ETV Bharat / state

ଅନ୍ଧବିଶ୍ୱାସ ! ମୃତଦେହ ସତ୍କାର ନକରି ଗୁଣିଆକୁ ଡାକିଲେ ପରିବାର ଲୋକେ

author img

By ETV Bharat Odisha Team

Published : Sep 22, 2023, 5:43 PM IST

ଆଧୁନିକ ଯୁଗରେ ବି ଗୁଣିଗାରେଡି ଉପରେ ବିଶ୍ବାସ
ଆଧୁନିକ ଯୁଗରେ ବି ଗୁଣିଗାରେଡି ଉପରେ ବିଶ୍ବାସ

ଆଧୁନିକ ଯୁଗରେ ବି ଗୁଣିଗାରେଡି ଉପରେ ବିଶ୍ବାସ । ମୃତ ଯୁବକଙ୍କୁ ପର୍ନଜୀବିତ କରିବା ପାଇଁ ଗୁଣିଆକୁ ଡାକିଲେ ପରିବାର । ଅଧିକ ପଢନ୍ତୁ

ଆଧୁନିକ ଯୁଗରେ ବି ଗୁଣିଗାରେଡି ଉପରେ ବିଶ୍ବାସ

ସମ୍ବଲପୁର: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ଜୀବନ ନେଉଛି ଅନ୍ଧ ବିଶ୍ୱାସ । ମଣିଷ ଚନ୍ଦ୍ରପୃଷ୍ଠକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକେ ଅନ୍ଧ ବିଶ୍ବାସର ଅନ୍ଧଗଳିରେ ରହିଯାଇଛନ୍ତି । ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ । ଜଣେ ଯୁବକକୁ ଗତକାଲି (ଗୁରୁବାର) ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ପରିବାର ଲୋକେ ଏହାକୁ ବିଶ୍ୱାସ ନକରି ମୃତ ଯୁବକ ଜଣକ ବଞ୍ଚିଥିବା କହି ଗୁଣିଆକୁ ଡ଼ାକିବ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମେଡିକାଲ ସାଇନ୍ସ ଉପରେ ବିଶ୍ୱାସ ନକରି ଗୁଣିଆକୁ ଡ଼ାକିବା ଯୁବକକୁ ବଞ୍ଚାଇବାକୁ ଉଦ୍ୟମ କରିଛି ପରିବାର । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ରେଢ଼ାଖୋଲ ୪-ନମ୍ବର ୱାର୍ଡର ନୂଆସାହି ବାହାଦୁର କହଁରଙ୍କ ପୁଅ ବିରେନ କହଁରଙ୍କ ସ୍ବାସ୍ଥ୍ଯ ଅବସ୍ଥା ଗୁରୁତର ରହିଥିଲା । ଅତ୍ୟଧିକ ଆସୁସ୍ଥତା କାରଣରୁ 7 ଦିନ ପୂର୍ବ ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇ ଆସିଥିଲେ । ତେବେ ଗତକାଲି ସେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରେଢ଼ାଖୋଲ ମେଡିକାଲ ନିଆଯାଇଥିଲା l ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତଘଟିଥିଲା ।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ‘‘ଆମ ପିଲାକୁ କେହି ଗୁଣିଗାରେଡି କରିଛି । ସେ ଜୀବିତ ଅଛି । ତାକୁ କେହି ଗୁଣି କରି ନିଜ ବସରେ କରିଦେଇଛି । ପୋଲିସକୁ ଆମେ ଏସମ୍ପର୍କରେ ସୂଚନା ଦେଇଥିଲୁ । ପୋଲିସ ଆମ କଥାରେ ବିଶ୍ବାସ କରୁ ନାହିଁ । ଆମେ ତାକୁ ବଡ ଗୁଣିଆକୁ ଦେଖାଇ ତାକୁ ସୁସ୍ଥ କରିଦେବୁ ।’’

ଏହା ମଧ୍ୟ ପଢନ୍ତୁ...ରାସ୍ତା ମଝିରେ ଜନୈକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଘଟଣା ସମ୍ବନ୍ଧରେ ଜାଣିବା ପେର ପୋଲିସ ମୃତକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ପୋଲିସ ଯୁବକଙ୍କୁ ପୁଣି ଡାକ୍ତରଖାନ ନେଇ ତାର ପରୀକ୍ଷା ନିରୀକ୍ଷା କରିଥିଲେ । ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ପୁଣି ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ କହିବା ପରେ ପରିବାର ଲୋକେ ରାଜି ହୋଇ ନଥିଲେ l ଏହା ପରେ ବହୁତ ଚେଷ୍ଟା ପରେ ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ଆକ୍ରମଣ: ଟଳି ପଡିଲେ ବୃଦ୍ଧା, 2 ଗୁରୁତର

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.