ETV Bharat / state

ସ୍ବାବଲମ୍ବୀ ନାଁରେ ଠକେଇର ଶିକାର ହେଲେ ମହିଳା, ଟଙ୍କା ଫେରସ୍ତ ଦାବି

author img

By ETV Bharat Odisha Team

Published : Dec 6, 2023, 11:40 AM IST

fir against private company
fir against private company

ପୁଣି ଠକେଇର ଶିକାର ହେଲେ ମହିଳା । ମହିଳାଙ୍କୁ ସ୍ବାବଲମ୍ବୀ କରିବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା କମ୍ପାନୀ ଠକିଥିବା ଥାନାରେ ଅଭିଯୋଗ । ଅଧିକ ପଢ଼ନ୍ତୁ

fir against private company

ସୁବର୍ଣ୍ଣପୁର: ଜିଲ୍ଲାରେ ପୁଣି ଠକେଇର ଶିକାର ହେଲେ ମହିଳା । ଘରୋଇ କମ୍ପାନୀ ନାଁରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା କମ୍ପାନୀ ଠକିଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଠକାମୀର ଶିକାର ହୋଇଥିବା ମହିଳାଙ୍କ ଟଙ୍କା ଫେରସ୍ତ କରିବା ଓ କମ୍ପାନୀର ମାଲିକଙ୍କୁ ଗିରଫ କରିବା ନେଇ ଦାବି ହୋଇଛି ।

ସୂଚନା ମୁତାବକ, ଏକ ଘରୋଇ କମ୍ପାନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ହଳଦୀ ବ୍ୟବସାୟ କରିବା ନାଁରେ 50 ହଜାର ଟଙ୍କା ଲେଖାଏଁ ସଂଗ୍ରହ କରିଥିଲେ । ସେହିପରି ଗ୍ରାମାଞ୍ଚଳରୁ ଆରମ୍ଭ କରି ସଦର ମହକୁମା ଯାଏଁ ବେକାର ଯୁବକ ଯୁବତୀମାନଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହିତ ମୋଟା ଅଙ୍କର ଦରମା ଓ ଅବସରକାଳୀନ ପେନ୍‌ସନ୍‌ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ସେହିପରି କମ୍ପାନୀର ଷ୍ଟକିଂ ନିଯୁକ୍ତି ଦେଇ ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ପାଖରୁ ବି ମୋଟା ଅଙ୍କର ସଂଗ୍ରହ କରିଥିଲେ । ଖାଲି ଜିଲ୍ଲା ନୁହେଁ ପଡ଼ୋଶୀ ବୌଦ୍ଧ ଜିଲ୍ଲାର ଶହ ଶହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଖରୁ କମ୍ପାନୀ କୋଟି କୋଟି ଟଙ୍କା ସଂଗ୍ରହ କରି ଫେରାର ହୋଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

ଏହା ମଧ୍ୟ ପଢନ୍ତୁ- Amazon Shopping App Fraud: ମଗାଇଥିଲେ ଟ୍ରଲି ବ୍ୟାଗ, ପାର୍ସଲ ଭିତରୁ ବାହାରିଲା ଇଟା

ତେବେ ତୁରନ୍ତ ଠକାମୀର ଶିକାର ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଆତ୍ମନିଯୁକ୍ତି ପାଇଁ ଠକେଇର ଶିକାର ହୋଇଥିବା ବେକାର ଯୁବକ ଯୁବତୀ ତଥା ହଳଦୀ ବ୍ୟବସାୟର ଷ୍ଟକିଷ୍ଟ୍‌ କମ୍ପାନୀ ପାଖରେ ଜମା ଦେଇଥିବା ଟଙ୍କା ଫେରସ୍ତ କରିବା ଏବଂ କମ୍ପାନୀ ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାରେ ଖାଲି ଗୋଟିଏ ନୁହେଁ, ଏଭଳି ଅନେକ କମ୍ପାନୀର କର୍ମଚାରୀମାନେ ଆସି ଘର ଭଡ଼ା ନେଇ କମ୍ପାନୀ କାର୍ଯ୍ୟାଳୟ ଖୋଲିବା ସହିତ ନୀରିହ ଜନସାଧାରଣଙ୍କୁ ପ୍ରଲୋଭିତ କରି ତାଙ୍କ ପାଖରୁ ଟଙ୍କା ସଂଗ୍ରହ କରିବା ଏକ ସାଧାରଣ ଘଟଣା ହୋଇଛି । ତେବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପ୍ରଶାସନ ଘରୋଇ କମ୍ପାନୀଗୁଡ଼ିକର ଅଫିସ ଯାଞ୍ଚ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.