ETV Bharat / state

ବିକାଶ ଓ ନେତୃତ୍ୱ ଉପରେ ଭରସା କରିଛନ୍ତି ପଦ୍ମପୁରବାସୀ: ମନ୍ତ୍ରୀ ସମୀର ଦାସ

author img

By

Published : Dec 9, 2022, 1:40 PM IST

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ବିଜୟ ହୋଇଛି । ଧାମନଗରରେ ହାରିବା ପରେ ଦୁଃଖିତ ଥିବା ସବୁଜ ଶିବିରରେ ଏବେ ସେଲିବ୍ରେସନ ହୋଇଛି । ପଦ୍ମପୁର ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ

education minister on Padmapur bypoll Result
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ପଦ୍ମପୁର ବିଧାନସଭା ଆସନକୁ ପୁଣି ଦଖଲରେ ନେଇଛି ଶାସକ ଦଳ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ଧାମନଗର ପରାସ୍ତ ହେବା ପରେ ଦୁଃଖିତ ଥିବା ସବୁଜ ଶିବିରରେ ଏବେ ସେଲିବ୍ରେସନ ହୋଇଛି । ପଦ୍ମପୁର ଫଳାଫଳ ପରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି, ‘‘ଜନ ସାଧାରଣ ନିଜର ନେତା ଚୟନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଓ ନେତୃତ୍ବ ଉପରେ ଭରସା କରିଛନ୍ତି ଲୋକେ ।’’

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ପ୍ରତିକ୍ରିୟାରେ ଶିକ୍ଷାମନ୍ତ୍ରୀ କହିଛନ୍ତି,''ଏ ବିଜୟ ପାଇଁ ପଦ୍ମପୁରବାସୀଙ୍କ ଶ୍ରେୟ ଯାଉଛି । ସେମାନେ ତାଙ୍କ ନେତା ଚୟନ କରିଛନ୍ତି । ବିଜୁ ଜନତା ଦଳ ଓ ବର୍ଷା ସିଂ ବରିହାଙ୍କ ଉପରେ ଭରସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ, ନେତୃତ୍ବ ଓ ପ୍ରତିଶ୍ରୁତି ପୂରଣ ଏହି ଫଳାଫଳ ଆଣିଛି । ବିଜୟ ବରିହାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମଧ୍ୟ କାମ ଦେଇଛି । ନିର୍ବାଚନ ଗୋଟିଏ ପ୍ରକ୍ରିୟା । କେଉଁ ସମୟରେ କଣ ରହିବା ବିଭିନ୍ନ ସମୟରେ ଦଳ ରଣନୀତି ପ୍ରସ୍ତୁତ କରିଥାଏ।''

ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ''ମୋର 40 ବର୍ଷର ରାଜନୈତିକ କ୍ୟାରିଅର । ଦେଖିବାକୁ ଗଲେ ଗାଁ ଗହଳିରେ କଂଗ୍ରେସ ସହ ବିଜେଡିର ଲଢେଇ ହୋଇଥାଏ । କଂଗ୍ରେସର କୌଣସି ବ୍ୟକ୍ତିଗତ ବିରୋଧୀ ନାହାନ୍ତି ଯାହା ଅଛି କେବଳ ରାଜନୈତିକ ବିରୋଧୀ । ଆଜି ବିଜେପିର ଆର୍ବିଭାବ କେବଳ କଂଗ୍ରେସ ଇରୋଜନରେ ହୋଇଛି ।''

ଏହା ବି ପଢନ୍ତୁ...Padmapur By poll Result: ପଦ୍ମପୁରରେ କାହିଁକି ହାରିଲା ବିଜେପି?

ପ୍ରକାଶ ଥାଉ କି, ବିଧାୟକ ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡିଥିଲା । ଏନେଇ ଡିସେମ୍ବର 5ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତାକାଲି (ଗୁରୁବାର) ଫଳାଫଳ ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥିନୀ ବର୍ଷାଙ୍କ ସପକ୍ଷରେ 1,20, 807ଖଣ୍ଡ ଭୋଟ ଯାଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 78,128 ଖଣ୍ଡ ଭୋଟ ଯାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ମାତ୍ର 3594 ଖଣ୍ଡ ଭୋଟ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.