ETV Bharat / state

ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରେ ଚୋରା ଲ୍ୟାପଟପ୍, ଷ୍ଟେସନରୁ ଚୋରି କରୁଥିବା ୨ ଚୋର ଗିରଫ - Thief Arrested

author img

By ETV Bharat Odisha Team

Published : May 16, 2024, 4:30 PM IST

POLICE SEIZED LAPTOPS: ପର୍ସ ଚୋରି କରି ଧରାପଡିଲେ ଚୋର । ରେଡ ସମୟରେ ଦୁଇ ଚୋରଙ୍କ ଠାରୁ ଲ୍ୟାପଟପ ଜବତ ସହ ଚୋରା ମୋବାଇଲ ଜବତ । ଅଧିକ ପଢନ୍ତୁ

THIEF ARRESTED BY GRP POLICE
THIEF ARRESTED BY GRP POLICE (ETV BHARAT ODISHA)

THIEF ARRESTED BY GRP POLICE (ETV BHARAT ODISHA)

ଭୁବନେଶ୍ୱର: ଷ୍ଟେସନରୁ ଚୋରି କରୁଥିବା ଦୁଇ ଚୋରଙ୍କୁ ଧରିଲା ପୋଲିସ । ଭୁବନେଶ୍ୱର ଷ୍ଟେସନରୁ ଦୁଇ ଜଣଙ୍କୁ ଗିରଫ କରିଛି ଆରପିଏଫ । ଉଭୟଙ୍କ ନିକଟରୁ ୨୫ଟି ମୋବାଇଲ ସହ ୮ଟି ଲ୍ୟାପଟପ୍ ଜବତ କରାଯାଇଛି । ଚୋରି ହୋଇଥିବା ଲ୍ୟାପଟପ ବିଭିନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଖୋଲି ଭ୍ୟାନରେ ବସୁଥିବା ଏଜେଣ୍ଟଙ୍କ ଠାରୁ ଜବତ କରଯାଇଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଜିଆରପି ଏସପି ତଥା ଏସ ଆରପି ବିରଞ୍ଚି ପ୍ରସାଦ ଦେହୁରି ।

ସେ କହିଛନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି ଷ୍ଟେସନ ଓ ଆଖପାଖରେ ଅପରାଧିକ ଗତିବିଧି ଉପରେ ନଜର ରଖାଯାଉଛି । ଏନେଇ ଡ୍ରାଇଭ୍ ମଧ୍ୟ ହେଉଛି, ଚେକିଂ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର‌ ରଖାଯାଉଛି । ଗତ ମେ 14ରେ ବାଲେଶ୍ବରର ରେବତି ପାତ୍ର ଜଳେଶ୍ବର ପୁରୀ ମେମୁ ଟ୍ରେନରେ ଆସି ଭୁବନେଶ୍ୱର ଷ୍ଟେସନର 6ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ କଳାରଙ୍ଗର ପର୍ସ ଚୋରି କରିନେଇଥିଲା । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଚୋରଟି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପର୍ସଟିକୁ ଦେଇଦେଇଥିଲା । ଏନେଇ ଆରପିଏଫ ପାଖରେ ଖବର ପହଞ୍ଚିବା ପରେ ଏକ ସ୍ପେଶାଲ ଟିମ୍ ଷ୍ଟେସନ ଭିତରେ ଚୋରକୁ ଧରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପର୍ସ ଚୋରି କରିଥିବା ଦୁଇ ଚୋର ଫିଲ୍ମ ଷ୍ଟାଇଲରେ କପଡ଼ା ବଦଳାଇ ଅନ୍ୟ ଏକ ବେଶରେ ସାଧା ସିଧା ହୋଇ ଯାତ୍ରୀଙ୍କ ଭଳି ଖସି ଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଆରପିଏଫ ଟିମ୍ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଏହାପରେ ଅଭିଯୁକ୍ତ ସଞ୍ଜୟ ସେଠ ଜରିଆରେ ତାର ସହଯୋଗୀ ବିଷ୍ଣୁପଦ ନାୟକ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପୋଲିସ ହାତରେ ଲକ୍ଷପତି ଚୋର, ଚୋରି ଟଙ୍କାରେ କାଟୁଥିଲା ଆରାମଦାୟକ ଜୀବନ - Thief arrested

ଉଭୟ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ କୋଳଥିଆରେ ଏକ କାର ସର୍ଭିସିଂ ସେଣ୍ଟର କରି ସମସ୍ତ ଚୋରି ମୋବାଇଲକୁ ଲୁଚାଇ ରଖିଥିଲେ । ଏପରିକି ସେମାନେ ଚୋରି କରୁଥିବା ଲ୍ୟାପଟପକୁ ରେଡ ସମୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଗାଡି ଭ୍ୟାନ ଭିତରୁ ପୋଲିସ ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ଷ୍ଟେସନରେ ଲୋକଙ୍କ ଧ୍ୟାନ ହଟିଲେ ବ୍ୟାଗ ଓ ପର୍ସ ନେଇ ଛୁ ମାରୁଥିଲେ । କେବଳ ପର୍ସ ନୁହଁ ମୋବାଇଲ ଫୋନ ଓ ଲ୍ୟାପଟପ ଚୋରି କରିଛନ୍ତି । ତାଙ୍କ ନିକଟରୁ ୨୫ମୋବାଇଲ ଫୋନ ଓ ୮ଟି ଲ୍ୟାପଟପ୍ ଜବତ କରାଯାଇଛି। ଲ୍ୟାପଟପକୁ ଚୋରି କରି ବା ପରେ ଅଭିଯୁକ୍ତ ଜଣେ ପଲ୍ୟୁସନ ଟେଷ୍ଟିଂ ପାଇଁ ଖୋଲୁଥିବା ଏଜେନ୍ସିକୁ ବିକ୍ରି କରି ମାଲେ ମାଲ ହେଉଥିଲେ। ଗିରଫ ପରେ ଏମାନଙ୍କୁ ନେଟୱର୍କ ରେ ଆଉ କିଏ ଅଛନ୍ତି ଏନେଇ ଜିଆରପି ଓ ଆରପିଏଫ ତଦନ୍ତ ଚଳାଇଥିବା ଏସପି କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.