ETV Bharat / state

ଭୋଟ ବର୍ଜନ ନିଷ୍ପତ୍ତି ନମାନିବାରୁ ବନ୍ଦ କୋଠରୀରେ ବୃଦ୍ଧଙ୍କୁ ତାଲା, ମାଡ଼ ମାରିଲେ ଗ୍ରାମବାସୀ

author img

By

Published : Feb 19, 2022, 3:38 PM IST

Updated : Feb 19, 2022, 3:46 PM IST

ବଡଚଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଭୋଟ୍ ବର୍ଜନ ନିଷ୍ପତ୍ତି ନମାନି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାରୁ ଆକ୍ରୋଶର ଶୀକାର ହୋଇଛନ୍ତି ଜଣେ ବୃଦ୍ଧ ଓ ଜଣେ ଯୁବକ। ଅଧିକ ପଢନ୍ତୁ

ଭୋଟ ବର୍ଜନ ନିଷ୍ପତ୍ତି ନମାନି ଭୋଟ ଦେବାରୁ ବୃଦ୍ଧଙ୍କୁ ମାଡ଼
ଭୋଟ ବର୍ଜନ ନିଷ୍ପତ୍ତି ନମାନି ଭୋଟ ଦେବାରୁ ବୃଦ୍ଧଙ୍କୁ ମାଡ଼

ଯାଜପୁର: ବଡଚଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଭୋଟ୍ ବର୍ଜନ ନିଷ୍ପତ୍ତି ନମାନି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାରୁ ଆକ୍ରୋଶର ଶୀକାର ହୋଇଛନ୍ତି ଜଣେ ବୃଦ୍ଧ ଓ ଜଣେ ଯୁବକ। ଉଭୟଙ୍କୁ ନିସ୍ତୁକ ମାଡ ମାରିବା ସହିତ ଦୀର୍ଘ 12 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏକ ବନ୍ଦ କୋଠରୀରେ ଅଟକ ରଖିଲେ ଗ୍ରାମବାସୀ ।

ଭୋଟ ବର୍ଜନ ନିଷ୍ପତ୍ତି ନମାନିବାରୁ ବନ୍ଦ କୋଠରୀରେ ବୃଦ୍ଧଙ୍କୁ ତାଲା, ମାଡ଼ ମାରିଲେ ଗ୍ରାମବାସୀ

ଘଟଣା ଅନୁଯାୟୀ, ପଟ୍ଟା ନାହିଁ ତ ଭୋଟ ନାହିଁ ପରୱାନା ଜାରି କରି ବଡ଼ଚଣା ବ୍ଲକ ପାରିଆ ପଞ୍ଚାୟତ ହଦସାହିର ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି ନେଇଥିଲେ । ତାଙ୍କର ଅଭିଯୋଗ ହେଲା, 30ଟି ପରିବାର ଦୀର୍ଘ 40 ବର୍ଷ ଧରି ଏଠାରେ ବସବାସ କରିଆସୁଥଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ଜମିପଟ୍ଟାଟିଏ ମିଳିପାରୁ ନାହିଁ । ତେଣୁ, ଶତାଧିକ ପୁରୁଷ ଓ ମହିଳା ଏକତ୍ରୀତ ହୋଇ ଭୋଟ ବର୍ଜନ କରିଥିଲେ । ଗ୍ରାମରେ ସଭାକରି ସମସ୍ତଙ୍କୁ ଭୋଟ ନଦେବା ପାଇଁ ଚେତାବନୀ ଦେଇଥିଲେ ଗ୍ରାମବାସୀ ।

ତେବେ ଏହା ନମାନି ଗାଁର ଜଣେ ବୃଦ୍ଧ ଏବଂ ଅନ୍ୟ ଜଣେ ଯୁବକ ବୁଥକୁ ଯାଇ ଭୋଟ ଦେଇଥିଲେ । ପରିଣାମ ସ୍ବରୂପ ଗ୍ରାମବାସୀମାନେ ଦୁଇ ଜଣଙ୍କୁ ଗୋଟିଏ ଘରେ ପୁରାଇ ନିସ୍ତୁକ ମାଡ ମାରିବା ସହ ଅକଥନୀୟ ଅତ୍ୟାଚାର କରିଥିଲେ । ଏକଥା ପ୍ରଚାରିତ ହେବା ପରେ ବୈରୀ ପୋଲିସ ତୁରନ୍ତ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏହି ଘଟଣାରେ ବଡଚଣା ପୋଲିସ 4 ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Feb 19, 2022, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.