ETV Bharat / state

Amazon Shopping App Fraud: ମଗାଇଥିଲେ ଟ୍ରଲି ବ୍ୟାଗ, ପାର୍ସଲ ଭିତରୁ ବାହାରିଲା ଇଟା

author img

By ETV Bharat Odisha Team

Published : Nov 7, 2023, 6:33 AM IST

ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ । ହୋଇପାରନ୍ତି ଠକାମୀର ଶିକାର । ଅଧିକ ପଢନ୍ତୁ

ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ
ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ

ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ

ପୁରୀ: ଅନଲାଇନ ଆପରେ ମଗାଇଥିଲେ ଟ୍ରଲି ବ୍ୟାଗ । ହେଲେ ପାର୍ସଲରୁ ବାହାରିଲା ଇଟା । ଅଲଲାଇନ ମାଧ୍ୟମରେ ଜିନିଷ ମଗାଇ ଏଭଳି ଏକ ବଡ ଧରଣର ଠକେଇର ଶିକାର ହୋଇଛନ୍ତି ପୁରୀ ଜିଲ୍ଲା ଓରିଏଣ୍ଟାଲ ବୀମା କମ୍ପାନୀ ଅଫିସର ସଂଘର ଓଡ଼ିଶା ସଭାପତି ସୁରେନ୍ଦ୍ର ମାଝୀ । ତେବେ ଏନେଇ ସେ ଆଇନର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ଅନଲାଇନରେ ଜିନିଷ ମଗାଉଥିଲେ ସାବଧାନ । ହୋଇପାରନ୍ତି ବଡ ଠକାମୀର ଶିକାର । ଅନ୍‌ଲାଇନ ଆପ୍‌ରେ ମଗାଇଥିଲେ ଟ୍ରଲି ବ୍ୟାଗ । ହେଲେ ପାର୍ସଲ ଭିତରୁ ବାହାରିଲା ଇଟା ସହିତ ପୁରୁଣା କିଛି ସାମଗ୍ରୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଅନ୍‌ଲାଇନ୍‌ ଆପ୍‌ ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ସହରର ଓରିଏଣ୍ଟାଲ ବୀମା କମ୍ପାନୀ ଅଫିସର ସଂଘର ଓଡ଼ିଶା ସଭାପତି ସୁରେନ୍ଦ୍ର ମାଝୀ ।

ଏହାମଧ୍ୟ ପଢନ୍ତୁ..ଏକା ସାଙ୍ଗରେ 16ଟି କମ୍ପାନୀରେ ଚାକିରି କରୁଥିଲେ ମହିଳା, ବିନା କାମରେ ମିଳୁଥିଲା ମୋଟା ଅଙ୍କର ଦରମା

ତେବେ ସୁରେନ୍ଦ୍ର ମାଝୀଙ୍କ ଅଭିଯୋଗ ଅନୁଯାୟୀ, ପୁରୀରେ ତାଙ୍କ ସଂଘ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ସେହି ବୈଠକରେ ଅତିଥିଙ୍କୁ ଟ୍ରଲି ବ୍ୟାଗ୍ ଉପହାର ଭାବେ ଦେବା ପାଇଁ ସେ ଆମାଜନରୁ ଦୁଇଟି ଦାମୀ ଟ୍ରଲି ବ୍ୟାଗ୍ ମଗାଇଥିଲେ । ହେଲେ ଯେତେବେଳେ ସେ ପାର୍ସଲ ଖୋଲିଲେ ତା ଭିତରେ ଥିବା ସାମଗ୍ରୀକୁ ଦେଖି ତାଜୁବ ହୋଇଯାଇଥିଲେ । କାରଣ ଗୋଟିଏ ପ୍ୟାକେଟରୁ ସଠିକ ସାମଗ୍ରୀ ବାହାରିଥିବା ବେଳେ ଅନ୍ୟ ଏକ ପାର୍ସଲରୁ ଟ୍ରଲି ବ୍ୟାଗ୍ ବଦଳରେ ବାହାରିଥିଲା ଇଟା ଓ ଏକ ପୁରୁଣା ଗଦି ।

ତେବେ ସୌଭାଗ୍ୟବଶତଃ ସେ ପ୍ୟାକେଟ ଖୋଲିବା ବେଳେ ଏହାକୁ ମୋବାଇଲରେ ଭିଡ଼ିଓ ରେକର୍ଡିଂ କରିଥଲେ । ଯାହାକୁ ସେ ପ୍ରମାଣ ଭାବେ ରଖିଛନ୍ତି । ତେବେ ଆମାଜନ ଭଳି ଏକ ପ୍ରତିଷ୍ଠିତ ସପିଙ୍ଗ ସାଇଟ୍‌ରୁ ଏଭଳି ସେ ଠକାମୀର ଶିକାର ହେବେ ସେନେଇ ବିଶ୍ୱାସ କରି ପାରୁନାହାନ୍ତି। ତେବେ ଏହି ଘଟଣା ଜଣାପଡ଼ିବା ପରେ ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଠକେଇର ଶିକାର ହେଇଥିବା ସୁରେନ୍ଦ୍ର ମାଝୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ସରକାର ଏ ଦିଗରେ କଡ଼ା ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ନିରୀହ ଲୋକମାନେ ଠକେଇର ଶିକାର ହୋଇ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ସୁରେନ୍ଦ୍ର ମାଝୀ କହିଛନ୍ତି ।

ଆଉମଧ୍ୟ ଅନ୍‌ଲାଇନରେ କିଛି ସାମଗ୍ରୀ ମଗାଇଥିଲେ ପାର୍ସଲ ଅନବକ୍ସ କଲାବେଳେ ଭିଡିଓ ରେକର୍ଡିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଯଦି କେହି ଭୁଲ ସାମଗ୍ରୀ ଦେଇଥିବେ ତେବେ ଏହା ପ୍ରମାଣ ସ୍ବରୂପ କାର୍ଯ୍ୟ କରିବ ।


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.