ୍ଲା ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଲେ ଉଛେଦ କରାଯିବ ବୋଲି ଜଣାପଡିଛି।ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.