ETV Bharat / state

ସମ୍ବଲପୁର ଗସ୍ତରେ ରାଜ୍ୟପାଳ, ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ

author img

By ETV Bharat Odisha Team

Published : Dec 25, 2023, 10:43 PM IST

ସମ୍ବଲପୁର ଗସ୍ତରେ ରାଜ୍ୟପାଳ ରଘୁବର ଦାସ , ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ
ସମ୍ବଲପୁର ଗସ୍ତରେ ରାଜ୍ୟପାଳ ରଘୁବର ଦାସ , ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ

Governor visits sambalpur: ଧନକଉଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହାମହିମ ରାଜ୍ୟପାଳ । ଡାକ୍ତର, ହସ୍ପିଟାଲ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିବା ସହ ଗର୍ଭବତୀ ମହିଳାଙ୍କ ସ୍ୱସ୍ଥ୍ୟାବସ୍ଥା ପଚାରି ବୁଝିଲେ । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତରେ ରାଜ୍ୟପାଳ ରଘୁବର ଦାସ , ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ

ସମ୍ବଲପୁର: ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଆଜି ପୂର୍ବାହ୍ନ ସମୟରେ ସମ୍ବଲପୁର ପହଞ୍ଚି ସେ ଜିଲ୍ଲାର ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ବିଭିନ୍ନ ସ୍ଥାନରେ ନିଶା ନିବାରଣ ଉପରେ ବ୍ୟାପକ ସଚେତନତା କରିବାକୁ ପରାମର୍ଶ ଦେବା ସହ ଓ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱରୋପ କରିଛନ୍ତି l

ସମ୍ବଲପୁର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଆଜି ସେ ପୂର୍ବାହ୍ନ ସାଢେ 11 ଟା ସମୟରେ ସମ୍ବଲପୁର ମହାନଗର ନିଗମ ଭିତରେ ଥିବା ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ l ଏଠାରେ ସେ ପ୍ରଥମେ ସମ୍ବଲପୁର CDMPHO ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଡାକ୍ତର, ପାରାମେଡିକ୍ସ, ହସ୍ପିଟାଲ କର୍ମଚାରୀ, ଆଶା କର୍ମୀ , ଅଙ୍ଗନବାଡି କର୍ମୀ, ଗର୍ଭବତୀ ମହିଳା, ରୋଗୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ଡାକ୍ତରମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଜନିତ ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ ମହାମହିମ l

ପରେ ସେ ଗର୍ଭବତୀ ମହିଳାଙ୍କ ସହ ଡାକ୍ତରଖାନାରେ ମିଳୁଥିବା ସ୍ୱାସ୍ଥ୍ୟ ସେବା ଓ ଅସୁବିଧା ନେଇ ବିଷଦ ଭାବେ ଆଲୋଚନା କରିଥିଲେ l ଏହି ସମୟରେ 4 ଜଣ ଶିଶୁଙ୍କୁ ହରେଇ ସାରିଥିବା ଜଣେ ଗର୍ଭବତୀ ମହିଳାଙ୍କ ସହ ଆଲୋଚନା କରି ତାଙ୍କୁ ଭଲ ଚିକିତ୍ସା ଦେବା ପାଇଁ CDMPHOଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ଏହା ପରେ ସେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରି ଗର୍ଭବତୀ ମହିଳାଙ୍କୁ କିପରି ସେବା ଓ ଚିକିତ୍ସା କାର୍ଯ୍ୟ ଜାରି ରହିଛି ସେନେଇ ମଧ୍ୟ ଆଲୋଚନା କରିଥିଲେ l

ଏହା ମଧ୍ୟ ପଢନ୍ତୁ .....ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି; ଖୋଲିଲେ ଗୁମର, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ପରାମର୍ଶ

ତେବେ ଏହି ଅବସରରେ ସେ ଆଶା ଓ ଅଙ୍ଗନବାଡି ଦିଦିଙ୍କ ସହ ଆଲୋଚନା ସମୟରେ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ସ୍ଥାନୀୟ ଅଚଞ୍ଚଳରେ ନିଶା ଓ ମାଦକ ଦ୍ରବ୍ୟ ସେବନ ଯୋଗୁଁ ବହୁ ପରିବାର ନଷ୍ଟ ହେଉଥିବା କିଛି ଆଶାକର୍ମୀ କହିବା ଥିଲେ । ଏହା ଉପରେ ରୋକ ଲଗେଇବାକୁ ବ୍ୟାପକ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ ମହାମହିମ ରାଜ୍ୟପାଳ l ଏହା ପରେ ମହାମହିମ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ରମେଡେଗାକୁ ଯାଇ ସେଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଅଙ୍ଗନବାଡି କର୍ମୀ, ଶିଶୁ ଓ ଅଭିଭାବକ ମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.