ETV Bharat / state

ଜିଲ୍ଲା ପ୍ରଶାସନ ନିକଟରେ ଚାଷୀଙ୍କ ଦାବି ଜଣାଇଲା ଭାରତୀୟ କିଶାନ ସଂଘ

author img

By

Published : Dec 9, 2022, 10:29 PM IST

ଭାରତୀୟ କିଶାନ ସଂଘ
ଭାରତୀୟ କିଶାନ ସଂଘ

ଚାଷୀଙ୍କ ଦାବି ଜଣାଇଲା ଭାରତୀୟ କିଶାନ ସଂଘ । ସୋନପୁରରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ । ଜିଲ୍ଲା ପ୍ରଶାସନ ଆଗରେ ସମସ୍ୟା ସମାଧାନ ନେଇ ଦାବି ଜଣାଇଲା ଭାରତୀୟ କିଶାନ ସଂଘ । ଅଧିକ ପଢନ୍ତୁ

ସୋନପୁର: ଚାଷୀଙ୍କ ଦାବି ଜଣାଇଲା ଭାରତୀୟ କିଶାନ ସଂଘ । ଜିଲ୍ଲାର ସମସ୍ତ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଆଗରେ ଦାବି ଉପସ୍ଥାପନା କଲା ଭାରତୀୟ କିଶାନ ସଂଘ । ଚାଷ ଜମିରେ ଜଳ ସେଚନ, ମଣ୍ଡିରେ ଚାଷୀଙ୍କ ଉତ୍ପାଦିତ ଧାନ ଶୀଘ୍ର କ୍ରୟ କରିବା ଓ ଧାନ ଉଠାଇବାକୁ ନେଇ ଦାବି କରିଥିଲା ସଂଘ । ଚାଷୀମାନେ କ୍ରୟ ମଣ୍ଡିକୁ ଧାନ ବିକ୍ରୀ କରିବାକୁ ନେଇ ହଇରାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭାରତୀୟ କିଶାନ ସଂଘ

ସେହିପରି ଧାନ ମଣ୍ଡିରେ ପହଞ୍ଚିବା ପରେ ଧାନ କ୍ରୟ ନ ହେବା ପର୍ଯ୍ୟନ୍ତ ଚାଷୀକୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ପ୍ରତିବାଦ କରିବା ସହିତ ଧାନ ଚାଷରେ ଚାଷୀ ଖର୍ଚ୍ଚ କରୁଥିବା ମୂଲ୍ୟର 30 ରୁ 35 ପ୍ରତିଶତ ଅଧିକ ମୂଲ୍ୟରେ ଧାନ କ୍ରୟ କରିବା ପାଇଁ ଦାବି କରାଯାଇଥିଲା । ଚାଷୀ ଉପକରଣ ଉପରେ ଜିଏସଟି ଛାଡ କରିବା ସହିତ ରାଜ୍ୟର ଆଖୁ ଓ କପା ମିଲ ପୁନଃରୁଦ୍ଧାର କରି ଚାଷୀମାନଙ୍କ ପାଖରୁ ସିଧାସଳଖ ଆଖୁ ଓ କପା ସରକାରୀ ଧାର୍ଯ୍ୟ ଦରରେ କିଣିବା ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବିକାଶ ଓ ନେତୃତ୍ୱ ଉପରେ ଭରସା କରିଛନ୍ତି ପଦ୍ମପୁରବାସୀ: ମନ୍ତ୍ରୀ ସମୀର ଦାସ

ଜିଲ୍ଲାର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ଡାହାଣ ପାର୍ଶ୍ବ କେନାଲ ଖନନ କରି ଜଳସେଚନ ପ୍ରକଳ୍ପର ଆଇକଟ ଏରିଆରେ ଥିବା ଚାଷଜମିକୁ ଜଳସେଚନିତ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲା ଭାରତୀୟ କିଶାନ ସଂଘ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.