ETV Bharat / state

ନିର୍ବାଚନ ସମୟରେ ବଢୁଛି ନିଶା ବେପାର, 18 ଦିନରେ 51 ମାମଲା ରୁଜୁ

author img

By

Published : Feb 19, 2022, 4:54 PM IST

ନିର୍ବାଚନ ସମୟରେ ବଢୁଛି ନିଶା ବେପାର : 18 ଦିନରେ 51ଟି ମାମଲା ରୁଜୁ କଲା ଅବକାରୀ ବିଭାଗ
ନିର୍ବାଚନ ସମୟରେ ବଢୁଛି ନିଶା ବେପାର : 18 ଦିନରେ 51ଟି ମାମଲା ରୁଜୁ କଲା ଅବକାରୀ ବିଭାଗ

ନିର୍ବାଚନ ସମୟରେ ସୁବର୍ଣ୍ଣପୁରରେ ବଢୁଛି ମଦ କାରବାର । ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଅବକାରୀ ବିଭାଗ । 18 ଦିନ ଭିତରେ 51 ଟି ମାମଲା ରୁଜୁ କରାଯାଇ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଏବେ ବ୍ୟାପକ ପରିମାଣରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି । ବିଶେଷକରି ନିର୍ବାଚନ ବେଳେ ବେଆଇନ ମଦ ଆଣି ଗାଁ ଗାଁରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ନିଶା ସେବନ କରୁଥିବା ଲୋକେ ନିଶାଖାଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳୁଛି ।

ନିର୍ବାଚନ ସମୟରେ ବଢୁଛି ନିଶା ବେପାର : 18 ଦିନରେ 51ଟି ମାମଲା ରୁଜୁ କଲା ଅବକାରୀ ବିଭାଗ

ଗାଁ ଗୁଡିକରେ ସଂନ୍ଧ୍ୟା ହେଲେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରାର୍ଥୀ ମଦ ଓ ଟଙ୍କା ବାଣ୍ଟୁ ଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ତେବେ ଶୁକ୍ରବାର ଜଣେ ଭୋଟର ମଦ ପିଇ ଭୋଟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ବାଲଟ ପେପର ଖାଇ ଚୋବାଇ ଫିଙ୍ଗି ଦେଇଥିବା ପରି ଘଟଣା ବି ଦେଖିବାକୁ ମିଳିଛି ।

ଏହାବି ପଢନ୍ତୁ : ଭୋଟ ବର୍ଜନ ନିଷ୍ପତ୍ତି ନମାନିବାରୁ ବନ୍ଦ କୋଠରୀରେ ବୃଦ୍ଧଙ୍କୁ ତାଲା, ମାଡ଼ ମାରିଲେ ଗ୍ରାମବାସୀ

ତେବେ ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲାରେ ନିର୍ବାଚନ ସମୟରେ ଏପରି ବେଆଇନ ମଦ କାରବାର ହେଉଥିବା ବିଜେପି ନେତା ଅଭିଯୋଗ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ତିନୋଟି ସ୍ବତନ୍ତ୍ର ଅବକାରୀ ଦଳ ବେଆଇନ ମଦ ଉପରେ ଚଢାଉ ଜାରି ରଖିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ବେଆଇନ ମଦ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ଗାଡି ମୋଟର ଜବତ କରାଯାଇଛି । 18 ଦିନ ଭିତରେ 51 ଟି ମାମଲା ରୁଜୁ କରାଯାଇ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଥିବା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.