ETV Bharat / state

ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

author img

By

Published : Apr 3, 2023, 11:54 AM IST

huge quantity of cannabis seized
huge quantity of cannabis seized

କୋରାପୁଟରରୁ ଝାଡଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ । 2 ଜଣଙ୍କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

huge quantity of cannabis seized huge quantity of cannabis seized

ସମ୍ବଲପୁର: ତେଲୁଗ ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଗାଡିର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ରଖି କୋରାପୁଟର ଶିମିଳିଗୁଡାରୁ ଝାଡଖଣ୍ଡକୁ କରାଯାଉଥିଲା ଚାଲାଣ । ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନ ଟୋଲ ଗେଟ ଠାରେ ମାଡିବସିଲା ଅବକାରୀ ଗୁଇନ୍ଦା ବିଭାଗ । 52 କେଜି ଚୋରା ଗଞ୍ଜେଇ ଜବତ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଝାଡଖଣ୍ଡ ବୋକାରୋର ଆବୁଲ ହୁସେନ ଓ ବିହାର ଗୟାର କରଣ କୁମାର । ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଜବତର ଗଞ୍ଜେଇର ମୂଲ୍ୟ 15 ଲକ୍ଷ ବୋଲି ସୂଚନା ଦିଆଯାଇଛି l

ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ରାଜ୍ୟରେ ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ହୋଇଥିବା ସମ୍ବଲପୁର ଝାରସୁଗୁଡା ରାସ୍ତା ଦେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହୋଇ ଆସୁଛି । ଯାହାକୁ ନେଇ ଚଳିତ ବର୍ଷ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ରେକର୍ଡ ସଂଖ୍ୟକ ମାମଲା ରୁଜୁ କରିବା ସହ ଗଞ୍ଜେଇ ଜବତ ସହ ଅନେକଙ୍କୁ ଗିରଫ କରିଛି । 2022-23 ଆର୍ଥିକ ବର୍ଷରେ 56ଟି ମାମଲା ରୁଜୁ ହୋଇଥିବା ବେଳେ 1815 କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି l ଏହି ମାମଲା ଗୁଡିକରେ 94 ଜଣ ଗିରଫ ହୋଇଥିବା ବେଳେ 38ଟି ଗାଡି ଜବତ ହୋଇଛି l

ଏହା ମଧ୍ୟ ପଢନ୍ତୁ-Attabira NAC election: ଚାଲିଛି ଭୋଟିଂ, ମତଦାନକୁ ନେଇ ଉତ୍ସାହିତ ନୂତନ ଭୋଟର

ଜବତ ଗଞ୍ଜେଇର ମୂଲ୍ୟ 1କୋଟି 81 ଲକ୍ଷ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସମ୍ବଲପୁର ଡିଭିଜନର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି l ଅନ୍ୟପଟେ ଗତବର୍ଷ 11 ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ମାତ୍ର 127 କେଜି ଗଞ୍ଜେଇ ଜବତ ହୋଇଥିଲା l ଏହି ମାମଲା ଗୁଡିକରେ 16 ଜଣ ଗିରଫ ହୋଇଥିବା ବେଳେ 13 ଟି ଗାଡି ଜବତ ହୋଇଥିଲା l ସୂଚନା ଯୋଗ୍ୟ ଯେ, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ମାମଲା ରୁଜ୍ଜୁ ହେବା ସହ ଗଞ୍ଜେଇ ମଧ୍ୟ ସେହି ପରିମାଣରେ ଜବତ ହୋଇଛି l ମାର୍ଚ୍ଚ 16 ତାରିଖରେ କନ୍ଧମାଳ ଜିଲ୍ଲା ଲଦଡି ଛକରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଠାରୁ 60 କିଲୋ ଗଞ୍ଜେଇ ଜବତ କରିଥିଲା ଫୁଲବାଣୀ ଅବକାରୀ ବିଭାଗର ମୋବାଇଲ ଟିମ । ଏହି ଘଟଣାରେ କାମ୍ବାପଡ଼ା ଗ୍ରାମର ଉଦୟ ମାଝୀଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.